ଓଡିଶା

ହବିଷ୍ୟାଳି ଶିବିରରେ ଭାବପୂର୍ଣ୍ଣ ପରିବେଶ, ଯୋଡ଼ିଥିବା ସଂପର୍କ, ଗଢ଼ିଥିବା ବନ୍ଧୁଙ୍କଠାରୁ ମେଲାଣି

ପୁରୀ,୧୫/୧୧ : ସରିବ ପୂଣ୍ୟ କାର୍ତ୍ତିକ । ଆ…କା…ମା… ବୈ… ଗୀତ ଗାଇ ଧର୍ମର ଡଙ୍ଗା ଭସାଇ ଶ୍ରୀକ୍ଷେତ୍ରରୁ ବିଦାୟ ନେବେ ହବିଷ୍ୟାଳି । ଯୋଡ଼ିଥିବା ନୂଆ ସଂପର୍କ, ଗଢ଼ିଥିବା ନୂଆ ବନ୍ଧୁଙ୍କଠାରୁ ନେବେ ମେଲାଣି । ଏକ ମାସର ରହଣୀ ଭିତରେ ଶ୍ରୀକ୍ଷେତ୍ରରେ ଛାଡ଼ିଯିବେ ଅନେକ ସ୍ମୃତି । ଘରଠୁ ଦୂରରେ ପାଇଥିବା ନୂଆ ଏକ ପରିବାରଠାରୁ ଦୂରେଇ ଯିବେ ।

ପୁଣି ସେ ଚିହ୍ନା ମଣିଷଙ୍କ ସହ ଭେଟ ହେବ କି ନାହିଁ? ପୁଣି ପୁରୀ ଆସି ହବିଷ କରିବେ କି ନାହିଁ? କାଳିଆର ଡୋରି ପୁଣି ଲାଗିବ କି ନାହିଁ? ଏସବୁ ଭାବି ଲୁହ ଗଡ଼ାଉଛନ୍ତି ହବିଷ୍ୟାଳି । ଏଥିପାଇଁ ସମସ୍ତ ହବିଷ୍ୟାଳି ଶିବିରରେ ସୃଷ୍ଟି ହୋଇଛି ଭାବାବେଗର ପରିବେଶ ।

କାର୍ତ୍ତିକ ପୂର୍ଣ୍ଣିମା ଭୋରରୁ ଡଙ୍ଗା ଭସାଇ ହବିଷ୍ୟାଳିମାନେ ଯିଏ ଯାହା ଘରକୁ ବାହୁଡ଼ି ଯିବେ । ଏଥିପାଇଁ ଗୁରୁବାରଠାରୁ ହବିଷ୍ୟାଳି ନିଜର ଆସବାବପତ୍ର ବାନ୍ଧିବା ଆରମ୍ଭ କରିଦେଇଥିଲେ । ହବିଷ୍ୟାଳିମାନେ ପରସ୍ପରର ଫୋନ ନମ୍ବର ମଧ୍ୟ ଟିପି ରଖିଥିଲେ । ଆରବର୍ଷ ପୁଣି ଆସିବାକୁ ମଧ୍ୟ ଯୋଜନା ପ୍ରସ୍ତୁତ କରୁଥିଲେ । ସରକାରୀ ଘୋଷଣା ମୁତାବକ ହବିଷ୍ୟାଳିମାନଙ୍କୁ ଗତକାଲିଠାରୁ କିଟ୍ ବଣ୍ଟାଯାଇଥିଲା । ଏଥିରେ ଏକ ଝୋଟ ବ୍ୟାଗ୍ରେ ଶାଢ଼ୀ, ଜପାମାଳି, ସାଲ୍, ଜପା ମୁଣି, ଶୁଖିଲା ଭୋଗ ଆଦି ରଖାଯାଇଥିଲା । ହବିଷ୍ୟାଳି ଏହି କିଟ୍ ନେଇ ବେଶ୍ ଖୁସି ବ୍ୟକ୍ତ କରିଥିଲେ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପାଇଁ ଅନେକ ହବିଷ୍ୟାଳି ଗୁରୁବାରଠାରୁ ଡଙ୍ଗା ମଧ୍ୟ କିଣି ଆଣିଥିଲେ । ଘରେ ନାତି ନାତୁଣୀଙ୍କୁ ଦେବା ପାଇଁ ହବିଷ୍ୟାଳି ଖେଳନା ମଧ୍ୟ ନିଜ ସାଥୀରେ ଆଣି ରଖିଥିଲେ ।

ଗଞ୍ଜାମରୁ ଆସିଥିବା ରେବତୀ ପ୍ରଧାନ କହିଛନ୍ତି, ଗତବର୍ଷ ବଡ଼ଦାଣ୍ଡରେ ଅନେକ ଦୋକାନ ଥିଲା । ହେଲେ ଏବର୍ଷ ବେଶୀ ଦୋକାନ ନଥିବାରୁ ଜିନିଷ ବେଶୀ କିଣି ପାରିଲୁନି । ତଥାପି ଯାହା ଯେମିତି ଅଳ୍ପ ଜିନିଷ ଅଧିକ ଦାମ୍ ଦେଇ କିଣିଛୁ । ଶିବିର ଭିତରେ ମାସେ କେମିତି ବିତିଗଲା ଜମା ଜଣାପଡ଼ିଲାନି । ମାସକର ରହଣି ଭିତରେ ଘର କଥା ଜମା ମନେ ପଡ଼ିଲାନି । ଏଠାରେ ଥିବା ସ୍ୱେଚ୍ଛାସେବୀ ନିଜ ଘର ଲୋକ ଭଳି ବ୍ୟବହାର କରୁଥିଲେ । ସେହିଭଳି ଅସ୍ତରଙ୍ଗରୁ ଆସିଥିବା ଶାନ୍ତି ବିଶୋଇ କହିଛନ୍ତି, ମୁଁ ୧୦ ବର୍ଷ ହେଲା ପୁରୀ ଆସୁଛି । ହେଲେ ପ୍ରଥମ ଥର ପାଇଁ ସରକାରୀ ବ୍ୟବସ୍ଥାରେ ରହିଥିଲି । ସରକାର ଆମ ପାଇଁ ସବୁ ସୁବିଧା କରିଥିଲେ । ଆସନ୍ତା ବର୍ଷ ମଧ୍ୟ ମୁଁ ସରକାରୀ ବ୍ୟବସ୍ଥାରେ ଆସି

Related Articles

Leave a Reply

Your email address will not be published. Required fields are marked *

Back to top button