ଓଡିଶା

ଭଲ ଖବର: ପ୍ରଶାସନ ଶୁଣିଲାନି, ଖେଳପଡ଼ିଆ ନିର୍ମାଣ କଲା ଯୁବକସଂଘ – bajravana

[ad_1]

ଘୁ.ଉଦୟଗିରି: ଗାଁ ପିଲାମାନଙ୍କ ପାଇଁ ଏକ ପରିତ୍ୟକ୍ତ ଖୋଲାଜାଗାକୁ ସଫା କରି ଖେଳିବା ଉପଯୋଗୀ ପଡ଼ିଆ କରିବାକୁ ବାରମ୍ବାର ପ୍ରଶାସନକୁ ଦୃଷ୍ଟି ଆକର୍ଷଣ କରି ମଧ୍ୟ କୌଣସି ସୁଫଳ ମିଳିଲାନି। ଶେଷରେ ନିଜସ୍ବ ଉଦ୍ୟମରେ ଯୁବକ ସଂଘର ସଦସ୍ୟ ଖେଳପଡ଼ିଆ ତିଆରି ପାଇଁ ଅଣ୍ଟା ଭିଡ଼ିଲେ। କନ୍ଧମାଳ ଜିଲ୍ଲା ଘୁ.ଉଦୟଗିରି ବ୍ଲକ୍ କଳିଙ୍ଗା ପଞ୍ଚାୟତର ଯୁବକ ସଂଘର ଏଭଳି ପ୍ରୟାସ ଚର୍ଚ୍ଚାର ବିଷୟ ପାଲଟିଛି।

କଳିଙ୍ଗା ପଞ୍ଚାୟତ ହେଉଛି ଏହି ବ୍ଲକ୍‌ର ସବୁଠାରୁ ବଡ଼ ପଞ୍ଚାୟତ। କିନ୍ତୁ ଏଠାରେ ଖେଳିବା ଲାଗି ପଡ଼ିଆର ଅଭାବ ଥିବା ନେଇ ପଞ୍ଚାୟତବାସୀ ବହୁବାର ପ୍ରଶାସନକୁ ଲିଖିତ ଭାବେ ଅବଗତ କରିଥିଲେ। କଳିଙ୍ଗା ନୋଡାଲ୍ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପଛପଟେ ଥିବା ଏକ ପରିତ୍ୟକ୍ତ ପଡ଼ିଆକୁ ସଫା କରି ଖେଳ ଉପଯୋଗୀ ପଡ଼ିଆରେ ପରିଣତ କରିବାକୁ ପ୍ରସ୍ତାବ ଦେଇଥିଲେ। କିନ୍ତୁ ପଡ଼ିଆ ନିର୍ମାଣ ପାଇଁ ରୂପରେଖ ପ୍ରସ୍ତୁତ ତ ଦୂରର କଥା, ଅଧିକାରୀମାନେ ପରିଦର୍ଶନ କରିବାକୁ ବି ଆସିଲେନି।

ଶେଷ‌ରେ କଳିଙ୍ଗା ଯୁବକ ସଂଘର କର୍ମକର୍ତ୍ତାମାନେ ଏକାଠି ହୋଇ ଖେଳପଡ଼ିଆ ତିଆରି କରିବା ଲାଗି ନିଜେ ଯୋଜନା ପ୍ରସ୍ତୁତ କରିଥିଲେ। ଏଥିପାଇଁ ଏକ ହ୍ବାଟ୍‌ସଆପ୍ ଗ୍ରୁପ୍ ଗଠନ ସହ ସମସ୍ତଙ୍କ ପରାମର୍ଶ ନିଆଯାଇଥିଲା। କଳିଙ୍ଗା ଅଞ୍ଚଳର ବହୁ ବଦାନ୍ୟ ବ୍ୟକ୍ତି ଓ ଅନ୍ୟ ଯୁବକମାନେ ଏହି ପଦକ୍ଷେପକୁ ସ୍ବାଗତ କରିବା ସହ ଆର୍ଥିକ ସହାୟତା ବି ଯୋଗାଇଲେ। ଏହିକ୍ରମରେ କଳିଙ୍ଗା ଯୁବକ ସଂଘର ସଦସ୍ୟମାନେ ଏକାଠି ହୋଇ ସ୍କୁଲ୍ ପଛପଟ ପଡ଼ିଆକୁ ସଫା କରିଛନ୍ତି। ଏଥିପାଇଁ ଜେସିବି ନିୟୋଜିତ ହୋଇଥିବା ମାଟିକୁ ବି ସମତୁଲ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। କଳିଙ୍ଗା ଯୁବକ ସଂଘ ସଦସ୍ୟମାନଙ୍କ ଏଭଳି ଉଦ୍ୟମକୁ ସମସ୍ତ ଗ୍ରାମବାସୀ ପ୍ରଶଂସା କରିବା ସହ ସହଯୋଗର ହାତ ବଢ଼ାଯିବ ବୋଲି କହିଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button