ସମାଜବାଦୀ ପାର୍ଟି ସାଂସଦ କରୁଥିଲେ ବିଦ୍ୟୁତ୍ ଚୋରି : ଏତେ ବୈଦ୍ୟୁତିକ ଉପକରଣ ଚାଲିଥିଲେ ମଧ୍ୟ ଆସୁଥିଲା ୦ ବିଲ୍, ମାମଲା ରୁଜୁ
ଉତ୍ତରପ୍ରଦେଶ ସାଂସଦ ଜିୟାଉର ରହମାନ ବର୍କଙ୍କ ଅଢୁଆ ବଢିଛି । ସମ୍ଭଲର ସାଂସଦ ବର୍କଙ୍କ ବିରୋଧରେ ବିଦ୍ୟୁତ ବିଭାଗ ବଡ଼ କାର୍ଯ୍ୟାନୁଷ୍ଠାନ ନେଇଛି । ତାଙ୍କ ବିରୋଧରେ ପୁରୁଣା ମିଟର ବଦଳେଇବା ସହ ମିଟର ଟାମ୍ପରିଂ କରିବା ଅଭିଯୋଗ ଆସିଛି । ତାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏ ନେଇ ବିଜୁଳି ବିଭାଗ ପକ୍ଷରୁ କର୍ବଙ୍କ ଘରେ ବ୍ୟବହାର ହେଉଥିବା ଇଲେକ୍ଟ୍ରିକ୍ ଉପକରଣ ସବୁର ଲିଷ୍ଟ ଜାରି କରିଛି ।
ବିଦ୍ୟୁତ ବିଭାଗ ଟିମ୍ ସମ୍ଭଲରେ ଥିବା ତାଙ୍କ ଘରେ ପହଞ୍ଚିବା ପରେ ଲାଗିଥିବା ଇଲେକ୍ଟ୍ରୋନିକ୍ସ ଉପକରଣ ଦେଖି ଆଶ୍ଚର୍ଯ୍ୟ ହୋଇଛି । ଘରେ ବିଦ୍ୟୁତର ଡିମାଣ୍ଡ ଅଧିକ ରହିଥିବା ବେଳେ କମ୍ ଲୋଡ ମିଟର ଲଗାଯାଇଛି । ପାଖାପାଖି ଗୋଟିଏ ବର୍ଷ ହେବ ବର୍କଙ୍କ ବିଜୁଳି ବିଲ୍ ଶୂନ୍ୟ ଆସୁଥିବା କହିଛି ବିଭାଗ । ବର୍ତ୍ତମାନ ଯେଉଁ ଲିଷ୍ଟ ସାମ୍ନାକୁ ଆସିଛି, ବର୍କଙ୍କ ଘରେ ୧୬.୭ ହଜାର ୱାଟ ବିଜୁଳି ମାସକୁ ଖର୍ଚ୍ଚ ହେଉଥିବା କୁହାଯାଉଛି ।
ସମାଜବାଦୀ ପାର୍ଟି ସାଂସଦଙ୍କ ୨ ମହଲା ବିଶିଷ୍ଟ ଘରେ ୩୮ ବଲ୍ବ, ୧୯ ପଙ୍ଖା, ୩ ଏସି ବ୍ୟବହାର କରାଯାଉଛି । ଏଗୁଡ଼ିକ ବ୍ୟତୀତ ଗିଜର, ମାଇକ୍ରେୱେବ୍, ଫ୍ରିଜ୍ ସାଙ୍ଗକୁ ବହୁ ଇଲେକ୍ଟ୍ରିକ୍ ଉପକରଣ ରହିଛି । ବିଜୁଳି ବିଭାଗର କହିବା ଅନୁସାରେ, ବର୍କଙ୍କ ଘରେ ୧୬,୪୮୦ ୱାଟ ବିଜୁଳି ଖର୍ଚ୍ଚ କରୁଥିବା ଉପକରଣ ରହିଛି । ବର୍କଙ୍କ ଘରେ ଦୁଇଟି ବିଜୁଳି ମିଟରରେ ଟାମ୍ପରିଂ ହୋଇଥିବା ପ୍ରମାଣ ମିଳିଛି । ସେ ମିଟରକୁ ହଟାଇ ବିଭାଗ ବର୍ତ୍ତମାନ ନୂଆ ମିଟର ତାଙ୍କ ଘରେ ବସେଇଛି । ରାପିଡ୍ ଏକ୍ସନ୍ ଫୋର୍ସ ଏବଂ ପୋଲିସ ଅଧିକାରୀଙ୍କ ଉପସ୍ଥିତିରେ ବିଜୁଳି ବିଭାଗ ମିଟର ଲଗାଇଛି । ଗତ ବର୍ଷେ ମଧ୍ୟରେ ବିଦ୍ୟୁତ ବିଲ୍ ମାତ୍ର ୧୪ ହଜାର ଆସିଛି ।
ସୂଚନାଯୋଗ୍ୟ, ବର୍କଙ୍କ ଘରର ବିଜୁଳି ବିଲ୍ ୦ ଆସିବାରୁ ଟିମ୍ ପୁରୁଣା ମିଟର ବଦଳାଇଥିଲ । ତା’ ପରେ ଘରର ଇଲେକ୍ଟ୍ରୋନିକ୍ସ ଉପକରଣର ଲୋଡିଂ ଚେକ୍ କରାଯାଇଥିଲା । ବିଜୁଳି ବିଭାଗ ଟିମ ତାଙ୍କ ଘର ସ୍ମାର୍ଟ ମିଟର ଲଗାଇଥିଲା ଫଳରେ ଘରେ କେତେ ବିଜୁଳି ଆବଶ୍ୟକ ତାହା ଜାଣିପାରିବ । ଏହାସହିତ ତାଙ୍କ ଘରେ ଚାଲୁଥିବା ପଙ୍ଖା, ଏସି ଏବଂ ଅନ୍ୟ ଉପକରଣର ଚେକିଂ କରାଯାଇଥିଲା ।