ଓଡିଶା

ଆନ୍ଧ୍ରପ୍ରଦେଶରୁ ଉଦ୍ଧାର ହେଲେ ଅପହୃତ ଗଞ୍ଜାମର ୫ ମତ୍ସ୍ୟଜୀବୀ – bajravana

[ad_1]

ଛତ୍ରପୁର: ଆନ୍ଧ୍ରପ୍ରଦେଶର ଭବନପୋଡା ସାମୁଦ୍ରିକ ଥାନା ଅଞ୍ଚଳରୁ ଅପହୃତ ଗଞ୍ଜାମର ୫ ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କୁ ସୁରକ୍ଷିତ ଭାବେ ଆର୍ଯ୍ୟପଲ୍ଲୀକୁ ଅଣାଯାଉଛି। ଗଞ୍ଜାମର ୫ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀ ଅପହରଣ କରି ନେଇଥିଲେ। ଏନେଇ ଛତ୍ରପୁର ଏସଡିପିଓ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍‌ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନା ଅନ୍ତର୍ଗତ ସାନଆର୍ଯ୍ୟପଲ୍ଲୀ ଗ୍ରାମର ୧୯ ଜଣ ମତ୍ସ୍ୟଜୀବୀ ଗତକାଲି ସକାଳେ ମାଛ ମାରିବାକୁ ସମୁଦ୍ରକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ଜଣ ମତ୍ସ୍ୟଜୀବୀଙ୍କୁ ଟ୍ରଲର୍‌ରେ ମାଛ ମାରୁଥିବା ଆନ୍ଧ୍ରର ମତ୍ସ୍ୟଜୀବୀମାନେ ଅପହରଣ କରି ନେଇଥିବା ଥାନାରେ ଅଭିଯୋଗ ହୋଇଥିଲା। ଏ ନେଇ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଓଡ଼ିଶା ଉପକୂଳ ନିଷିଦ୍ଧାଞ୍ଚଳ ଭିତରକୁ ପଶି ଆନ୍ଧ୍ର ମତ୍ସ୍ୟଜୀବୀ ମାଛ ମାରିବାକୁ ବିରୋଧ କରିବା‌ରୁ ସମୁଦ୍ର ଭିତରେ ଉଭୟ ପକ୍ଷ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଗଞ୍ଜାମର ୫ ଜଣ ମତ୍ସ୍ୟଜୀବୀଙ୍କୁ ଆନ୍ଧ୍ର ମତ୍ସ୍ୟଜୀବୀ ଅପହରଣ କରି ନେଇଥିଲେ।

ସାନଆର୍ଯ୍ୟପଲ୍ଲୀ ଗ୍ରାମର ଏନ୍‌. କାମେୟା ଏବଂ ୱାଇ. ମୋହନଙ୍କ ଦୁଇଟି ଡଙ୍ଗାରେ ଏହି ୧୯ ଜଣ ମତ୍ସ୍ୟଜୀବୀ ଗତକାଲି ସକାଳେ ମାଛ ମାରିବାକୁ ଯାଇଥିଲେ। ସମୁଦ୍ର ଭିତରେ ଆନ୍ଧ୍ର ମତ୍ସ୍ୟଜୀବୀ ନୋ-ଫିସିଂ ଜୋନ୍‌ରେ ବେଆଇନ ଭାବେ ମାଛ ଧରୁଥିବାରୁ ଆର୍ଯ୍ୟପଲ୍ଲୀ ଅଂଚଳର ମତ୍ସ୍ୟଜୀବୀ ବିରୋଧ କରିଥିଲେ। ଏହାକୁ ନେଇ ଉଭୟ ମତ୍ସ୍ୟଜୀବୀ ଗୋଷ୍ଠୀ ମଧ୍ୟରେ ବଚସା ପରେ ଆନ୍ଧ୍ରର ମତ୍ସ୍ୟଜୀବୀ ସାନଆର୍ଯ୍ୟପଲ୍ଲୀର ୫ଜଣ ମତ୍ସ୍ୟଜୀବୀଙ୍କୁ ଜୋର୍‌ ଜବରଦସ୍ତ ସେମାନଙ୍କ ଟ୍ରଲର୍‌ରେ ଅପହରଣ କରି ନେଇଥିବା ପରିବାରବର୍ଗ ଆର୍ଯ୍ୟପଲ୍ଲୀ ସାମୁଦ୍ରିକ ଥାନାରେ ଅଭିଯୋଗ କରିଥିଲେ। ଅପହରଣ ହୋଇଥିବା ୫ ଜଣ ମତ୍ସ୍ୟଜୀବୀ ହେଲେ କେ. ବାବାଜୀ, ଏନ୍‌. କାମେୟା, ବି. ମୋହନ, ଜି. ଏରେୟା ଓ ଜି. ଜାଙ୍ଗାଲି। ୧୯ ଜଣ ମତ୍ସ୍ୟଜୀବୀଙ୍କ ମଧ୍ୟରୁ ପ୍ରଥମେ ଦଶଜଣ ମତ୍ସ୍ୟଜୀବୀ ଫେରି ଆସିଥିବା ବେଳେ ଅପହରଣ ହୋଇଥିବା ମତ୍ସ୍ୟଜୀବୀମାନଙ୍କୁ ଖୋଜି ନିରାଶ ହୋଇ ଆଉ ଗୋଟିଏ ଡଙ୍ଗାରେ ୪ ଜଣ ମତ୍ସ୍ୟଜୀବୀ ସୁରକ୍ଷିତ ଅବସ୍ଥାରେ ଫେରିଥିଲେ। ଅପହରଣ ହୋଇଥିବା ୫ଜଣ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିବା ନିମନ୍ତେ ମତ୍ସ୍ୟଜୀବୀ ନେତା ଏନ୍‌. ଦୀନବନ୍ଧୁ ଥାନାରେ ଏତଲା ଦେଇଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button