ଅପରାଧ

ବିଶ୍ବାସଘାତକ ଡ୍ରାଇଭର ନେଇଗଲା ମାଲିକଙ୍କ ୧.୯ ଲକ୍ଷ ଟଙ୍କା – bajravana

[ad_1]

ଭୁବନେଶ୍ବର: ମାଲିକଙ୍କ ଏଟିଏମ୍ କାର୍ଡ ଓ ମୋବାଇଲ ଫୋନ୍ ବ୍ୟବହାର କରି ତାଙ୍କ ଡ୍ରାଇଭର ୧ ଲକ୍ଷ ୯୦ ହଜାର ଟଙ୍କା ଲୁଟି ନେଇ ଯାଇଥିବା ନେଇ ଏୟାରପୋର୍ଟ ଥାନାରେ ଅଭିଯୋଗ ହୋଇଛି। ସୂଚନାନୁସାରେ, ଅଭିଯୋଗକାରୀ ଆଶିଷ କୁମାର ଶତପଥୀଙ୍କର ବିଏମ୍ ଇଞ୍ଜିନିୟରିଂ ନାଁରେ କନ୍‌ଷ୍ଟ୍ରକସନ୍ କମ୍ପାନି ରହିଛି। ସେ ତାଙ୍କ ଡ୍ରାଇଭରକୁ ଭଲ ପାଉଥିବା ସହ ବହୁ ମାତ୍ରାରେ ଭରସା ବି କରୁଥିଲେ। ଧୂର୍ତ୍ତ ଡ୍ରାଇଭର ମଧ୍ୟ ବେଶ୍‌ ଭଲ ଛଳନା କରି ମାଲିକ ଆଶିଷଙ୍କର ପ୍ରିୟପାତ୍ର ହୋଇପାରିଥିଲା। ଆଶିଷ ତାକୁ ନିଜର ଏଟିଏମ୍‌ ଓ ମୋବାଇଲ୍‌ ଫୋନ୍‌ ବ୍ୟବହାର କରିବାକୁ ଦେଉଥିଲେ। ଏହି ମଉକାରେ ଧୂର୍ତ୍ତ ଡ୍ରାଇଭର ଆଶିଷଙ୍କ ଆକାଉଣ୍ଟରୁ ଏକ ଲକ୍ଷ ୯୦ ହଜାର ଟଙ୍କା ଉଠାଇ ନେଇଥିଲା। ଅଭିଯୋଗ ପରେ ପୁଲିସ ଧୂର୍ତ୍ତ ଡ୍ରାଇଭର ରହୁଥିବା ପଳାସପଲ୍ଲୀ ଅଞ୍ଚଳସ୍ଥ ଭଡ଼ାଘରେ ଚଢ଼ଉ କରି ଖାଲି ହାତରେ ଫେରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button