ଇତିହାସ ପୃଷ୍ଠାରୁ: କଂଗ୍ରେସର ଧାରଣା ଥିଲା, ଧନୀ ଲୋକ ମନ୍ତ୍ରୀ ହେଲେ ଦୁର୍ନୀତି କରିବେନି – bajravana
[ad_1]
ବ୍ରିଟିସ ସରକାରକୁ ବିରୋଧ କରି ସରକାରୀ ବିଦ୍ୟାଳୟ ଛାଡ଼ି ଆସିଥିବା ଛାତ୍ରମାନଙ୍କ ପାଇଁ ସମ୍ବଲପୁରର ଚନ୍ଦ୍ରଶେଖର ବେହେରା ପ୍ରମୁଖଙ୍କ ଉଦ୍ୟମରେ ସମ୍ବଲପୁର ଝାଡ଼ୁଆପଡ଼ାଠାରେ ଏକ ଜାତୀୟ ବିଦ୍ୟାଳୟ ସ୍ଥାପନା ହୋଇଥିଲା। ସେବେଳେ ନୀଳକଣ୍ଠ ଦାସ କଲିକତାରେ ଅଧ୍ୟାପକ ଥିଲେ। ସେ ଚାକିରି ଛାଡ଼ି ଜାତୀୟ ବିଦ୍ୟାଳୟରେ ଯୋଗ ଦେବା ପାଇଁ ୧୯୨୧ ଜାନୁଆରୀ ୭ ତାରିଖ ଦିନ ସମ୍ବଲପୁରରେ ପହଞ୍ଚି ରାଜନୀତି ଜୀବନର ଶୁଭାରମ୍ଭ କରିଥିଲେ। ଚନ୍ଦ୍ରଶେଖର ବେହେରା ଓ ଧରଣୀଧର ମିଶ୍ରଙ୍କ ସହ ମିଶି ସମ୍ବଲପୁର ଜିଲ୍ଲାରେ କଂଗ୍ରେସ କାର୍ଯ୍ୟ ସହିତ ଜାତୀୟ ବିଦ୍ୟାଳୟ ଆରମ୍ଭ କରିଥିଲେ। ସମ୍ବଲପୁରରେ ଏହା ଯୋଗୁଁ ନୀଳକଣ୍ଠ ପୂର୍ବ ପରିଚିତ ଥିଲେ। ୧୯୩୭ ନିର୍ବାଚନରେ ପିସିସି ସଭାପତି ଭାବେ ପ୍ରଚାର ଦାୟିତ୍ବ ନେଇଥିବାରୁ ନୀଳକଣ୍ଠ ପ୍ରତିଦ୍ବନ୍ଦିତା କରି ନଥିଲେ ମଧ୍ୟ ତାଙ୍କ ବିଶେଷ ଉଦ୍ୟମ କ୍ରମେ ଓଡ଼ିଶାରେ କଂଗ୍ରେସ ସଂଖ୍ୟାଗରିଷ୍ଠତା ହାସଲ କରି ୩୬ଟି ଆସନ ଜିଣିଲା। ସବୁଆଡ଼େ ପ୍ରଚାର, ନୀଳକଣ୍ଠ ଓଡ଼ିଶାର ପ୍ରାଦେଶିକ ପ୍ରଧାନମନ୍ତ୍ରୀ ହେବେ। ପୂର୍ବ ପୁରୀ ସଦରରୁ ଜିଣିଥିବା ନିମାପଡ଼ାର ମୋହନ ଦାସ ବିଧାୟକ ପଦରୁ ଇସ୍ତଫା ଦେଇ ସେଠାରୁ ନୀଳକଣ୍ଠ ନିର୍ବାଚନ ଲଢ଼ିବେ। ସେ ଦଳର ନେତା ନିର୍ବାଚିତ ହୋଇ ମନୋନୀତ କେନ୍ଦ୍ର ବ୍ୟବସ୍ଥାପକ ସଭାରୁ ଇସ୍ତଫା ଦେବେ। ମାତ୍ର ସେ ସମୟରେ ଏକ ଚକ୍ରାନ୍ତ ହେଲା। ୨୧ ଜଣ ସଭ୍ୟ ସମର୍ଥନ କରୁଥିବା ନୀଳକଣ୍ଠଙ୍କୁ ପ୍ରଧାନମନ୍ତ୍ରୀ ନ କରିବାକୁ ଯୋଜନା ହେଲା।
Sambad is now on WhatsApp
