ଦେଶ ବିଦେଶ

ଲୁଚାଛପା ଭାବେ ଦେଶୀ ବୋମା ତିଆରି ବେଳେ ବିସ୍ଫୋରଣ, ୩ ମୃତ

ଦେଶୀ ବୋମା ତିଆରି ବେଳେ ଭୟଙ୍କର ବିସ୍ଫୋରଣ ହୋଇ ଚାଲିଗଲା ୩ ଜଣଙ୍କ ଜୀବନ । ପଶ୍ଚିମବଙ୍ଗର ମୁର୍ସିଦାବାଦରେ ଏଭଳି କିଛି ଅଘଟଣ ଘଟିଛି । ବେଆଇନ ରୂପେ ଏକ ଘରେ ବୋମା ତିଆରି ଚାଲିଥିବା ବେଳେ ବିସ୍ଫୋରଣ ହୋଇଥବା ପୋଲିସ କହିଛି । ଦେଶୀ ଉପାୟରେ ବୋମା ତିଆରି ହେଉଥିଲା ।

ଖବର ମୁତାବକ, ରବିବାର ବିଳମ୍ବିତ ରାତିରେ ମୁର୍ସିଦାବାଦ ଜିଲ୍ଲାର ଖୈରତଲା ନିବାସୀ ମାମୁନ ମୁଲ୍ଲାଙ୍କ ଘରେ ବେଆଇନ ବୋମା ତିଆରି କାମ ଚାଲିଥିଲା । ଏହି ସମୟରେ ହଠାତ୍ ଏକ ବୋମାରେ ବିସ୍ଫୋରଣ ହୋଇଥିଲା । ଫଳରେ ଏହି ସମୟରେ ତିନି ଜଣଙ୍କର ମୃତ୍ୟୁ ହୋଇଛି । ଯେଉଁ ଘରେ ବୋମା ତିଆରି ଚାଲିଥିଲା ତାହା ସମ୍ପୂର୍ଣ୍ଣ ଭୁଶୁଡି ପଡିଛି । ଏହାସହିତ ଆଖପାଖରେ ଥିବା ଘର ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ପୋଲିସ ଘଟଣା ସ୍ଥଳରେ ବୋମା ପ୍ରସ୍ତୁତ କରିବାର ସାମଗ୍ରୀ ଜବତ କରିଛି ।

ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ଲୋକଙ୍କ ମଧ୍ୟରେ ମାମୁନ ମୁଲ୍ଲା, ସାକିରୁଲ ସରକାର ଓ ମୁସ୍ତାକିନ୍ ଶେଖ । ଏମାନଙ୍କ ମଧ୍ୟରୁ ମୁସ୍ତାକିନ୍ ଶେଖଙ୍କ ଘର ମହତାବ କଲୋନୀ ରହିଥିବା ଖୈରତଲା ଅଞ୍ଚଳରେ ମାମୁନ ମୁଲ୍ଲା ଏବଂ ସାକିରୁଲ ସରକାର ଘର ରହିଛି । ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଯେଉଁ ସ୍ଥାନରେ ବିସ୍ଫୋରଣ ହୋଇଥିଲା, ସେଠାରେ ପୋଲିସକୁ ବୋମା ପ୍ରସ୍ତୁତ କରିବାର ଅନେକ ସାମଗ୍ରୀ ମିଳିଛି ।

ସେପଟେ ମୃତକଙ୍କ ପରିବାର ଲୋକ କହିଛନ୍ତି, ତାଙ୍କ ଘର ଉପରେ ବୋମା ମାଡ଼ କରାଯାଇଛି । ପୋଲିସ ଏହା ପଛରେ ଥିବା ରାଜନୈତିକ ଲୋକ କିମ୍ବା ଅନ୍ୟ କିଏ ରହିଛି ଏହାର ଯାଞ୍ଚ କରୁଛି ।

ସୂଚନାଯୋଗ୍ୟ, ଦିଲ୍ଲୀର ନରେଲାର ପଞ୍ଜାବୀ କଲୋନୀରେ ସକାଳ ପ୍ରାୟ ୭ଟାରେ ପରିବାର ଘରେ ଖାଦ୍ୟ ତିଆରି କରୁଥିବା ବେଳେ ହଠାତ୍ ଘରର ଛାତ ଭୁଶୁଡ଼ି ପଡ଼ିଥିଲା । ଫଳରେ ଗ୍ୟାସ ସିଲିଣ୍ଡର ଫାଟିଯିବାରୁ ସେମାନେ ପୋଡ଼ି ହୋଇ ଯାଇଥିଲେ । ଦିଲ୍ଲୀ ଅଗ୍ନିଶମ ସେବା ଅଧିକାରୀଙ୍କ ମୁତାବକ, ପିସିଆର୍ କଲ୍ ମାଧ୍ୟମରେ ସିଲିଣ୍ଡର ବିସ୍ଫୋରଣ ସମ୍ପର୍କରେ ସୂଚନା ମିଳିଥିଲା । ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଦମକଳ ଗାଡ଼ି ପଠାଯାଇଥିଲା । ବର୍ତ୍ତମାନ ନିଆଁକୁ ଆୟତ୍ତ କରି ନିଆଯାଇଥିଲା । ଏହି ପରିବାର ସଦସ୍ୟ ୪୦ରୁ ୪୫ ପ୍ରତିଶତ ପୋଡ଼ି ହୋଇଯାଇଛନ୍ତି ।

ଗତ ୩ ଦିନ ତଳେ ମଧ୍ୟ ନରେଲାର ଏକ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟରେ ଭୟାବହ ଅଗ୍ନିକାଣ୍ଡ ଘଟି ୩ ଜଣଙ୍କ ମୃତ୍ୟୁ ହୋଇଥିଲା । ଏଥିରେ ୬ ଜଣ ଆହତ ହୋଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button