ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବର ଶେଷଦିନରେ ମୁଖ୍ୟ ଅତିଥି ରୂପେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ
ନବରଙ୍ଗପୁର: ଦକ୍ଷିଣ ଓଡିଶା ବିଶେଷତଃ ଅବିଭକ୍ତ କୋରାପୁଟ ଜିଲ୍ଲାକୁ ବିକାଶର ଧାରାରେ ଆଗେଇ ନେବା ପାଇଁ ରାଜ୍ୟ ସରକାର ଲୋକଙ୍କ ସରକାର ପ୍ରତିଶ୍ରୁତି ବଦ୍ଧ। ମଣ୍ଡେଇ ଉତ୍ସବ ପାଳନ ଅବସରରେ ଦଳ ମତ ନିର୍ବିଶେଷ ରେ ଏଥିପାଇଁ ସମସ୍ତେ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାର ଲୋକ ମହୋତ୍ସବ ମଣ୍ଡେଇ ୨୦୨୪ ର ଉଦଯାପନୀ ଉତ୍ସବ ରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇ ଏହା ପ୍ରକାଶ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ମଣ୍ଡେଇ ମଞ୍ଚରେ ପହଁଚିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ମଣ୍ଡେଇ ସ୍ମୃତି ଫଳକ ପ୍ରଦାନ କରାଯାଇଥିଲା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଅଭିଭାଷଣ ପ୍ରଦାନ କରିଥିଲେ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଙ୍କ ବିକଶିତ ଭାରତ ବିକଶିତ ଓଡିଶା ଗଠନ ପାଇଁ ତାଙ୍କ ସରକାର ଲୋକସେବା ପାଇଁ ଉତ୍ସର୍ଗୀକୃତ ବୋଲି ସେ କହିଥିଲେ। ଏହି ଅବସରରେ ଜିଲ୍ଳାର ସ୍ୱାସ୍ଥ୍ୟ, ଶିକ୍ଷା, ଅନୁସୂଚିତ ଜାତି ଜନଜାତି, ଶକ୍ତି, ପଞ୍ଚାୟତ ରାଜ ବିଭାଗ ର ବିଭିନ୍ନ ପ୍ରକଳ୍ପ ଗୁଡିକର ଶିଳାନ୍ୟାସ କରାଯାଇଥିଲା ।
ଜିଲ୍ଲାର ମୁଖ୍ୟ ଦାବି ଜିଲ୍ଲା ଭିତ୍ତିକ ନିଯୁକ୍ତି, ଶିଳ୍ପ ପ୍ରତିଷ୍ଠା ଏବଂ ଇନ୍ଦ୍ରାବତୀ ଜଳ ଭଣ୍ଡାର ର ପାଣି ଏ ସବୁ ଦାବି ଉପରେ ଖୁବ ଶୀଘ୍ର ନିଷ୍ପତି ନିଆଯିବ ବୋଲି ସେ ପ୍ରତିଶୃତି ଦେଇଛନ୍ତି,ମଣ୍ଡେଇ ଉଦଯାପନୀ ଉତ୍ସବ ରେ ଚିତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା ।
ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ସହ ଉପ ମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂ ଦେଓ ଓ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ଲୋକସଭା ସାଂସଦ ବଳଭଦ୍ର ମାଝୀ, ରାଜ୍ୟ ସଭା ସାଂସଦ ମଜିବୁଲ୍ଲା ଖାନ, ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ, ଡାବୁ ଗାଁ ବିଧାୟକ ମନୋହର ରନ୍ଧାରୀ,ଝରୀଗାଁ ବିଧାୟକ ନରସିଂହ ଭତରା ପ୍ରମୁଖ ମଂଚାସୀନ ଥିଲେ। ସକାଳ ୧୦.୩୦ ରେ ସେ ନବରଙ୍ଗପୁର ରୁ ଜୟପୁରରୁ ଭୁବନେଶ୍ୱର କୁ ପ୍ରତ୍ୟାବର୍ତ୍ତନ କରିବାର କାର୍ଯ୍ୟକ୍ରମ ରହିଛି ।