ମନୋରଞ୍ଜନ

ବଲିଉଡକୁ ନେଇ ପରେଶ ଦେଲେ ଏଭଳି ପ୍ରତିକ୍ରିୟା – bajravana

[ad_1]

ନୂଆଦିଲ୍ଲୀ: ବଲିଉଡ ଅଭିନେତା ପରେଶ ରାୱଲ ତାଙ୍କ ଆଗ‌ାମୀ ସିନେମା ‘ଡ୍ରିମ ଗାର୍ଲ -୨’ର ରିଲିଜ ଅପେକ୍ଷାରେ ରହିଛନ୍ତି। ସେ ‘ଡ୍ରିମ ଗାର୍ଲ-୨’ର ପ୍ରୋମୋସନରେ ବ୍ୟସ୍ତ ଅଛନ୍ତି। ଏହି ସିନେମାର ପରେଶ ରାୱଲଙ୍କ ସହିତ ଆୟୁଷ୍ମାନ ଖୁରାନା, ଅନନ୍ୟା ପାଣ୍ଡେ, ଅଭିଶେକ ବନାର୍ଜୀ, ଅନ୍ନୁ କପୁର ଓ ମନଜୋତ ସିଂହଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।

ଏହି କ୍ରମରେ ପ‌ରେଶଙ୍କୁ ଗଣମାଧ୍ୟମ ଏକ ପ୍ରଶ୍ନ କରିଥିଲା। ଏହି ପ୍ରଶ୍ନଟି ଥିଲା, ଯଦି ସିନେମା ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରେ ନାହିଁ ଲୋକେ ବଲିଉଡକୁ କାହିଁକି ଗାଳି କରନ୍ତି?

ଏହାର ଉତ୍ତର ଦେଇ ପରେଶ କହିଛନ୍ତି, ‘ଦକ୍ଷିଣ ଭାରତର ସିନେମା ଓ ବଲିଉଡ ସିନେମା ମଧ୍ୟରେ ବହୁତ କିଛି ପାର୍ଥକ୍ୟ ରହିଛି। ମୁଁ ଅନୁଭବ କରିଛି ହିନ୍ଦୀ ସିନେମାରେ ଏକତା ନାହିଁ। ଯଦି ହିନ୍ଦୀ ସିନେମାରେ ଏକତା ଥାଆନ୍ତା, ଆଜି ଏହା ବହୁତ ଆଗରେ ଥାଆନ୍ତା। ହିନ୍ଦୀ ସିନେମାର କେହି କିଛି କରି ପାରି ନଥାଆନ୍ତେ। ଏଥିରେ କାମ କରୁଥିବା କଳାକାରଙ୍କ ଉପରେ ବି କେହି ଆକ୍ରମଣ କରିବାକୁ ସାହାସ କରି ପାରି ନଥାଆନ୍ତେ। ମୁଁ ସବୁବେଳେ ଭାବେ ଦିକ୍ଷିଣୀ ସିନେମାରେ ଲୋକଙ୍କ ଭିତରେ ଯେମିତି ଏକତା ରହିଛି କାସ ହିନ୍ଦୀ ସିନେମାରେ ବି ସେମିତି ରହିଥାଆନ୍ତା।

କାରଣ ସାଉଥ ସିନେମା ଦୁନିଆ ସହିତ ଜଡ଼ିତ କଳାକାରଙ୍କ ବିଷୟରେ ଆପଣ କହିକି ଦେଖନ୍ତୁ ତ। କାହାର ବି ସାହାସ ନାହିଁ ସାଉଥ ସିନେମା ବିରୋଧରେ କହିବାକୁୂ    ।’



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button