ଓଡିଶା

ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀ: କଂଗ୍ରେସ ପ୍ରାର୍ଥୀ ଆଶାରେ ୩୩! – bajravana

[ad_1]

ବାଲିକୁଦା: ଗୋଟିଏପଟେ ରାଜ୍ୟରେ କଂଗ୍ରେସର ନିର୍ବାଚନୀ ପ୍ରସ୍ତୁତିକୁ ନେଇ ନୈରାଶ୍ୟ ପ୍ରକାଶ ପାଉଥିବା ବେଳେ ଅନ୍ୟପଟେ ଜଗତସିଂହପୁର ଜିଲ୍ଲାର ବାଲିକୁଦା-ଏରସମା ନିର୍ବାଚନ ମଣ୍ଡଳୀରେ କଂଗ୍ରେସରୁ ବିଧାୟକ ପ୍ରାର୍ଥୀ ହେବାକୁ ୩୩ ଜଣ ଅନଲାଇନରେ ଆବେଦନ କରିବା ଘଟଣା ଏବେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ରାଜ୍ୟ କଂଗ୍ରେସ ପକ୍ଷରୁ ବିଧାୟକ ଓ ସାଂସଦ ଭାବେ ପ୍ରାର୍ଥୀ ହେବାକୁ ଆଶାୟୀଙ୍କୁ ପ୍ରଗମନ ଆପ୍‌ ଜରିଆରେ ଆବେଦନ ପାଇଁ ଏକ ନିର୍ଦ୍ଦିଷ୍ଟ ସମୟ ଦିଆଯାଇଥିଲା। ଏହି ସମୟସୀମା ମଧ୍ୟରେ ବାଲିକୁଦା-ଏରସମା ନିର୍ବାଚନମଣ୍ଡଳୀରୁ ବିଧାୟକ ପ୍ରାର୍ଥୀ ପାଇଁ ସର୍ବାଧିକ ୩୩ ଜଣ ଆବେଦନ କରିଛନ୍ତି। ପ୍ରାର୍ଥୀ ପାଇଁ ଆଶାୟୀ ଅଛନ୍ତି ପୂର୍ବତନ ବିଧାୟକ ଲାଲଟେନ୍ଦୁ ମହାପାତ୍ର। ଲଲାଟେନ୍ଦୁ ସଂକୀର୍ତ୍ତନ ଶୋଭାଯାତ୍ରା, ହର ଘର କଂଗ୍ରେସ କାର୍ଯ୍ୟକ୍ରମ କରି ନିର୍ବାଚନମଣ୍ଡଳୀରେ ସଂଗଠନକୁ ସମ୍ଭାଳିବାରେ ଲାଗିଛନ୍ତି। ନିକଟରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ତାଙ୍କୁ ସାଧାରଣ ସମ୍ପାଦକ ପଦବି ସହ ବରିଷ୍ଠ ମୁଖପାତ୍ର ଭାବେ ନିଯୁକ୍ତି ଦିଆଯାଇଛି।

ଅନ୍ୟପଟେ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ଡ. ସୁଶାନ୍ତ କୁମାର କାନୁନ୍‌ଗୋ ୨ ଥର ଟିକେଟ୍‌ରୁ ବଞ୍ଚିତ ହୋଇଥିଲେ ମଧ୍ୟ ସେ ନିର୍ବାଚନ ମଣ୍ଡଳୀରେ ସକ୍ରିୟ ରହିବା ସହ ବିଧାୟକ ଟିକଟ୍‌ ଲବିରେ ରହିଛନ୍ତି। ବ୍ୟବସାୟୀ ଇଂ. ନଳିନୀ ସ୍ୱାଇଁ, ଜିଲ୍ଲାପରିଷଦ ସଭ୍ୟ ପିନାକୀ ନାରାୟଣ ଦାସ, ରାଜକିଶୋର ସାହୁଙ୍କ ସମେତ ୩୩ ଜଣ ଟିକେଟ ପାଇଁ ଆବେଦନ କରିଛନ୍ତି। ଏ ସଂପର୍କରେ ପୂର୍ବତନ ବିଧାୟକ ଲଲାଟେନ୍ଦୁ ମହାପାତ୍ର କହିଛନ୍ତି, ‘ଏତେ ସଂଖ୍ୟାରେ ବ୍ୟକ୍ତି କଂଗ୍ରେସ ଟିକେଟ ପାଇଁ ଆବେଦନ କରିବା ଘଟଣା ନିଶ୍ଚିତ ଭାବେ ଦଳ ପାଇଁ ଶୁଭଙ୍କର।’ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଲଲାଟେନ୍ଦୁଙ୍କ ପିଉସା ହୋଇଥିବାରୁ ସେ ବିଜେପିରେ ସାମିଲ ହୋଇପାରନ୍ତି ବୋଲି ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରି ନିର୍ବାଚନ ସମୟ ଆସିଲେ ଏହିଭଳି ଚର୍ଚ୍ଚା ହୋଇଥାଏ ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ, ଅଖିଳ ଭାରତୀୟ କଂଗ୍ରେସର ଓଡ଼ିଶା ସଂଯୋଜକ ଡ. ସୁଶାନ୍ତ କାନୁନ୍‌ଗୋ କହିଛନ୍ତି ଯେ ଏଠି ଦଳର ପ୍ରାର୍ଥୀ ପରିବର୍ତ୍ତନ ହେଲେ ଯାଇ ଏଠାରେ ଦଳ ବିଜୟୀ ହେବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button