ଶୀତ ଦିନରେ ଏହିସବୁ କାମ କରୁଥିଲେ ହୋଇଯାଆନ୍ତୁ ସାବଧାନ ! ତୁରନ୍ତ ଅଭ୍ଯାସ ବଦଳାନ୍ତୁ, ନହେଲେ ଅସୁବିଧାରେ ପଡ଼ିପାରନ୍ତି
ବନ୍ଧୁଗଣ ଶୀତ ଦିନ ପ୍ରାୟ ସବୁ ଲୋକଙ୍କୁ ଏହି ଋତୁ ବହୁତ ପସନ୍ଦ ହୋଇଥାଏ । ହେଲେ ଋତୁକୁ ଏଞ୍ଜୟ କରିବା ତ ଠିକ ଅଛି । ହେଲେ ଏହି ଥଣ୍ଡା ଦିନରେ ଆମେ ନିଜ ଶରୀରର ଠିକ ଭାବେ ଯତ୍ନ ନନେବା । ତେବେ ହୁଏତ ଆମେ ବହୁତ ଶୀଘ୍ର ବେମାରରେ ପଡିଯିବା । ତେବେ ଏହି ଶୀତ ଦିନରେ କିଛି ଲୋକ ଏପରି କିଛି ଭୁଲ କରି ବସିଥାନ୍ତି । ଯାହା ପାଇଁ ସେମାନଙ୍କୁ ସ୍ଵାସ୍ଥ ସହ ଜଡିତ ସମସ୍ଯାର ସମ୍ମୁଖୀନ ହେବାର ସମ୍ଭାବନା ରହିଥାଏ । ତେଣୁ ଶୀତ ସମୟର ନିଜକୁ ସୁସ୍ଥ ରଖିବା ସହ କିଛି କାର୍ଯ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ ।
ଶୀତ ଦିନରେ ଅଧିକାଂଶ ଲୋକେ ଗରମ ପାଣିରେ ଗାଧେଇଥାନ୍ତି । ହେଲେ ଆପଣ ଜାଣି ରଖନ୍ତୁ, ଯେ ଅଧିକ ସମୟ ଧରି ଗରମ ପାଣିରେ ଗାଧେଇବା ଆପଣଙ୍କ ପାଇଁ ବିପଦଜନକ ହୋଇପାରେ । ଅଧିକ ସମୟ ଧରି ଗରମ ପାଣିରେ ଗାଧେଇବା ଦ୍ଵାରା କେରାଟିନ ନାମକ ଚର୍ମ କୋଷରେ କ୍ଷତି ପହଞ୍ଚିଥାଏ । ଯେଉଁଥି ପାଇଁ ଚର୍ମ କୁଣ୍ଡେଇ ହେବା ଓ ଶୁଷ୍କ ହେବା ସହ ଲାଲ ପଡିବା ଭଳି ସମସ୍ଯା ଦେଖା ଦେଇଥାଏ ।
ଶୀତ ଦିନରେ ଥଣ୍ଡାରୁ ରକ୍ଷା ପାଇଁ କିଛି ଲୋକ ଅଧିକ କପଡା ପିନ୍ଧିଥାନ୍ତି । ଏପରି ସ୍ଥିତିରେ ଆମ ଶରୀର ଓଭର ହିଟିଂ ବା ଅତ୍ୟଧିକ ଗରମ ହେବାର ଶିକାର ହୋଇଥାଏ । ଶରୀର ଓଭର ହିଟିଂ ହେବା ଫଳରେ ଆମ ରୋଗ ପ୍ରତିରୋଧକ ଶକ୍ତି ପ୍ରଭାବିତ ହେବାର ଅଧିକ ସମ୍ଭାବନା ରହିଥାଏ ।
ଶୀତଦିନେ ଅଧିକ ଭୋକ ଲାଗିଥାଏ କିନ୍ତୁ ଏହିଦିନରେ ଅଧିକ ମାତ୍ରାରେ ଖାଇବା ଠାରୁ ଦୂରେଇ ରହିବା ଆମ ପାଇଁ ଭଲ ହୋଇଥାଏ । ଶୀତଦିନେ ଅଧିକରୁ ଅଧିକ ଫାଇବର ଜାତୀୟ ପରିବା ଓ ଫଳମୂଳ ଆଦି ଖାଇବା ଆବଶ୍ୟକ । ସେହିପରି ଥଣ୍ଡାରୁ ବଞ୍ଚିବାକୁ ଶୀତଦିନେ ଲୋକମାନେ ଅଧିକ ଚାହା କଫି ପିଇଥାନ୍ତି । ହେଲେ ଏସବୁ ଆମ ସ୍ୱାସ୍ଥ୍ୟ ପାଇଁ ଅଧିକ ମାତ୍ରାରେ କ୍ଷତିକାରକ ହୋଇଥାଏ ।
ଶୀତଦିନେ ଲୋକମାନେ ଖୁବ କମ୍ ପାଣି ପିଇଥାନ୍ତି । ହେଲେ ସୁସ୍ଥ ରହିବାକୁ ହେଲେ ପ୍ରଚୁର ପରିମାଣରେ ପାଣି ପିଅନ୍ତୁ । ତେଣୁ ସୁସ୍ଥ ରହିବା ପାଇଁ ଏହିସବୁ ଦିଗ ପ୍ରତି ଧ୍ୟାନ ଦେବା ସହ ଏହାକୁ ଅଭ୍ଯାସରେ ପରିଣତ ଆମ ପାଇଁ ଉଚିତ ହୋଇଥାଏ ।