ଶୀତୁଆ ରାତିରେ ଜମିଲା କୋରାପୁଟ ଲୋକ ମହୋତ୍ସବ ‘ପରବ’, ହେଲା ୧୦ କୋଟିର ବ୍ୟବସାୟ
ପରବର ଶୀତୁଆ ରାତିରେ ଖଚାଖଚ ଭିଡ଼ ଆଉ ଭିଡ଼ ଭିତରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଗୀତର ଧୁନରେ ଝୁମି ଥିଲେ ହଜାର ହଜାର ଲୋକ । ଚତୁର୍ଥ ଦିନର ପରବ ସର୍ବକାଳିନ ରେକର୍ଡ କରି ୧୦ କୋଟିର ବ୍ୟବସାୟ କରିଛି ଯାହା ସର୍ବାଧିକ । ମୁଖ୍ୟ ଅତିଥି ରାଜ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଯୋଗ ଦେଇ କୋରାପୁଟର ଆଦିବାସୀ ଭାଷା ସସ୍କୃତିର ପ୍ରଶଂସା କରିବା ସହ ଅଞ୍ଚଳର ବିକାଶ ଭିତରେ କୃଷି ଓ ଯୋଗାଣ ବ୍ୟବସ୍ଥାକୁ ଗୁରୁତ୍ୱ ଦିଆଯିବ କହିଛନ୍ତି ।
ଜିଲ୍ଲାରେ ସର୍ବାଧିକ ପନିପରିବା ଚାଷ ହେଉଥିବା ବେଳେ ଖୁବ ଶୀଘ୍ର ଶୀତଳ ଭଣ୍ଡାର ନିର୍ମାଣ କରାଯିବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ପାତ୍ର । ଏଥି ସହ ଜିଲ୍ଲାରେ ଏକ ଉନ୍ନତ ମାନର ପ୍ଲାନେଟୋରିୟମ ଗଠନ କରାଯାଇ ଛାତ୍ରଛାତ୍ରୀ ମାନଙ୍କୁ ଭେଟି ଦିଆଯିବ ବୋଲି ପ୍ରତିଶୃତି ଦେଇଛନ୍ତି ମନ୍ତ୍ରୀ । ପରବ ମଞ୍ଚରେ ପୁରସ୍କାର ବିତରଣ ସହ ପ୍ରଥମ କରି ଜିଲ୍ଲାର ସମସ୍ତ ଜିଲ୍ଲା ପରିଷଦ ସଦସ୍ୟମାନଙ୍କୁ ସମ୍ମାନିତ କରାଯାଇଥିଲା । ମନ୍ତ୍ରୀଙ୍କ ଠୁ ଆରମ୍ଭ କରି ବିଧାୟକ ଜିଲ୍ଲାପରିଷଦ ସମସ୍ତେ ପରବର ପ୍ରଶଂସା କରିଥିଲେ ।
ଆଦିବାସୀ ଲୋକକଳା ସସ୍କୃତି ଓ ପରମ୍ପରାର ଝଲକ ଦିଶୁଛି କୋରାପୁଟିଆ ପରବରେ । ଚତୁର୍ଥ ସନ୍ଧ୍ୟାର ଆକର୍ଷଣ ଥିଲେ ହାଇଦ୍ରାବାଦ ଇନଫି୍ୟୂଜନ ଵେଣ୍ଡ ଯିଏ ଦର୍ଶକଙ୍କ ମନ ମୋହିଥିଲେ । ପରବ ସହ କୋରାପୁଟର କ୍ରୀଡା ସସ୍କୃତି ପର୍ଯ୍ୟଟନ ବିକାଶର ବାର୍ତ୍ତା ସମସ୍ତଙ୍କ ଲକ୍ଷ୍ୟ । ଲକ୍ଷ୍ମୀପୁର ଅଞ୍ଚଳର ପାରମ୍ପରିକ ଢେମସାର ତାଳେ ତାଳେ ନାଚିଥିଲେ ମନ୍ତ୍ରୀ ସାସଂଦ ଓ ବିଧାୟକ ତା’ ସହ କୋରାପୁଟ ଜିଲ୍ଲାପାଳ ଓ ସମସ୍ତ ଅଧିକାରୀ ମଧ୍ୟ କିଛି ସମୟ ପରବକୁ ଉପଭୋଗ କରି ନାଚୁଥିବାର ଦେଖିବାକୁ ମିଳିଥିଲା ।
ପରବ ମଞ୍ଚରେ ପୁରସ୍କୃତ ହୋଇ କ୍ରୀଡ଼ାବିତ ଖୁସି ଥିବା ବେଳେ ବାହାର ରାଜ୍ୟର ଦର୍ଶକ ମଧ୍ୟ ମନଭରି ପରବକୁ ଉପଭୋଗ କରିଥିଲେ । ପରବ ସମସ୍ତଙ୍କ ପ୍ରିୟ ରାଜନୀତିରୁ ଉର୍ଦ୍ଧରେ ରହି ସମସ୍ତ ରାଜନେତା ପରବ ମାଧ୍ୟମରେ ବିକାଶକୁ ଲକ୍ଷ୍ୟ ରଖିଛନ୍ତି କଳାକାର ନିଜ ସ°ସ୍କୃତି ଓ ପରମ୍ପରାକୁ ଉଦଜ୍ଜୀବିତ କରୁଥିବା ବେଳେ ଜନସାଧାରଣ ମନୋରଞ୍ଜନରେ ମସଗୁଲ ।