ଦେଶ ବିଦେଶ

ଆଜି ବି ତଳମୁହାଁ ସେନସେକ୍ସ: ଏକ ହଜାର ପଏଣ୍ଟ ହ୍ରାସ ପାଇ ୭୮ ହଜାର ୧୮୮ ରେ ପହଞ୍ଚିଲା

ଆଜି ବି ତଳମୁହାଁ ସେନସେକ୍ସ । ସପ୍ତାହର ଶେଷ ଦିନରେ ବି ହ୍ରାସ ପାଇଛି ସେନସେକ୍ସ । ଆଜି ସେନସେକ୍ସ ପ୍ରାୟ ଏକ ହଜାର ପଏଣ୍ଟ ହ୍ରାସ ପାଇ ୭୮ ହଜାର ୧୮୮ ରେ କ୍ଲୋଜ ହୋଇଛି । ନିଫ୍ଟି ମଧ୍ୟ ପ୍ରାୟ ୩୩୦ ପଏଣ୍ଟ ହ୍ରାସ ପାଇ ୨୩ ହଜାର ୬୨୩ରେ ପହଞ୍ଚିଛି । ସେନସେକ୍ସ ଓ ନିଫ୍ଟିରେ ଲଗାତର ହ୍ରାସ ଭାରତୀୟ ବଜାର ପାଇଁ ଚିନ୍ତାର କାରଣ ପାଲଟିଛି ।

୨୦୨୫ ମସିହା ପାଇଁ ଆମେରିକା ଫେଡେରାଲ ରିଜର୍ଭ ସୁଧହାର ହ୍ରାସ କରିଥିବାରୁ ଏହାର ପ୍ରଭାବ ଭାରତୀୟ ଆଇଟି କମ୍ପାନୀ ଷ୍ଟକ ଉପରେ ପଡିଛି । ଇନଫୋସିସ, ଏଚସିଏଲ, ୱିପ୍ରୋ, ଟିସିଏସ ଭଳି କମ୍ପାନୀର ଶେୟାର ଦାମ ପ୍ରାୟ ଦେଢରୁ ୨ ପ୍ରତିଶତ ହ୍ରାସ ହୋଇ ଛି। ବିଦେଶୀ ନିବେଶକମାନେ ଶେୟାର ବିକ୍ରି ଜାରି ରଖିଥିବାରୁ ଏହା ବଜାରକୁ ପ୍ରଭାବିତ କରିଛି । ବିଦେଶୀ ନିବେଶକଙ୍କ ଶେୟାର ବିକ୍ରି ବଡ କମ୍ପାନୀର ଶେୟାରଗୁଡିକ ପ୍ରଭାବିତ କରିଥିବା ବେଳେ ଏହା ଆର୍ଥିକ କ୍ଷେତ୍ରକୁ ପ୍ରଭାବିତ କରିଛି । ତେବେ ଏହି ସ୍ଥିତି ଦୀର୍ଘଦିନ ଲାଗି ରହିବ ନାହିଁ ବୋଲି ଆର୍ଥିକ ବିଶେଷଜ୍ଞମାନେ ମତ ଦେଇଛନ୍ତି । ଆମେରିକା ଫେଡେରାଲ ରିଜର୍ଭର ନୂଆ ଆର୍ଥିକ ନୀତି ଏସୀୟ ବଜାରରେ ଥିବା ଦୁର୍ବଳତାକୁ ପଦାରେ ପକାଇଛି ବିଦେଶୀ ନିବେଶକମାନେ ଷ୍ଟକ ବିକ୍ରି ଜାରି ରଖିଛନ୍ତି । ଆଇଟି ଷ୍ଟକଗୁଡିକ ଆମେରିକା ବଜାର ସହିତ ଜଡିତ ଥିବାରୁ ଅଧିକ ପ୍ରଭାବିତ ହୋଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button