ଓଡିଶା

ଆବାସ ଅନିୟମିତତା: ବଞ୍ଚିଥିବା ଲୋକଙ୍କୁ ମୃତ ଦର୍ଶାଇଲେ – bajravana

[ad_1]

୩ ବର୍ଷ ପୂର୍ବରୁ ମରିଯାଇଛି କହି ଆବାସ ଅର୍ଥ ଦେଲେନି, ବ୍ଲକ୍‌ ସମ୍ମୁଖରେ ଆତ୍ମହତ୍ୟା ପାଇଁ ଚେତାବନୀ ଦେଲେ ହିତାଧିକାରୀ

ଦାନଗଦୀ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର କରିବାକୁ କାର୍ଯ୍ୟାଦେଶ ଦେଲେ। କିନ୍ତୁ ପ୍ରଥମ କିସ୍ତି ଟଙ୍କା ଉଠାଇବାକୁ ଯିବାରୁ ତାଙ୍କୁ ମୃତ ଘୋଷଣା କଲେ। ଏଭଳି ଘଟଣା ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍‌ ମଙ୍ଗଳପୁର ପଞ୍ଚାୟତ ଖରଡ଼ି ଗ୍ରାମର ହିତାଧିକାରୀ ଦୁର୍ଯ୍ୟୋଧନ ଦାସଙ୍କ କ୍ଷେତ୍ରରେ ଘଟିଛି। ତାଙ୍କୁ ମୃତ ଦର୍ଶାଇ ଆବାସ ଅନୁଦାନ ବନ୍ଦ କରି ଦିଆଯାଇଛି।

ଖରଡ଼ି ଗ୍ରାମର ହରିହର ଦାସଙ୍କ ପୁଅ ଦୁର୍ଯ୍ୟୋଧନ ଗତ ୨୦୨୩ ଜୁନ୍‌ ୬ ତାରିଖରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କାର୍ଯ୍ୟାଦେଶ ପାଇଥିଲେ। ସେ ଘର କାମ ଆରମ୍ଭ କରି ପ୍ଲିନ୍ଥ ବିମ୍‌ ପକାଇଥିଲେ। ପ୍ରଥମ କିସ୍ତି ଟଙ୍କା ପାଇଁ ବ୍ଲକ୍‌ କାର୍ଯ୍ୟାଳୟକୁ ଯିବାରୁ ଦାୟିତ୍ୱରେ ଥିବା ଅଧିକାରୀ କହିଥିଲେ ଯେ ତାଙ୍କର ୩ ବର୍ଷ ତଳେ ମୃତ୍ୟୁ ଘଟିଛି। ନିଜ ମୃତ୍ୟୁ ଖବର ଶୁଣି ଦୁର୍ଯ୍ୟୋଧନ ଆଶ୍ଚର୍ଯ୍ୟ ହେବା ସହ ହତାଶ ହୋଇ ଘରକୁ ଫେରିଥିଲେ। ଧାରକରଜ କରି ଘର କାମ ଆରମ୍ଭ କରିଥିବାରୁ ତାକୁ ଏବେ କେମିତି ଶୁଝିବେ ବୋଲି ଚିନ୍ତାରେ ପଡ଼ିଛନ୍ତି। ଦୁର୍ଯ୍ୟୋଧନଙ୍କ କହିବା ଅନୁସାରେ, ସରକାରୀ ସର୍ଭେ ଅନୁସାରେ ତାଙ୍କୁ ଆବାସ କାର୍ଯ୍ୟାଦେଶ ମିଳିଥିଲା। ଦୁଇ ବର୍ଷ ପୂର୍ବରୁ ବାତ୍ୟାରେ ଗଛ ପଡ଼ି ତାଙ୍କ ଘର ଭାଙ୍ଗି ଯାଇଥିଲା। ଦାନଗଦୀ ତହସିଲଦାରଙ୍କ ନିର୍ଦ୍ଦେଶରେ ରାଜସ୍ବ ନିରୀକ୍ଷକ ତଦନ୍ତ କରି ତାଙ୍କୁ ଜରିପାଲ ଖଣ୍ଡେ ଦେଇଥିଲେ। ପରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ତାଙ୍କ ନାମ ଆସିଥିଲା। ବ୍ଲକ୍‌ କାର୍ଯ୍ୟାଳୟକୁ ଯାଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରର କାର୍ଯ୍ୟାଦେଶ(ଓଡି/୨୦/୦୦୫୫/୫୫୯୨/୨୨_୨୩ ) ପାଇଥିଲେ।

ତାଙ୍କୁ ମୃତ ଘୋଷଣା କରାଯାଇଥିବାରୁ ପଞ୍ଚାୟତ ନିର୍ବାହୀ ଅଧିକାରୀ ସତ୍ୟଭାମା ସାହୁ ଓ ଜିପିଇଓ କପିଳେନ୍ଦ୍ର ସାମଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦୁର୍ଯ୍ୟୋଧନ ଦାବି କରିଛନ୍ତି। ଏହାର ସମାଧାନ ନହେଲେ ସେ ଚରମ ପଦକ୍ଷେପ ସ୍ବରୂପ ବ୍ଲକ୍‌ କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି। ତୁରନ୍ତ ପଦକ୍ଷେପ ନିଆ ନଗଲେ ଆନ୍ଦୋଳନ କରାଯିବ ବୋଲି ସରପଞ୍ଚ ବାବୁଲି ନାଟିଆ ଚେତାବନୀ ଦେଇଛନ୍ତି। ଏ ସଂପର୍କରେ ଦାନଗଦୀ ବିଡିଓ ଶାରଦା ପ୍ରସନ୍ନ ପଣ୍ଡାଙ୍କୁ ପଚାରିବାରୁ ସେ କହିଲେ, ଯଥାଶୀଘ୍ର ତଦନ୍ତ କରି ତାଙ୍କୁ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଭଳି ତ୍ରୁଟି ଯିଏ କରିଛନ୍ତି, ତାଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button