ଓଡିଶା

ଝିଅ ଆସିଥିଲା ବାପାର ନିଖୋଜ ଅଭିଯୋଗ ଦେବାକୁ, ଏବେ ବାପା ଆସିଛି ଝିଅର ନିଖୋଜ ଅଭିଯୋଗ ଦେବାକୁ

ଝିଅ ଆସିଥିଲା ଥାନାକୁ ବାପାର ନିଖୋଜ ଅଭିଯୋଗ କରିବା ପାଇଁ । ହେଲେ ଏବେ ଥାନା କୁ ବାପା ଆସିଛି ଝିଅର ନିଖୋଜ ଅଭିଯୋଗ କରିବା ପାଇଁ । ହଁ ଦର୍ଶକ ବନ୍ଧୁ ଆପଣ ମାନେ ସମସ୍ତେ ଜାଣିଥିବେ ପୋଲିସ ହେଉଛି ଜନତାଙ୍କ ସେବକ । ଜନତା ମାନଙ୍କର ସୁରକ୍ଷା ଦାୟିତ୍ଵ ହେଉଛି ପୋଲିସ ର । ସେଥିପାଇଁ ଆମ ଦେଶରେ ଅନେକ ଯୁବକ ଯୁବତୀ ପୋଲିସ ପଦ ରେ ନିଯୁକ୍ତି ପାଇଥାନ୍ତି ।

ନିଜ ନିଜ କାର୍ଯ୍ୟ ରେ ତତ୍ପରତା ମଧ୍ୟ ଦେଖାଇଥାନ୍ତି ପୋଲିସ ମାନେ । କିନ୍ତୁ ଅନେକ ସମୟରେ ଅନେକ ସ୍ଥାନରେ ଏମିତି ଦେଖା ଯାଇଛି ପୋଲିସ ଜନତାଙ୍କର ରକ୍ଷକ ସାଜିବା ବଦଳରେ ଭକ୍ଷକ ହୋଇଯାଏ । ଏଭଳି ଏକ ଘଟଣା ଏବେ ସାମ୍ନା କୁ ଆସିଛି । ଯାହାକୁ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଘଟଣା ଟି କିଛି ଏମିତି ହିଁ ଘଟିଛି ଯେଉଁଥି ପୋଲିସ ଜଣେ ଯୁବତୀ ଙ୍କୁ ନିଜ ପ୍ରେମ ଜାଲରେ ଫସାଇ ଫେରାର ହୋଇ ଯାଇଛନ୍ତି ।

ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ପୁରା ଖବର ବିଷୟରେ ବିସ୍ତାର ଭାବେ । ସୂଚନା ଅନୁଯାୟୀ ଯୁବତୀଙ୍କ ବାପା ଦିର୍ଘ୍ଜ 3 ଦିନ ହେବ ଗାୟବ ଥିଲେ । ଅନେକ ଖୋଜା ଖୋଜି ମଧ୍ୟ ହୋଇଥିଲା ଝିଅ କିନ୍ତୁ ବାପାଙ୍କୁ ପାଇ ନ ଥିଲେ । ତା ପରେ ଝିଅ ଥାନା କୁ ଆସିଥିଲେ ବାପର ନିଖୋଜ ଅଭିଯୋଗ କରିବା ପାଇଁ । ଝିଅ ଅଭିଯୋଗ ଦେଲା କିନ୍ତୁ ପରେ ଏ ପୋଲିସ ବାବୁ ତାଙ୍କୁ ବାରମ୍ବାର ଫୋନ କରି ପ୍ରେମ ଜାଲରେ ଫସାଇ ଦେଲେ ।

ତା ପରେ ପୋଲିସ ବାବୁ ଯୁବତୀଙ୍କୁ ଧରି ଫେରାର ହୋଇ ଯାଇଛି । ଏବେ ବାପା ଥାନାକୁ ଆସିଛି ଝିଅର ନିଖୋଜ ଅଭିଯୋଗ କରିବା ପାଇଁ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ସଦର ଥାନା ଅଞ୍ଚଳରେ । ପୋଲିସ ବାବୁଙ୍କ ନାଁ ରାମଚନ୍ଦ୍ର ମୃଦାୟ । ସେ ସଦର ଥାନାରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଅଟନ୍ତି ।

ଏବେ ଯୁବତୀ ଐଶ୍ଵରୀୟା ଙ୍କୁ ଧରି ଫେରାର ହେବା ପରେ ଏବେ ପୋଲିସ ବାବୁ ତାଙ୍କ ସ୍ତ୍ରୀ ଙ୍କୁ ଫୋନ କରି ବିଭିନ୍ନ ଡକୁମେଣ୍ଟ ମାଗୁଛନ୍ତି । କାରଣ ଯେଉଁଠି ଭଡାରେ ରହିବେ ସେଠାରେ ସବୁ ଡକୁମେଣ୍ଟ ଦେବାକୁ ହେବ । ସେଥିପାଇଁ ସବୁ କାଗଜପତ୍ର ପୋଲିସ ବାବୁ ନିଜ ସ୍ତ୍ରୀ ଙ୍କୁ ଫୋନ ମାଗୁଛନ୍ତି ଯାହାର ଅଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏ ନେଇ ଯୁବତୀଙ୍କ ବାପା ସଦର ଥାନାରେ ଏତାଲା ଦେଇଛନ୍ତି । ବାପା ନିଖୋଜ ଅଭିଯୋଗ ଦେବା ପରେ ମଧ୍ୟ ସଦର ଥାନାର IIC ଗୁରତର ଭାବେ ତଦନ୍ତ ଆଗକୁ ବଢାଉ ନ ଥିବା ଯୁବତୀଙ୍କ ବାପା କହିଛନ୍ତି । ତେବେ ଦେଖିବାକୁ ବାକି ରହିଲା ଐଶ୍ଵରୀୟା କେବେ ଘରକୁ ଫେରୁଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button