ରାଜନୀତି

ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ, ୩୨ ମନ୍ତ୍ରୀ ନେଇ ପାରନ୍ତି ଶପଥ

ଆଜି ମହାରାଷ୍ଟ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ । ୩୨ ମନ୍ତ୍ରୀ ନେଇ ପାରନ୍ତି ଶପଥ । ନାଗପୁରରେ ହେବ ଶପଥ ଉତ୍ସବ । ଫଡନବିସଙ୍କ କ୍ୟାବିନେଟରେ ମୁଖ୍ୟମନ୍ତ୍ରୀଙ୍କ ସମେତ ୪୩ ସଦସ୍ୟ ରହିପାରିବେ । ବିଜେପିକୁ ସର୍ବାଧିକ ୨୦ -୨୧ ମନ୍ତ୍ରୀ ପଦ ମିଳିବାର ସମ୍ଭାବନା ରହିଛି । ଦଳ ନିଜ ପାଖେ ଗୃହ ବିଭାଗ ରଖିପାରେ । ଫଡନବିସ୍ ୨୨ ଜଣିଆ ମନ୍ତ୍ରୀଙ୍କ ଲିଷ୍ଟ ପ୍ରସ୍ତୁତ କରିଥିବା ସୂଚନା ମିଳଛି । ଏଥିରେ ନୂଆ ଚେହେରାଙ୍କୁ ସ୍ଥାନ ଦେଇପାରେ ବୋଲି ଜଣାପଡିଛି ।

ସେହିପରି ଶିବସେନା ସିନ୍ଦେକୁ ୧୧ – ୧୨ ଏବଂ ଏନସିପି ଗୋଷ୍ଠୀକୁ ୯-୧୦ ମନ୍ତ୍ରୀ ପଦ ମିଳିପାରେ । ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କୁ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଳିପାରେ । ଅଜିତ ପାୱାରଙ୍କୁ ଅର୍ଥ ମନ୍ତ୍ରାଳୟ ମିଳିବା ସମ୍ଭାବନା ରହିଛି । ଆସନ୍ତାକାଲିଠୁ ମହାରାଷ୍ଟ ବିଧାନସଭା ଶୀତ ଅଧିବେଶନ । ଏହା ପୂର୍ବରୁ ଆଜି ଫଡନବିସଙ୍କ କ୍ୟାବିନେଟ ସମ୍ପ୍ରସାରଣ ଅନେକ ଗୁରୁତ୍ବ ରଖୁଛି ।

ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ୨୮୮ ରୁ ୨୩୦ ସିଟ୍ ଜିତି କ୍ଷମତା ହାସଲ କରିଥିଲା ମହାୟୁତି । କେବଳ ବିଜେପି ଜିତିଥିଲା ସର୍ବାଧିକ ୧୩୨ଟି ସିଟ୍ । ସିନ୍ଦେଙ୍କ ଶିବସେନାକୁ ୫୭ ଏବଂ ଶରଦ ପାୱାରଙ୍କ ଏନସିପିକୁ ମିଳିଥିଲା ୪୧ ସିଟ୍ । ତେବେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ପଦକୁ ନେଇ ପାଖାପାଖି ଦୁଇ ସପ୍ତାହ ଧରି ସସପେନ୍ସ ଲାଗି ରହିଥିଲା । ମୁଖ୍ୟମନ୍ତ୍ରୀ କିଏ ହେବେ ତାକୁ ନେଇ ଅଡ଼ୁଆ ତୁଟୁ ନଥିଲା । ଶେଷରେ ଗତ ୫ ତାରିଖରେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ ଦେବେନ୍ଦ୍ର ଫଡନାଭିସ । ତାଙ୍କ ସହ ଦୁଇ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଓ ଅଜିତ ପାୱାର ଶପଥ ନେଇଥିଲେ ।

 

Related Articles

Leave a Reply

Your email address will not be published. Required fields are marked *

Back to top button