ଲଞ୍ଚ ହେଲା Honda Activa E ଏବଂ QC1, ଜାଣନ୍ତୁ ଏହାର ଦାମ୍ ଏବଂ ଫିଚର୍ସ
ହୋଣ୍ଡା ମୋଟରସାଇକେଲ ଏବଂ ସ୍କୁଟର ଇଣ୍ଡିଆ (HMSI) ଭାରତୀୟ ବଜାରରେ ଅନେକ ସେଗମେଣ୍ଟରେ ଗାଡି ବିକ୍ରୟ ପାଇଁ ଉପଲବ୍ଧ କରାଏ । କିନ୍ତୁ କମ୍ପାନୀ ଅଫିସିଆଲ ଭାବରେ ଦୁଇଟି ସ୍କୁଟର ହୋଣ୍ଡା ଆକ୍ଟିଭା E ଏବଂ QC1 କୁ ଇଲେକ୍ଟ୍ରିକ୍ ସ୍କୁଟର ସେଗମେଣ୍ଟରେ ଉପସ୍ଥାପନ କରିଛି । ଏହି ସ୍କୁଟରଗୁଡିକ କେଉଁ ପ୍ରକାରର ଫିଚର୍ସ, ବ୍ୟାଟେରୀ, ମୋଟର ଆଣିଛି? ଆସନ୍ତୁ ଜାଣିବା । ହୋଣ୍ଡା ହୋଣ୍ଡା ଆକ୍ଟିଭା E ଏବଂ QC 1 କୁ ଭାରତୀୟ ବଜାରରେ ଇଲେକ୍ଟ୍ରିକ ଯାନ ଭାବରେ ପରିଚିତ କରିଛି । ଏହି ଦୁଇଟି ସ୍କୁଟରରେ ଅନେକ ଦମଦାର ଫିଚର୍ସ ଦିଆଯାଇଛି ।
ଫିଚର୍ସ:
-ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟରରେ ଠିକ ଏହାର ପେଟ୍ରୋଲ ଭର୍ସନ ପରି ଫିଚର୍ସ କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଛି । ଆକ୍ଟିଭା Eରେ କମ୍ପାନୀ ୭ ଇଞ୍ଚ ସ୍କ୍ରିନ୍, ହୋଣ୍ଡା ରୋଡ୍ ସିଙ୍ଗ୍ ଡୁଓ ଆପ୍ ଦେଇଛି ଯାହା OTA ଅପଡେଟ୍, କଲ୍, ସର୍ଭିସ ପାଇଁ ବ୍ୟବହାର କରାଯାଇପାରିବ । ଏହା ବ୍ୟତୀତ ଏହାକୁ ବଡ ସିଟ୍, ସ୍ମାର୍ଟ କି, USB ସି ଏବଂ ହୁକ୍, ସ୍ମାର୍ଟ କନେକ୍ଟିଭିଟି, ଇନବିଲ୍ଟ ଜିପିଆରଏସ୍, ଡେ ନାଇଟ୍ ମୋଡ୍, ନାଭିଗେସନ୍ ଫିଚର୍ସ ପ୍ରଦାନ କରାଯାଇଛି ।
-ହୋଣ୍ଡା QC1 ସ୍କୁଟରରେ ୫ ଇଞ୍ଚ ସ୍କ୍ରିନ୍ ଅଛି । ଏହା ବ୍ୟତୀତ ଏହାକୁ ୨୬ ଲିଟର କ୍ଷମତା ବିଶିଷ୍ଟ ଅଣ୍ଡର ସିଟ୍ ଷ୍ଟୋରେଜ୍ ଅଧୀନରେ ଦିଆଯାଇଛି । ଏହାକୁ ପର୍ଲ ସେରେନିଟି ବ୍ଲୁ, ପର୍ଲ ମିଷ୍ଟି ହ୍ୱାଇଟ, ମ୍ୟାଟ୍ ଫୋଗି ସିଲଭର ମେଟାଲିକ୍, ପର୍ଲ ଇଗ୍ନିସ୍ ବ୍ଲାକ୍ ଏବଂ ପର୍ଲ ଶାଲୋ ବ୍ଲୁ କଲର ଅପ୍ସନରେ ଅଣାଯାଇଛି । ଏହି ଇଲେକ୍ଟ୍ରିକ୍ ସ୍କୁଟରରେ କ୍ଲାସୀ ରିଅର୍ ଭ୍ୟୁ ମିରର୍, ଷ୍ଟାଇଲିସ୍ ୧୨-ଇଞ୍ଚ ଫ୍ରଣ୍ଟ୍ ଆଲଏ ହ୍ଵିଲ୍ ଅଛି ।
ଦମଦାର ମୋଟର ଏବଂ ବ୍ୟାଟେରୀ:
