ମନୋରଞ୍ଜନ

ସୀମା ହାଇଦରଙ୍କ ‘କରାଚୀ ଟୁ ନଏଡ଼ା’ ଡେବ୍ୟୁ ଫିଲ୍ମକୁ ନେଇ ରାଜ ଠାକରେଙ୍କ ଦଳର ଚେତାବନୀ – bajravana

[ad_1]

ମୁମ୍ବାଇ: ରାଜ ଠାକରେଙ୍କ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌)ର ଜଣେ ନେତା ନିଜର ଭାରତୀୟ ପ୍ରେମିକଙ୍କ ସହ ରହିବାକୁ ସୀମା ଅତିକ୍ରମ କରି ଭାରତ ଆସି ବଲିଉଡ୍‌ ଫିଲ୍ମରେ ଡେବ୍ୟୁ କରିବାକୁ ବାହାରିଥିବା ପାକିସ୍ତାନୀ ନାଗରିକ ସୀମା ହାଇଦରଙ୍କୁ ଚେତାବନୀ ଦେଇଛନ୍ତି। ନଏଡାର ଜଣେ ଫିଲ୍ମ ନିର୍ମାତା ଅମିତ ଜାନି ଦମ୍ପତିଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ଏକ ଚଳଚ୍ଚିତ୍ର ଘୋଷଣା କରିବା ପରେ ସୀମା ହାଇଦର ବର୍ତ୍ତମାନ ଉକ୍ତ ଫିଲ୍ମ ‘କରାଚୀ ଟୁ ନଏଡା’ର ସୁଟିଂ କରୁଛନ୍ତି।

ଏହା ମଧ୍ୟରେ ଏମ୍‌ଏନ୍‌ଏସ୍‌ ନେତା ଅମେୟ ଖୋପକର କଡା ଚେତାବନୀ ଦେଇ କହିଛନ୍ତି ଯେ, ଏପରି ଡ୍ରାମା ବନ୍ଦ ହେବା ଉଚିତ, ନଚେତ୍ ଏମ୍‌ଏନ୍‌ଏସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସେ କହିଛନ୍ତି, ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ପାକିସ୍ତାନୀ ନାଗରିକଙ୍କର ସ୍ଥାନ ନାହିଁ। ଆମେ ଏହି ଆଭିମୁଖ୍ୟରେ ଦୃଢ଼ ଭାବରେ ଠିଆ ହୋଇଛୁ। ପାକିସ୍ତାନୀ ମହିଳା ସୀମା ହାଇଦର ବର୍ତ୍ତମାନ ଭାରତରେ ଅଛନ୍ତି। ଏପରିକି ସେ ଜଣେ ଆଇଏସ୍‌ଆଇ ଏଜେଣ୍ଟ ବୋଲି ସନ୍ଦେହ କରାଯାଉଛି। ଆମ ଇଣ୍ଡଷ୍ଟ୍ରିରେ କିଛି ଲୋକ ସାମାନ୍ୟ ଖ୍ୟାତି ପାଇଁ, ସୀମା ହାଇଦରଙ୍କୁ ଜଣେ ଅଭିନେତ୍ରୀରେ ପରିଣତ କରିବାକୁ ଚେଷ୍ଟା କରୁଛନ୍ତି। ଏହି ଦେଶଦ୍ରୋହୀ ପ୍ରଯୋଜକମାନେ ଲଜ୍ଜା ଅନୁଭବ କରିବା ଉଚିତ। ଏହାକୁ ତୁରନ୍ତ ବନ୍ଦ କର କିମ୍ବା ଏମ୍‌ଏନ୍‌ଏସ୍‌ ପକ୍ଷରୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ରୁହ ବୋଲି ଅମେୟ ଖୋପକର ମରାଠୀରେ ଟୁଇଟ୍ କରିଛନ୍ତି।

ସୂଚନାଯୋଗ୍ୟ, ନିକଟରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ସୀମା ହାଇଦର ‘କରାଚୀ ଟୁ ନଏଡା’ ଫିଲ୍ମ ପାଇଁ ଅଡିସନ ଦେଉଥିବା ଦେଖିବାକୁ ମିଳିଥିଲା। ତାଙ୍କ ଜୀବନ ବିଷୟରେ ଅଧିକ ଜାଣିବା ପାଇଁ ନିର୍ମାତା ତାଙ୍କ ପୂର୍ବତନ ସ୍ୱାମୀ ଗୁଲାମ ହାଇଦରଙ୍କୁ ଭାରତକୁ ଡାକିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button