ଗୋଟିଏ କାଠରେ ଜଗନ୍ନାଥଙ୍କ ମୂର୍ତ୍ତି ; ନା ଲାଗିଛି କଣ୍ଟା, ନା ଲାଗିଛି ଅଠା
ପୁରୀ: ଅନେକ ସମୟରେ ଶ୍ରୀଜଗନ୍ନାଥଙ୍କୁ ନେଇ ବିଭିନ୍ନ କଳାକୃତି ଦେଖିବାକୁ ପାଇଛୁ । କିନ୍ତୁ ଆଜି ଆମେ ଯେଉଁ କଳାକୃତି ଆପଣଙ୍କୁ ଦେଖାଉଛୁ ତାହା ଆପଣମାନେ ପୂର୍ବରୁ କେବେ ଦେଖି ନଥିବେ । ମୂର୍ତ୍ତିକୁ ଦେଖିଲେ ଆପଣଙ୍କ ଆଖିରେ ପଲକ ପଡ଼ିବନି । ଗୋଟିଏ ମାତ୍ର ନିମ୍ବ କାଠରେ ହୋଇଥିବା ଏହି କଳାକୃତିରେ ଦୁଇ ଦୁଇଟି ରୂପ ଦେଖିବାକୁ ମିଳିଛି । ଏହାକୁ କରି ଦେଖାଇଛନ୍ତି ମହାରଣା ଶିଳ୍ପୀ ନିରାକାର ମହାରଣା ।
ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ମାଟିତୋଟା ମଙ୍ଗଳା ମନ୍ଦିରରେ ହୋଇଛି ଏହି କଳାକୃତି । ଏହି କଳାକୃତି ନିର୍ମାଣ କରିବାକୁ ଦିନେ କି ଦୁଇ ଦିନ ନୁହେଁ ଏହି କଳାକୃତି ଶେଷ ପର୍ଯ୍ୟାୟରେ ପହଞ୍ଚିବାକୁ ୫ ବର୍ଷ ସମୟ ଲାଗିଛି । ପ୍ରତିଦିନ ୨ ରୁ ୩ ଘଣ୍ଟା ପରିଶ୍ରମ କରି ସେ ଏହା କରି ଦେଖାଇଛନ୍ତି । ବର୍ତ୍ତମାନ କେବଳ ରଙ୍ଗ ଦେବା କାର୍ଯ୍ୟ ବାକି ରହିଛି । ମୂର୍ତ୍ତିଟି ସମ୍ପୂର୍ଣ୍ଣ ଖୋଲିଗଲେ ଦେବୀ ତଥା ମହାପ୍ରଭୁଙ୍କ ବିଶ୍ଵରୂପ ଓ ଏହାକୁ ପୁନଃ ଏକ କରିଦେଲେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଗ୍ରହ ।
ଏହି ମୂର୍ତ୍ତି ସମ୍ପର୍କରେ ଏମିତି କିଛି କଥା ଅଛି ଯାହା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ମୂର୍ତ୍ତି ନିର୍ମାଣରେ ନା କୌଣସି କଣ୍ଟାର ବ୍ୟବହାର କରାଯାଇଛି ନା କୌଣସି ପ୍ରକାର ଅଠା । ଏହାସହ ଯୋଡ଼େଇ ମଧ୍ୟ କରାଯାଇନାହିଁ । ମାତିତୋଟା ସୁଜାତା ନଗର ମଙ୍ଗଳା ମନ୍ଦିର ଭିତରେ ନିର୍ମାଣ ଚାଲିଛି ଏହି ବିସ୍ମୟ ମୂର୍ତ୍ତି । ଗୋଟିଏ ମୂର୍ତ୍ତିର ଏହି ଦୁଇଟି ରୂପ ସତରେ ଅନନ୍ୟ ଓ ଅବିଶ୍ଵସସନୀୟ । ୫ ବର୍ଷ ତଳେ ନିରାକାରଙ୍କ ମନକୁ ଏହି ଭାବନା ଆସିଥିଲା। ଗୋଟିଏ ମାତ୍ର ନିମ୍ବ କାଠ ଆଣି ସେହି ମଙ୍ଗଳା ମନ୍ଦିର ପରିସରରେ ସେ ଏହି ମୂର୍ତ୍ତି ନିର୍ମାଣ ଆରମ୍ଭ କରିଥିଲେ ।
କାଳେ କଣ୍ଟା ବାଡ଼ା ଯାଇଥିବ, ଯୋଡ଼େଇ ହେଇଥିବ କି ଅଠାର ବ୍ୟବହାର କରାଯାଇଥିବ ଏହି ସନ୍ଦେହ ଦୂର ପାଇଁ ନିୟୁଜ ମାଧ୍ୟମରେ ଏହାର ସତ୍ୟତା ସାମ୍ନାକୁ ଅଣାଯାଇଛି । ରଙ୍ଗ ହୋଇ ମୂର୍ତ୍ତି ପୂର୍ଣ୍ଣ ରୂପ ପାଇବା ପରେ । ନିରକାରଙ୍କ ଇଛା ଯେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ଗ୍ରହଣ କରି ଶ୍ରଦ୍ଧାଳୁ ତଥା ପର୍ଯ୍ୟଟକଙ୍କ ପାଇଁ ଏହାକୁ ଗୁଣ୍ଡିଚା ମନ୍ଦିରରେ ରଖନ୍ତୁ । ଏହି ଫ୍ରେମ ଓ ଡିଜାଇନ ସେ ଆଉ କାହା ସହ ଭାବ ବିନିମୟ କରିବେ ନାହିଁ କିମ୍ବା ଦ୍ଵିତୀୟ ଥର ପାଇଁ ଏଭଳି ମୂର୍ତ୍ତି ନିର୍ମାଣ କରିବେ ନାହିଁ ।