ଓଡିଶା

ପୁରୀରେ ବିଭତ୍ସ ହତ୍ୟାକାଣ୍ଡ – bajravana

[ad_1]

ପୁରୀ ଚନ୍ଦନପୁର ଥାନା ଅନ୍ତର୍ଗତ ଭାଇଲିପୁର ରୁଆ ଗ୍ରାମରେ ବିଭତ୍ସ ହତ୍ୟାକାଣ୍ଡ। ଜଣେ ମହିଳାଙ୍କୁ କିଛି ଦୁର୍ବୁତ୍ତ ଅତି ନୃଶଂସ ଭାବେ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ମୃତ ମହିଳା ଜଣକ ହେଉଛନ୍ତି ସ୍ଥାନୀୟ ଅଞ୍ଚଳର ସସ୍ମିତା ବରାଳ। ସସ୍ମିତା ତାଙ୍କ ଦୋକାନରେ ବସିଥିବା ସମୟରେ ହଠାତ୍ କିଛି ଦୁର୍ବୁତ୍ତ ସେଠାରେ ପହଞ୍ଚି ତାଙ୍କୁ ଧାରୁଆ ଅସ୍ତ୍ରରେ ଅତର୍କିତ ଆକ୍ରମଣ କରିଥିଲେ। ଦୁର୍ବୁତ୍ତ ମାନେ ସସ୍ମିତାଙ୍କ ଶରୀରର ବିଭିନ୍ନ ଜାଗାକୁ ଅତି ନୃଶଂସ ଭାବେ ଆକ୍ରମଣ କରିଥିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ତେବେ ଖବର ପାଇ ଘଟଣାସ୍ଥଳରେ ଚନ୍ଦନପୁର ଥାନା ପୋଲିସ ପହଞ୍ଚି ଛାନଭିନ୍ ଆରମ୍ଭ କରିବା ସହ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ସେହିପରି ସଦର‌ ଏସଡିପିଓ ଏବଂ ସାଇଣ୍ଟିଫିକ୍ ଟିମ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛନ୍ତି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥାଏ ପାରେ ବୋଲି ପୋଲିସ ସନ୍ଦେହ କରୁଛି। ଏହି ହତ୍ୟାକାଣ୍ଡ ପଛରେ ନିଶା କାରବାର ଥିବା ମଧ୍ୟ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି। ତେବେ ଦିନ ଦ୍ବିପହରରେ ଜଣେ ମହିଳା ବ୍ୟବସାୟୀଙ୍କୁ ବଜାର ଉପରେ କିଛି ଦୁର୍ବୃତ ଆକ୍ରମଣ କରି ହତ୍ୟା କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଭୟର‌ ବାତାବରଣ ଖେଳାଇ ଦେଇଛି। ଚନ୍ଦନପୁର ଥାନା ଅଞ୍ଚଳରେ ଗତ କିଛିଦିନ ହେବ ଅନେକ ଅସାମାଜିକ ଯୁବକଙ୍କର ଆତଙ୍କରାଜ ବଢୁଥିବା ବେଳେ ସେମାନଙ୍କ ବିରୋଧରେ ପୋଲିସ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁବୋଲି ଦାବି ହୋଇଛି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button