ଓଡିଶା

ବାପା ଅକର୍ମଣ୍ୟ ପୁଅ ଶଯ୍ୟାଶାୟୀ, ପୁଅ ପାଇଁ ଘରେ ଜଳୁନି ଚୁଲି କାହାରି ଆଖିରୁ ଶୁଖୁନି ଲୁହ

ବୌଦ୍ଧ: କଥାରେ ଅଛି ଦୁଃଖ ଯେତେବେଳେ ଆସେ ଭାଇ,ବନ୍ଧୁ, କୁଟୁମ୍ବକୁ ସାଥିରେ ନେଇ ଆସେ l ଘରେ ଯେତେବେଳେ ଏକମାତ୍ର ବଢିଲା ପୁଅ ଶଯ୍ୟାଶାୟୀ ହୁଏ ସେତେବେଳେ ବାପା, ମା ଓ ପରିବାର ଉପରେ ଖସିପଡ଼େ ଦୁଃଖର ପାହାଡ଼ l ପୁଅ ପାଇଁ ଘରେ ଚୁଲି ଜଳୁନି କି କାହାରି ଆଖିରୁ ଶୁଖୁନି ଲୁହ l ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ବଡ଼କୁଶଙ୍ଗ ଗାଁର କାର୍ତ୍ତିକ ସେଠିଙ୍କ ପୁଅ ରାକେଶ ସେଠି । ବୟସ ୧୯ବର୍ଷ ହେବ l ଜଣେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା କାର୍ତ୍ତିକଙ୍କ ପରିବାର ସୁରୁଖୁରୁରେ ଚାଲିଥିଲା । ହେଲେ ୨୦୨୧ ମସିହାରେ ରାକେଶ ଯେତେବେଳେ ଯୁକ୍ତଦୁଇ ଶିକ୍ଷାବର୍ଷରେ ପାଦ ଥାପିଲେ ମୁଣ୍ଡରେ ବ୍ରେନ ଟ୍ୟୁମର ଥିବା ଜଣାପଡିଥିଲା l

ପରିବାର ଲୋକେ ତାଙ୍କୁ ପଇସା ପତ୍ର କରଜ କରି ପ୍ରଥମେ ବୁର୍ଲା ବଡ଼ ମେଡିକାଲକୁ ଚିକିତ୍ସା ପାଇଁ ନେଲେ ହେଲେ ସେଠି ବାପା ମା ବଡ଼ ଡାକ୍ତଙ୍କ ନିକଟରେ ପୁଅକୁ ଦେଖାଇବେ ବୋଲି ବରଗଡ ବିକାଶକୁ ନେଲେ । ସେଠାରେ ବିଏସକେୱାଇ କାର୍ଡ ମାଧ୍ୟମରେ ରାକେଶର ଚିକିତ୍ସା କଲେ । ସାମାନ୍ୟ ସୁସ୍ଥ ପରେ ଘରକୁ ନେଇ ଆସିଲେ ହେଲେ କିଛି ଦିନ ପରେ ରାକେଶ ପୁଣି ଅସୁସ୍ଥ ଅନୁଭବ କରିବାରୁ ଭୁବନେଶ୍ୱର ଏମ୍ସକୁ ଚିକିତ୍ସା ପାଇଁ ନେଲେ ହେଲେ ଚିକିତ୍ସା ସମୟରେ ରାକେଶ କୋମାକୁ ଚାଲିଗଲେ l ସାମାନ୍ୟ ଚିକିତ୍ସା ଓ ଅର୍ଥ ଅଭାବ ପରେ ପରିବାର ପୁଣି ଗାଁକୁ ନେଇ ଆସିଲେ ରାକେଶକୁ l

ଏମିତି ଅର୍ଥ ଅଭାବ ଭିତରେ ପୁଅ ଚିକିତ୍ସା ପାଇଁ ବାପା ମା’ ଦୌଡ଼ି ନୟାନ୍ତ ହୋଇଥିଲେ । ଶେଷରେ ସବୁ ଅର୍ଥ ଶେଷ ହୋଇଗଲା । ପ୍ରଶାସନ ପାଖରେ ଗୁହାରି କଲେ ରାକେଶଙ୍କ ବାପା । ହେଲେ ପ୍ରଶାସନ ପକ୍ଷରୁ କେବଳ ୧୦,୦୦୦ ଟଙ୍କା ମାତ୍ର ସହାୟତା ମିଳିବା ସହ ଚିକିତ୍ସା ପାଇଁ ପେଣି ଏମ୍ସ ଯିବାକୁ ପରାମର୍ଶ ଦେଲେ ପ୍ରଶାସନ l ଏବେ କୋମାରେ ଥିବା ରାକେଶ ପୁଣି ଭୁବନେଶ୍ୱର ଏମ୍ସ ଯିବେ ହେଲେ ହେଲେ ଚିକିତ୍ସାରେ ବାଧକ ସାଜିଛି ଅର୍ଥ ଅଭାବ l ତେଵେ ରାକେଶଙ୍କ ଚିକିତ୍ସା ପାଇଁ ପ୍ରଶାସନ ଓ ବଦାନ୍ୟ ବ୍ୟକ୍ତି ଙ୍କୁ ଗୁହାରି କରିଛନ୍ତି ପରିବାର l ସବୁଠୁ ବଡ଼ ଦୂଃଖର କଥା ହେଉଛି ବାପା କାର୍ତ୍ତିକ ମଧ୍ଯ ଅକର୍ମଣ୍ୟ l ଏକ ଦୁର୍ଘଟଣାରେ ତାଙ୍କର ଗୋଟିଏ ଗୋଡ଼ ଭାଙ୍ଗି ଯାଇଛି ଫଳରେ କାମ ଧନ୍ଦା କରିପାରୁ ନାହାନ୍ତି l ଗୋଟିଏ ପଟେ ପରିବାର ଚଳାଇବାର ଚିନ୍ତା ଓ ଅନ୍ୟପଟେ ପୁଅର ଚିକିତ୍ସା ଚିନ୍ତା କାର୍ତ୍ତିକ କରିବେ କଣ ତାଙ୍କୁ କିଛି ବୁଦ୍ଧି ଦିଶୁନି l

 

Related Articles

Leave a Reply

Your email address will not be published. Required fields are marked *

Back to top button