ଅପରାଧ

ଏହି କାରଣରୁ ବାଇକ ଚାଳକଙ୍କ କଟିଲା ୨ଲକ୍ଷ ଟଙ୍କାର ଚାଲାଣ – bajravana

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ-ମେରଠ ଏକ୍ସପ୍ରେସ‌ୱେରେ ଟ୍ରାଫିକ ପୁଲିସ ଜଣେ ବାଇକ ଚାଳକଙ୍କର ୨ଲକ୍ଷ ଟଙ୍କାର ଚାଲାଣ କାଟିଛି। ଏହି ଚାଲାଣ ବିଷୟରେ ଯେତେବେଳେ ବାଇକ ଚାଳକ ଜଣକ ଜାଣିଥିଲେ ସେ ପୂରାପୂରି ସ୍ତବ୍ଧ ହୋଇଯାଇଥି‌ଲେ। କ’ଣ କରିବେ କିଛି ବୁଝି ପାରି ନଥି‌ଲେ। ଏହାପରେ ବାଇକ ଚାଳକ ଗାଜିଆବାଦ ଟ୍ରାଫିକ ପୁଲିସ ସହିତ ସମ୍ପର୍କ କରି ଏହି ଚାଲାଣ ଘଟଣା ବିଷୟରେ କହିଥି‌ଲେ।

ପ୍ରକାଶିତ ରିପୋର୍ଟ ମୁତାବକ, ଗତକିଛି ମାସ ମଧ୍ୟରେ ଦିଲ୍ଲୀ-ମେରଠ ଏକ୍ସପ୍ରେସୱେରେ କିଛି ଲାଇନରେ ଦୁଇଚକିଆ ଓ ତିନିଚକିଆ ଯାନ ଚାଲିବାର ଅନୁମତି ନାହିଁ। ଏହି ନିୟମକୁ ଯେଉଁମାନେ ମାନୁ ନାହାନ୍ତି ତାଙ୍କ ବିରୋଧରେ ଜରିମାନା ଲାଗୁ କରାଯାଉଛି। ଏହି ଜରିମାନା ରାଶି ୨୦ହଜାର ଟଙ୍କା ନିର୍ଦ୍ଧାରିତ କରଯାଇଛି।

ପୂର୍ବରୁ ଏହି ରାଶି ୫ହଜାର ଟଙ୍କା  ଥିଲା। ଦୁର୍ଘଟଣାକୁ ହ୍ରାସ କରିବା ପାଇଁ ଏହି ରାଶିକୁ ବୃଦ୍ଧି କରାଯାଇ ୨୦ହଜାର ଟଙ୍କା କରି ଦିଆଯାଇଛି। ତେବେ ପ୍ରିଣ୍ଟିଂ ତ୍ରୁଟି ହେତୁ ବାଇକ ଚାଳକଙ୍କୁ ୨ଲକ୍ଷ ଟଙ୍କାର ଜରିମାନା ଲାଗୁ କରାଯାଇଥିବା ନୋଟିସ ପଳାଇଯାଇଥିଲା ବୋଲି ଟ୍ରାଫିକ ପୁଲିସ ସୂଚନା ଦେଇ କହିଛି।

ବାଇକ ମାଲିକଙ୍କ ଏହି ତ୍ରୁଟି ବିଷୟରେ ଜାଣିବା ପରେ ଟ୍ରାଫିକ ପୁଲିସ ଏହାକୁ ସୁଧାରିଥିଲା। ଟ୍ରାଫିକ ପୁଲିସ ୨ଲକ୍ଷର ଜରିମାନା ରାଶିକୁ ୨୦ହଜାର ଟଙ୍କା କରିଥିଲା। ଅର୍ଥାତ ଚାଲାଣ କଟିଥିବା ବାଇକ ଚାଳକଙ୍କୁ ଏବେ ୨୦ହଜାର ଟଙ୍କା ଜରିମାନା ଦେବାକୁ ପଡ଼ିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button