ଓଡିଶା
ଶ୍ରୀକ୍ଷେତ୍ରରେ ଆଜିଠୁ ମହାପଞ୍ଚୁକ ବ୍ରତ
ଭୁବନେଶ୍ୱର: ଆଜିଠୁ ଆରମ୍ଭ ହେଉଛି କାର୍ତ୍ତିକ ମାସର ମହାପଞ୍ଚୁକ ବ୍ରତ। ଏଥିପାଇଁ ଶ୍ରୀକ୍ଷେତ୍ରରେ ସ୍ୱତନ୍ତ୍ର ବ୍ୟବସ୍ଥା କରଯାଇଛି। ଏଥର ତିଥି କ୍ଷୟ ଯୋଗୁ ୫ ଦିନ ବଦଳରେ ୪ ଦିନ ପାଳନ କରାଯିବ ପଞ୍ଚୁକ ବ୍ରତ। ତେଣୁ ଭକ୍ତଙ୍କୁ ୪ଟି ବେଶରେ ଦର୍ଶନ ଦେବେ ମହାପ୍ରଭୁ।
ଗତକାଲିଠାରୁ ଶ୍ରୀମନ୍ଦିରେ ପ୍ରବଳ ଭିଡ଼ ପରିଲକ୍ଷିତ ହେଲାଣି।
ପଞ୍ଚୁକ ଭିଡ଼କୁ ଦୃଷ୍ଟିରେ ରଖି ଆଜି ଠାରୁ କାର୍ତ୍ତିକ ପୂର୍ଣ୍ଣମା ପର୍ୟ୍ୟନ୍ତ କେବଳ ସିଂହଦ୍ୱାର ଦେଇ ଶ୍ରଦ୍ଧାଳୁ ପ୍ରବେଶ କରିବେ। ଶ୍ରୀଜିଉଙ୍କ ଦର୍ଶନ ସାରି ଅନ୍ୟ ୩ ଦ୍ୱାର ଦେଇ ପ୍ରସ୍ଥାନ କରିବେ ଶ୍ରଦ୍ଧାଳୁ। ଏନେଇ ସମସ୍ତଙ୍କ ସହଯୋଗ କାମନା କରିଛନ୍ତି ଶ୍ରୀମନ୍ଦିର ପ୍ରଶାସନ ଏବଂ ଜିଲ୍ଲା ପ୍ରଶାସନ।