ରାଶିଫଳ

ଆଜି ଶୁକ୍ରବାର ଆଜିର ରାଶିଫଳ, ତା ୧୬ ରିଖ ମାର୍ଚ୍ଚ ୨୦୧୮

ଆଜି ଶୁକ୍ରବାର, କାର୍ଯ୍ୟଧିପତି ଶୁକ୍ରଙ୍କୁ ସନ୍ତୁଷ୍ଟ କରିବା ପାଇଁ ଗ୍ରହରାଜ ସୂର୍ଯ୍ୟ ଦେବତାଙ୍କୁ ଜବାପୁଷ୍ପ ସମର୍ପଣ ପୂର୍ବକ ପ୍ରତ୍ୱେହ ଜଳ ତର୍ପଣ କରନ୍ତୁ ।

ମେଷ:-

ଆଜିର ଏକାଦଶସ୍ଥ ଚନ୍ଦ୍ର ଆପଣଙ୍କ ଆଶା ଓ କାମନାକୁ ଚରିତାର୍ଥ କରିବାରେ ସହାୟକ ହେବ। ଦୀର୍ଘଦିନରୁ ଅଟକି ରହିଥିବା କାମଗୁଡ଼ିକ ସକାଶେ ପ୍ରତିକୂଳ ପରିସ୍ଥିତିର ଚାପ କମିପାରେ। ପୂର୍ବ ଯୋଜନା ଅନୁଯାୟୀ କର୍ମ କରିବା ସହ ପରିସ୍ଥିତିକୁ ସାମନା କରିବାକୁ ଚେଷ୍ଟା କରନ୍ତୁ, ଅବଶ୍ୟ କେତେକାଂଶରେ ଉପକୃତ ହେବେ।

ବୃଷ:-

ଶୁକ୍ର ସହ ବୃହସ୍ପତିଙ୍କ ଷଡ଼ାଷ୍ଟକ ସ୍ଥିତି ଆର୍ଥିକ ଅଭାବ ପୂରଣ ଦିଗରେ ଅନ୍ତରାୟ ସୃଷ୍ଟି କରିବ। ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଶୁକ୍ରଙ୍କ ଶୁଭପ୍ରଭାବରୁ କଳା, କ୍ରୀଡ଼ା, ସାହିତ୍ୟ, ସାମ୍ବାଦିକତା, ମନୋରଞ୍ଜନ, ବିଳାସପୂର୍ଣ୍ଣ ଦ୍ରବ୍ୟ ଲାଭ କରିବେ। ବ୍ୟବସାୟିକ ସ୍ଥିତି ପ୍ରାୟତଃ ସୁଦୃଢ଼ ରହିବ।

ମିଥୁନ:-

ପରିସ୍ଥିତିକୁ ଖାପଖୁଆଇ ଚଳିବାରେ ଅସମର୍ଥ ହୋଇପାରନ୍ତି। ଅବଶ୍ୟ ନୂତନ ବନ୍ଧୁ ସମ୍ପର୍କ ଓ ପାରିବାରିକ ଦିଗରୁ ଆଜି ଅନୁକୂଳ ଫଳ ପାଇବେ। ମାଲି ମକଦ୍ଦମା, ଆଲୋଚନା, ପ୍ରେସ୍‌ ପବ୍ଲିକେଶନ, ସାମ୍ବାଦିକତା କ୍ଷେତ୍ରରେ ବିଶେଷ ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ କେତେକ ଦିଗରୁ ଚାପର ସମ୍ମୁଖୀନ ହୋଇପାରନ୍ତି।

କର୍କଟ:-

କର୍ମ ପରିସର ବୃଦ୍ଧି ପାଇବା ସହ ସ୍ଥାନାନ୍ତର ପାଇଁ ଚିନ୍ତା କରିପାରନ୍ତି। ନୂତନ କର୍ମାରମ୍ଭ,ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ, ଭ୍ରମଣ ସୁଯୋଗ, ଦୂରଯାତ୍ରା ଓ ବନ୍ଧୁମିଳନ ହେତୁ ମନ ଏକପ୍ରକାର ଖୁସୀ ରହିବ। ଏହା ସାଙ୍ଗକୁ ଅର୍ଥାଭାବ, କେତେକ ମାନସିକଦ୍ୱନ୍ଦ୍ୱ ଲାଗି ରହିପାରେ। ବାଣିଜ୍ୟ,ବ୍ୟବସାୟ ଏପରିକି ଯୋଗାଣ କାରବାରରେ ଉନ୍ନତି କରିବେ।

ସିଂହ:-

ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବା କାରଣରୁ ମନରେ ସରସତା ରହିବ ନାହିଁ। ଆଜି ସଙ୍ଗୀତ, ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିପାରନ୍ତି। ସକାଳ ସମୟଟି ପ୍ରାୟତଃ ଭଲ ରହିବ ତଥାପି ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡ଼ିପାରେ ା ଆଗାମୀ ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତ ରହିବେ।

