ଅପରାଧ

ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଏହା କଲେ ଯୁବତୀଙ୍କ ପରିବାରବର୍ଗ – bajravana

[ad_1]

ଲଖନଉ: ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖି ଉଭୟଙ୍କୁ ନିର୍ମମ ଭାବେ ହତ୍ୟା କରିଛନ୍ତି ଯୁବତୀଙ୍କ ପରିବାରବର୍ଗ | ଉତ୍ତରପ୍ରଦେଶର ଗୋଣ୍ଡାର ଧନପୁର ପୁଲିସ ଷ୍ଟେସନ ଅନ୍ତର୍ଗତ ମେହେନନ ଗ୍ରାମରେ ସମ୍ମାନ ପାଇଁ ହତ୍ୟା ବା ଅନର କିଲିଂ ମାମଲା ସାମ୍ନାକୁ ଆସିଛି। ରବିବାର ବିଳମ୍ବିତ ରାତିରେ ପ୍ରେମିକ ଜଣକ ତାଙ୍କର ୧୮ ବର୍ଷୀୟ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ | ଆଉ ଉଭୟଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ପରିବାର ସଦସ୍ୟ ରାଗିଯାଇଥିଲେ | ମିଳିଥିବା ସୂଚନା ମୁତାବକ ଯୁବତୀଙ୍କ ଭାଇ ଓ ବାପା ମିଶି ଉଭୟ ପ୍ରେମୀଯୁଗଳଙ୍କ ହତ୍ୟା କରିଥିଲେ |

ପୁଲିସ କହିଛି ଯେ ପ୍ରେମିକ ସତୀଶ ଚୌରାସିଆ ଏବଂ ପ୍ରେମିକା ଆରତୀଙ୍କୁ ଅତି ନିର୍ମମ ଭାବରେ ହତ୍ୟା କରାଯାଇଥିଲା | ଏହି ଅପରାଧ କରିବା ପରେ ପ୍ରେମିକର ମୃତଦେହକୁ ଆଖୁ କ୍ଷେତରେ ପୋତିଦିଆଯାଇଥିବାବେଳେ ପ୍ରେମିକାଙ୍କୁ ଅଯୋଧ୍ୟାକୁ ନିଆଯାଇ ପୋଡିଦିଆଯାଇଥିଲା | ତେବେ ସତୀଶ ଘରେ ନ ପହଞ୍ଚିବାରୁ ପରିବାର ସଦସ୍ୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ତଦନ୍ତ କରିଥିଲା । ସତୀଶଙ୍କ ମୋବାଇଲ୍ ନମ୍ବରର କଲ୍ ବିବରଣୀରୁ ଜଣାପଡିଥିଲା ଯେ ସତୀଶ ରବିବାର ରାତିରେ ତାଙ୍କ ପ୍ରେମିକାଙ୍କୁ ଭେଟିବାକୁ ଯାଇଥିଲେ। ଘଟଣାସ୍ଥଳରୁ ପୁଲିସ ପ୍ରେମିକର ମୃତଦେହ ଉଦ୍ଧାର କରିଛି। ପ୍ରେମିକାଙ୍କ ବାପା ଏବଂ ଭାଇଙ୍କୁ ଗିରଫ କରି କୋର୍ଟଚାଲାଣ କରାଯାଇଛି | ପଚରାଉଚରା ବେଳେ ଉଭୟ ଅଭିଯୁକ୍ତ ଏହି ଅପରାଧ ସ୍ୱୀକାର କରିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button