-ହୋଣ୍ଡା ଆକ୍ଟିଭା E ରେ ୧. ୫ kW କ୍ଷମତା ବିଶିଷ୍ଟ ଦୁଇଟି ବ୍ୟାଟେରୀ ଅଛି । ଯେଉଁଥିପାଇଁ ଏହା ଘଣ୍ଟା ପ୍ରତି ୮୦ କିଲୋମିଟର ସ୍ପିଡରେ ଚାଲିପାରିବ । ଯେଉଁଥିପାଇଁ ହୋଣ୍ଡା ଆକ୍ଟିଭା E ୧୦୨ କିଲୋମିଟର ରେଞ୍ଜ ପାଇଥାଏ । ୦-୬୦ କିଲୋମିଟରରୁ ତ୍ୱରାନ୍ୱିତ କରିବାକୁ ହୋଣ୍ଡା ଆକ୍ଟିଭା E ୭. ୩ ସେକେଣ୍ଡ ନେଇଥାଏ । ଏଥିରେ ରାଇଣ୍ଡିଙ୍ଗ ପାଇଁ ଇକନ୍, ଷ୍ଟାଣ୍ଡାର୍ଡ ଏବଂ ସ୍ପୋର୍ଟ ମୋଡ୍ ଅଛି । ଏଥିରେ ସ୍ଥାପିତ ବ୍ୟାଟେରୀ ୬ କିଲୋୱାଟର ପିକ୍ ପାୱାର ଏବଂ ୨୨ Nm ଟର୍କ ଜେନେରେଟ କରେ । ACTIVA e ର ତିନୋଟି ରାଇଡିଂ ମୋଡ୍ ଅଛି, ଯାହା ହେଉଛି ଇକନ୍, ଷ୍ଟାଣ୍ଡାର୍ଡ ଏବଂ ସ୍ପୋର୍ଟ ।
-କମ୍ପାନୀ ଦ୍ୱାରା ପ୍ରଦାନ କରାଯାଇଥିବା ଦ୍ୱିତୀୟ ସ୍କୁଟର, ହୋଣ୍ଡା QC1, ୧. ୫ KWh କ୍ଷମତା ବିଶିଷ୍ଟ ବ୍ୟାଟେରୀ ସହିତ ଅଣାଯାଇଛି । ଫୁଲ୍ ଚାର୍ଜ ପରେ ଏହା ୮୦ କିଲୋମିଟର ପର୍ଯ୍ୟନ୍ତ ଚଲାଯାଇପାରିବ । ସ୍କୁଟରକୁ ୩୩୦ ୱାଟ ଅଫ୍ ବୋର୍ଡ ଚାର୍ଜର ସହିତ ଘରେ ୪ ଘଣ୍ଟାରେ ୦-୮୦ ପ୍ରତିଶତ ଏବଂ ୬ ଘଣ୍ଟାରେ ୧୦୦ ପ୍ରତିଶତ ଚାର୍ଜ କରାଯାଇପାରିବ । ଏହାର ସର୍ବାଧିକ ପାୱାର ରେଟିଂ ହେଉଛି ୧. ୮ kW ଏବଂ ସର୍ବାଧିକ ଟର୍କ ହେଉଛି ୭୭ Nm ।
ଏହି ଗାଡ଼ିରେ ତିନି ବର୍ଷ କିମ୍ବା ୫୦ ହଜାର କିଲୋମିଟର ୱାରେଣ୍ଟି ଦିଆଯାଉଛି । ଫିକ୍ସଡ୍ ଏବଂ ରିମୁଭେବଲ୍ ବ୍ୟାଟେରୀ ସହିତ ସ୍କୁଟରରେ ଏହି ୱାରେଣ୍ଟି ଅଫର ଦିଆଯିବ । ଏହା ସହିତ ସ୍କୁଟରର ରକ୍ଷଣାବେକ୍ଷଣ ପାଇଁ ଦୁଇଟି ପ୍ୟାକେଜ୍ ମଧ୍ୟ ଦିଆଯାଇଛି ଯେଉଁଥିରେ ବେସିକ ପ୍ୟାକେଜରେ ତିନି ବର୍ଷ ୱାରେଣ୍ଟି, ତିନୋଟି ଫ୍ରି ସର୍ଭିସିଂ ଏବଂ ଗୋଟିଏ ବର୍ଷ ରୋଡ୍ ସାଇଟ୍ ଆସିଷ୍ଟାଣ୍ଟ ସାମିଲ ରହିଛି ।
କମ୍ପାନୀ ଦେଇଥିବା ସୂଚନା ଅନୁଯାୟୀ, ଜାନୁଆରୀ ୨୦୨୫ ରେ ଏହି ଦୁଇଟି ଇଲେକ୍ଟ୍ରିକ୍ ସ୍କୁଟରର ମୂଲ୍ୟ ଘୋଷଣା କରାଯିବ । ହୋଣ୍ଡା ଦ୍ୱାରା ପ୍ରଥମ ଇଲେକ୍ଟ୍ରିକ ସ୍କୁଟର ଭାବରେ ଲଞ୍ଚ ହୋଇଥିବା ହୋଣ୍ଡା ଆକ୍ଟିଭା ଇଲେକ୍ଟ୍ରିକ୍ ସ୍କୁଟର ବଜାରରେ Ola, Ather, Vida, ଟିଭିଏସ୍ iQbue ଏବଂ Chetak ପରି ଇଲେକ୍ଟ୍ରିକ୍ ସ୍କୁଟର ସହିତ ପ୍ରତିଦ୍ୱନ୍ଦ୍ୱିତା କରିବ ।