କନ୍ୟା:-

ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି କିମ୍ବା ଅଭିଳଷିତ ଜିନିଷଟି ମଧ୍ୟାହ୍ନ ପରେ ପାଇବେ। ହଠାତ୍‌ ଅର୍ଥ ସମ୍ପର୍କକୁ ନେଇ ଭା୍ରତୃବିବାଦ ଦେଖାଦେଇ ପାରେ। ପ୍ରତିଦ୍ୱନ୍ଦ୍ୱିତା, ଶିଳ୍ପ, ବାଣିଜ୍ୟ ଓ ଯାତ୍ରା ସମ୍ପର୍କରେ ଚିନ୍ତା ବଢ଼ିବ। ସାମାନ୍ୟ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିବେ।

ତୁଳା:-

ପଡ଼ୋଶୀଙ୍କ ପରୋକ୍ଷଶତ୍ରୁତା ସାଙ୍ଗକୁ ପାରିବାରିକ ସମସ୍ୟା ହେତୁ ମନରେ ସରସତା ରହିବ ନାହିଁ। ନିଜର ଲୋକମାନେ ଈର୍ଷାପରାୟଣ ହୋଇ ପରିସ୍ଥିତିକୁ ଭିନ୍ନରୂପ ଦେଇ ପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା ଶୁଭପ୍ରଦ ହେବ ଓ ବନ୍ଧୁ ମିଳନ ଘଟିବ। କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି।

ବିଛା:-

ପ୍ରତ୍ୟେକ କ୍ଷେତ୍ରରେ ଭାବିଚିନ୍ତି କାମ କରିବା ଭଲ। ବିବାଦୀୟ ଘଟଣାରେ ସଫଳତା ଯୋଗୁ ମନ ଖୁସି ରହିବ । ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। କର୍ମକ୍ଷେତ୍ରରେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ବିବାଦୀୟ ପରିସ୍ଥିତିର ଦୃଢ ମୁକାବିଲା କରି ବ୍ୟବସାୟକୁ ଆଗକୁ ବଢାଇବା ପାଇଁ ନୂତନ ପଦକ୍ଷେପ ଗ୍ରହଣ କରିପାରନ୍ତି।

ଧନୁ:-

କୌଣସି କର୍ମାରମ୍ଭରେ ପ୍ରଥମେ ପ୍ରଥମେ ସଂକଟର ସମ୍ମୁଖୀନ ହେବାକୁ ପଡ଼ିପାରେ। ସୁସ୍ଥ ମନରେ ବିଚାର ବିନା ସରଳ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଶାରୀରିକ ସୁସ୍ଥତା ଫେରିପାଇବେ କିନ୍ତୁ ହଠାତ୍‌ କୌଣସି କ୍ଷେତ୍ରରେ ପ୍ରତିକ୍ରିୟାଶୀଳ ହେବା ଠିକ୍‌ ହେବନାହିଁ । ଲେଖାପଢ଼ା,ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।

ମକର:-

ବିଭିନ୍ନ ପ୍ରକାରର ସମସ୍ୟା ମଧ୍ୟରେ ଗତି କରିବା କାରଣରୁ ମନ ଅସ୍ଥିର ରହିବ। ସକାଳୁଆ ଯାତ୍ରା, ବାଣିଜ୍ୟ, ନିର୍ମାଣ ଓ ପରିବହନରେ ସମସ୍ୟା ଏହାର କାରଣ ହେବ ।ନିଜସ୍ବ ଅବହେଳା ଯୋଗୁ କେତେକ କାମ ସକାଶେ ଅନ୍ୟର ସାହାଯ୍ୟ ନେବାକୁ ବାଧ୍ୟହେବେ। ଭୁଲ୍‌ ବୁଝାମଣାରୁ ଦାମ୍ପତ୍ୟ ଜୀବନରେ ତିକ୍ତତା ଦେଖାଦେଇପାରେ।

କୁମ୍ଭ:-

ଷଷ୍ଠାଧିପ ଚନ୍ଦ୍ର ରାଶିରେ ରହି କୌଣସି ମହିଳା ସମସ୍ୟାର କାରଣ ହୋଇପାରନ୍ତି। ନୂତନ ଗୃହ, ଯାନବାହନ, ଯାନ୍ତ୍ରିକ ଜିନିଷ, ଧାତୁ ଅଳଙ୍କାର ପ୍ରଭୃତି ମୂଲ୍ୟବାନ ଜିନିଷ ପାଇଁ ମନ ବଳାଇବାର ଯୋଗ ରହିଛି। ଆମତ୍ୀୟସ୍ବଜନ, ସ୍ତ୍ରୀ କିମ୍ବା ଭାଇଙ୍କ ସ୍ବାସ୍ଥ୍ୟ ସକାଶେ କିମ୍ବା କଳହ ହେତୁ ଚିନ୍ତା କରିପାରନ୍ତି।

ମୀନ:-

ମାନସିକ ଅସ୍ଥିରତା ହେତୁ ନିରୁତ୍ସାହିତ ରହିପାରନ୍ତି। ସାଧାରଣ କଥାକୁ କେନ୍ଦ୍ରକରି ପରିବାର ମଧ୍ୟରେ କଥା କଟାକଟି ଜନିତ ସମସ୍ୟା ଉପୁଜିପାରେ । ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ଓ ସଭାସମିତିରେ ଯୋଗଦେଲେ ପ୍ରଶଂସିତ ହେବେ । ଆର୍ଥିକ ସ୍ବଚ୍ଛଳତା ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହୋଇପାରନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button