Join and get latest news updates delivered to you via WhatsApp
ଯୋଜନାର ମୁଖ୍ୟ ଥିଲେ କେନ୍ଦ୍ରୀୟ କଟକ ସଦର ନିର୍ବାଚନମଣ୍ଡଳୀରୁ ଜିଣିଥିବା ଓକିଲ ବିଚିତ୍ରାନନ୍ଦ ଦାସ। ବିଧାୟକ ବୈଠକରେ ନୀଳକଣ୍ଠ ଦାସଙ୍କ ନା ପ୍ରସ୍ତାବ ଆସିବାରୁ ଉତ୍ତର ବାଲେଶ୍ବର ନିର୍ବାଚନମଣ୍ଡଳୀରୁ ଜିଣିଥିବା ଗିରୀଶଚନ୍ଦ୍ର ରାୟ(ଚାରୁ) ପ୍ରଶ୍ନ କଲେ ଯେ- ନୀଳକଣ୍ଠ ବିଧାୟକ ଦଳର ସଦସ୍ୟ ନୁହନ୍ତି, ଏଣୁ ବିଧାୟକ ଦଳ ନେତା ହେବେ କେମିତି? କଂଗ୍ରେସ ଦଳର ପ୍ରସ୍ତାବଟି ସେ ଦେଖାଇଲେ। ଆସେମ୍ଲି ଦଳର ଗୋଟିଏ ରୁଲ୍ କମିଟି ହେଲା। ସେହି କମିଟିରେ ଏକ ରୁଲ୍ କରି ଦିଆଗଲା ଯେ ବିଧାୟକ ବାହାରୁ କେହି ନେତା ହୋଇପାରିବେ ନାହିଁ। ୨୧ ଜଣ ସମର୍ଥକଙ୍କ ମଧ୍ୟରୁ ୨୦ ଜଣ ବିଶ୍ବନାଥ ଦାସଙ୍କୁ ଭୋଟ ଦେଇ ଦେଲେ ଓ ସେ ପ୍ରଧାନମନ୍ତ୍ରୀ ହୋଇଗଲେ। ବିଶ୍ବନାଥ ଦାସ ନେତା ହେବା ପରେ ନୀଳକଣ୍ଠଙ୍କୁ କଥା ଦେଲେ ଯେ ସେ ରୁଲ ବଦଳାଇ ନୀଳକଣ୍ଠଙ୍କୁ ପ୍ରଧାନମନ୍ତ୍ରୀ କରି ନିଜେ ତାଙ୍କ ଅଧୀନରେ ଜଣେ ମନ୍ତ୍ରୀ ହେବେ। ବିଶ୍ବନାଥ ଦାସ ଥିଲେ ଜଣେ ଓକିଲ। ଗଞ୍ଜାମ ‘ଘୁମସର’ ନିର୍ବାଚନମଣ୍ଡଳୀରୁ ଜିଣିଥିଲେ। ସେ ଥିଲେ ଭୂ-ସମ୍ପତ୍ତିର ମାଲିକ। ପ୍ରଚୁର ଚାଷ ଜମି ଥିଲା। ଦକ୍ଷିଣ କଟକ-ସଦର ଆସନରୁ ଜିଣିଥିଲେ ନିତ୍ୟାନନ୍ଦ କାନୁନ୍ଗୋ, ସେ ଜମିଦାର ଶ୍ରେଣୀର। ସମ୍ବଲପୁର ସଦରରୁ ଜିଣିଥିଲେ ବିଶିଷ୍ଟ ଓକିଲ ବୋଧରାମ ଦୁବେ। ବଡ଼ ଧନୀ; ଅପାର ସମ୍ପତ୍ତିର ମାଲିକ। ପଇସାବାଲାଙ୍କୁ ମନ୍ତ୍ରୀ କଲେ କିଳାପୋତେଇ ନେବେ ନାହିଁ ବୋଲି ଧାରଣା ଥିଲା। ପଇସାବାଲା ଲୋକଙ୍କର ପଇସା ଦରକାର ନାହିଁ, ଏଣୁ କଂଗ୍ରେସ ଲୋକେ ପ୍ରଧାନମନ୍ତ୍ରୀ ଓ ଅନ୍ୟ ଦୁଇଜଣ ମନ୍ତ୍ରୀ ନିତ୍ୟାନନ୍ଦ କାନୁନ୍ଗୋ ଓ ବୋଧରାମ ଦୁବେଙ୍କୁ ମାନିନେଲେ।
[ad_2]