ଓଡିଶା

ମୁଁ ଭିନ୍ନକ୍ଷମ ହୋଇଥିବାରୁ ରକ୍ତଦାନ କରିପାରିବି ବୋଲି ଭାବି ନଥିଲି, ରକ୍ତଦାନ କରି ମୁଁ ବହୁତ ଖୁସି

ବଲାଙ୍ଗିର: ମୁଁ ଭିନ୍ନକ୍ଷମ । କିନ୍ତୁ ଭଗବାନ ମୋତେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚାଇବା ପାଇଁ ଶକ୍ତି ଦେଇଛନ୍ତି । ପୂର୍ବରୁ ମୁଁ ଅନେକ ଥର ରକ୍ତଦାନ ଦାନ କରି ଲୋକଙ୍କ ଜୀବନ ବଞ୍ଚାଇବା ପାଇଁ ଚାହୁଁଥିଲେ ମଧ୍ୟ ମୁଁ ଭିନ୍ନକ୍ଷମ ହୋଇଥିବାରୁ ରକ୍ତଦାନ କରିପାରିବି କି ନାହିଁ ଭାବୁଥିବା ବେଳେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଆମ ଗାଁ ରେ ହେଉଥିବା ରକ୍ତଦାନ ଶିବିର ରେ ରକ୍ତଦାନ କରି ମୁଁ ଅନ୍ୟର ଜୀବନ ବଞ୍ଚାଇବା ପାଇଁ ପ୍ରୟାସ ଜାରି ରଖିଥିବାରୁ ମୁଁ ବହୁତ ଖୁସି । ଏ ଥିଲା ଜଣେ ଭିନ୍ନକ୍ଷମ ଙ୍କ ପ୍ରତିକ୍ରିୟା।

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଭଇଁଷା ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ଆୟୁସ୍ମାନ ଆରୋଗ୍ୟ ମନ୍ଦିର ଠାରେ ବିଶ୍ୱ ଏଡ଼ସ ଦିବସ ଉପଲକ୍ଷେ ଗୋଟିଏ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ବେଳେ ଭଇଁଷା ଗାଁ ର ଜଣେ ଭିନ୍ନକ୍ଷମ ଅଶୋକ ଦାସ ରକ୍ତସଂଗ୍ରହ ପାଇଁ ଆସିଥିବା କର୍ମଚାରୀ ଓ ଡାକ୍ତରଖାନା କର୍ମଚାରୀଙ୍କୁ ସେ ରକ୍ତ ଦେଇପାରିବେ କି ବୋଲି ପଚାରିଥିଲେ। ରକ୍ତସଂଗ୍ରହ ପାଇଁ ଆସିଥିବା କର୍ମଚାରୀ ଓ ଭଇଁଷା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତର ଡ଼. ମୃତ୍ୟଞ୍ଜୟ ମୁନି ସେ ରକ୍ତଦାନ କରିପାରିବେ ବୋଲି କହିବା ପରେ ଭିନ୍ନକ୍ଷମଙ୍କ ଖୁସି ଦ୍ବିଗୁଣିତ ହୋଇ ଯାଇଥିଲା।

ଭିନ୍ନକ୍ଷମ ଅଶୋକ ଦାସ ଙ୍କ ରକ୍ତଦାନ ଆଗ୍ରହ ଦେଖି ଉପସ୍ଥିତି ସମସ୍ତ ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ତାଙ୍କୁ ଆଗ୍ରହର ସହିତ ପାଛୋଟି ନେବା ସହିତ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର। ରକ୍ତଦାନ ସମୟରେ ଅଶୋକ ଦାସଙ୍କ ମୁହଁରେ ଖୁସି ଦେଖାଯାଉଥିବା ବେଳେ ରକ୍ତଦାନ ପରେ ସେ ରକ୍ତଦାନ କରି ଜଣଙ୍କ ଜୀବନ ବଞ୍ଚାଇ ପାରିଥିବାରୁ ନିଜକୁ ଧନ୍ୟ ମନେ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button