ପରକୀୟା ପ୍ରୀତିରେ ଲିପ୍ତ ସ୍ତ୍ରୀ ଓ ପୁରୁଷଙ୍କୁ ବିଜୁଳି ଖୁଣ୍ଟରେ ବାନ୍ଧି ପିଟଲେ ଲୋକେ – bajravana
[ad_1]
ଗୌହାଟି: ପରକୀୟା ପ୍ରୀତିରେ ଲିପ୍ତ ଥିବା ଅଭିଯୋଗରେ ଶନିବାର ଦିନ ତ୍ରିପୁରାରେ ଜଣେ ପୁରୁଷ ଓ ଜଣେ ମହିଳାଙ୍କୁ ଗୋଟାଏ ବିଜୁଳି ଖମ୍ବରେ ବାନ୍ଧି ବହୁ ସମୟ ଧରି ସର୍ବସାଧାରଣରେ ଅପମାନିତ କରାଯାଇଥିବା କଥା ‘ଏନ୍ଡିଟିଭି’ ରିପୋର୍ଟ କରିଛି।
ଉକ୍ତ ଘଟଣାର ଭିଡିଓ ବି ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଛି। ସେଥିରେ ଦେଖାଯାଉଛି, ବିଜୁଳି ଖମ୍ବରେ ସେ ପୁରୁଷ ଲୋକ ସହିତ ବନ୍ଧା ହୋଇଥିବା ସେ ଯୁବତୀର କେଶ ଟାଣି ଜଣେ ବୟସ୍କା ମହିଳା ବାରମ୍ବାର ମାଡ଼ ମାରୁଛନ୍ତି। ଦଳେ ଲୋକ ସେ ଦୃଶ୍ୟ ଦେଖୁଥିଲେ ବି କେହି ସାହାଯ୍ୟ କରିବାକୁ ଆସୁ ନାହାନ୍ତି। ଆଉ ଜଣେ ଲୋକ ଆଙ୍ଗୁଠି ହଲାଇ ସେ ଦୁହିଁଙ୍କୁ ଗାଳି ଦେଉଛନ୍ତି।
ଘଟଣାଟି ଦକ୍ଷିଣ ତ୍ରିପୁରା ଜିଲ୍ଲାର ବେଲୋନିଆରେ ଘଟିଛି। ପୁରୁଷ ଲୋକଟି ବିବାହିତ ଓ ୨ଟି ପିଲାର ବାପ ହୋଇଥିବା ବେଳେ ୨୦ ବର୍ଷୀୟ ଯୁବତୀଜଣକ ସମ୍ପର୍କୀୟ ଭାଇଭାଉଜଙ୍କ ପାଖରେ ରହନ୍ତି।
ସେ ଯୁବତୀ ସହିତ ବିବାହିତ ବ୍ୟକ୍ତିଜଣକ ପ୍ରେମ ସମ୍ପର୍କରେ ଲିପ୍ତ ଥିଲେ। ଶନିବାର ସକାଳେ ସ୍ଥାନୀୟ ଲୋକେ ସେମାନଙ୍କୁ ଏକତ୍ର ଦେଖି ‘ସାଲିସି ବୈଠକ’ (ଏକ ଧରଣର କଙ୍କାରୁ କୋର୍ଟ) ନିମନ୍ତେ ଧରିନେଇ ଖୁଣ୍ଟରେ ବାନ୍ଧି ପକାଇଥିଲେ।
ଘଟଣାସ୍ଥଳରେ ପୁଲିସ ପହଞ୍ଚି ଦୁହିଁଙ୍କୁ ବିଜୁଳି ଖୁମ୍ବରୁ ଖୋଲିଥିଲା। ମାମଲା ରୁଜୁ କରି ପୁଲିସ ତଦନ୍ତ ଆରମ୍ଭ କରିଥିଲେ ବି ମାଡ଼ ଖାଇ ଆହତ ହୋଇଥିବା ସେ ପୁରୁଷ କି, ଯୁବତୀ ବିଧିବଦ୍ଧ ଭାବେ ଥାନାରେ ଅଭିଯୋଗ କରି ନାହାନ୍ତି।
ଯୁବତୀଙ୍କ ସମ୍ପର୍କୀୟ ଭାଇଙ୍କୁ ବି ହାଜତକୁ ନିଆଯାଇଛି। ତାଙ୍କ (ଯୁବତୀ) ଭାଉଜ ମଧ୍ୟ ମାଡ଼ ମାରିବା ଘଟଣାର ଅନ୍ୟତମ ଅଭିଯୁକ୍ତା।
[ad_2]