ଓଡିଶା

ଭୁବନେଶ୍ବରରେ ସ୍ଥିତ ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଉପରେ CBI ରେଡ୍

ଭୁବନେଶ୍ବର : ପୁଣି ଥରେ ଭୁବନେଶ୍ବରରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କମ୍ପାନୀ ଉପରେ CBI ରେଡ୍ ।  ପେଣ୍ଟା ଏ ଷ୍ଟୁଡିଓରେ ସିବିଆଇର ଚଢ଼ାଉ।  ଏହାର ନିର୍ଦ୍ଦେଶକ ସନ୍ତୋଷ ମହାରଣାଙ୍କ ବାସଭବନରେ ରେଡ୍ ।  ଆଦିତ୍ୟ ଇନଫ୍ରାଟେକ୍ ଏମଡି ଦେବଦତ୍ତ ମହାପାତ୍ରଙ୍କ ସମ୍ପର୍କୀୟଙ୍କୁ ପଚରାଉଚରା ।  ଆଜି ସିବିଆଇ ଅଫିସକୁ କିଛି ସମୟ ପାଇଁ ଆସିଥିଲେ ଦେବଦତ୍ତଙ୍କ ସମ୍ପର୍କୀୟ।  ପ୍ରାୟ ୩୦ ମିନିଟ ଧରି ସେ ସିବିଆଇ ଅଫିସରେ ରହିଥିଲେ ।  ତେବେ ପଚରାଉଚରା ପରେ ସେ କିଛି ପ୍ରତିକ୍ରିୟା ରଖିନାହାନ୍ତି ।

ଆଦିତ୍ୟ ଇନଫ୍ରା ଟେକ ଅଫିସରେ ମଧ୍ୟ ସିବିଆଇ ଟିମ ରେଡ୍ କରୁଛି ।  ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲାରେ ଖୋଳତାଡ଼ ଚାଲିଛି।  ଚଢାଉ ବେଳେ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ସହ ବ୍ୟାଙ୍କ ଷ୍ଟେଟମେଣ୍ଟ ଓ କାଗଜପତ୍ର ଯାଞ୍ଚ କରଛି ସିବିଆଇ।  ରିମାଣ୍ଡରେ ଥିବା ବ୍ରିଜ୍ ଆଣ୍ଡ ରୁଫ୍ କଂପାନୀର ଗ୍ରୁପ ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀ , ଆଦିତ୍ୟ ଇନଫ୍ରା ଟେକ୍ ମୁଖ୍ୟ ଦେବଦତ୍ତ ମହାପାତ୍ର, ପେଣ୍ଟା ଏ ଷ୍ଟୁଡିଓ ଏମଡି ସନ୍ତୋଷ ମହାରଣାଙ୍କୁ ସିବିଆଇ ଅଧିକାରୀ ଜେରା କରୁଛନ୍ତି ।

ଦଶ ଲକ୍ଷ ଟଙ୍କାର ଏହି ଲାଞ୍ଚ ମାମଲାରେ ସନ୍ତୋଷ ମହାରଣାଙ୍କ ବାପା ମନମୋହନ ମହାରଣା ଘଟଣା ପରେ ଫେରାର ହୋଇ ଯାଇଛନ୍ତି ।  ଆସନ୍ତାକାଲି ଚଞ୍ଚଳ ମୁଖାର୍ଜୀଙ୍କ ପାଇଁ ଜାମିନ ଆବେଦନ କରିବେ ତାଙ୍କ ଓକିଲ ରାଜେଶ ମିଶ୍ର। ଦୁଇଟି ପର୍ଯ୍ୟାୟରେ ୮ ଦିନ ପାଇଁ ରିମାଣ୍ଡରେ ନେଇଥିଲା CBI । ପ୍ରଥମ ପର୍ଯ୍ୟାୟରେ ୩ ଦିନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେଇଛି।  ରିମାଣ୍ଡ ପରେ କାଲି ସିବିଆଇ ତିନି ଅଭିଯୁକ୍ତଙ୍କୁ ସିବିଆଇ ସ୍ଵତନ୍ତ୍ର କୋର୍ଟରେ ହାଜର କରିବ।  ଆଜି CBI ଅଫିସ ରେ ପହଂଚି ଚଞ୍ଚଳ ମୁଖାର୍ଜୀ ଙ୍କୁ ଭେଟିବାକୁ ଆସିଥିଲେ ତାଙ୍କ ଓକିଲ।

Related Articles

Leave a Reply

Your email address will not be published. Required fields are marked *

Back to top button