ଓଡିଶା

ସିବିଆଇ ହେପାଜତରେ କରିତ୍‌କର୍ମା ଡାକ୍ତର: ପାଇଖାନାରେ ବିଡ଼ାବିଡ଼ା ନୋଟ୍ – bajravana

[ad_1]

ନଗଦ ୧୭ ଲକ୍ଷ ଟଙ୍କା, ୨୦୫୫୮ ଡଲାର ଜବତ, ଓଡ଼ିଶା, ହାଇଦ୍ରାବାଦରେ ୫ ଜମି ଓ କୋଠା

ଭୁବନେଶ୍ବର/ ଜଗତସିଂହପୁର, ୧୩/୧୦ (ଇମିସ): ଲାଞ୍ଚ ନେବା ମାମଲାରେ ଗିରଫ ହୋଇଥିବା ପାରାଦୀପ ବନ୍ଦର ସ୍ବାସ୍ଥ୍ୟ ସଂଗଠନ(ପିଏଚଓ)ର ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ରାଜେନ୍ଦ୍ର ନାରାୟଣ ପାଣିଗ୍ରାହୀଙ୍କ ଘରେ ସିବିଆଇ ଚଢ଼ଉ ବେଳେ ପାଇଖାନା ସ୍କାଏ ଲାଇଟ୍‌ରୁ ବିଡ଼ାବିଡ଼ା ଟଙ୍କା ମିଳିଛି। ସିବିଆଇ ଜାଲରୁ ବର୍ତ୍ତିବା ପାଇଁ ସେ ସ୍କାଏ ଲାଇଟ୍‌ରେ ଟଙ୍କା ଲୁଚାଇ ଗାମୁଛା ଘୋଡ଼ାଇ ଦେଇଥିଲେ। ଖାଲି ସ୍କାଏ ଲାଇଟ୍ ନୁହେଁ ଖଟ ତଳେ, କାନ୍ଥ ଆଲମିରା ଓ ଅନ୍ୟ କେତେକ ସ୍ଥାନରୁ ମଧ୍ୟ ଟଙ୍କା ଭର୍ତ୍ତି ଲଫାପା ଜବତ କରାଯାଇଛି।

ଡାକ୍ତରାଣୀ ପତ୍ନୀଙ୍କ ଘରୁ ବି ମିଳିଲା ଟଙ୍କା, ଡଲାର୍
ନଗଦ ୧୭ ଲକ୍ଷ ଟଙ୍କା, ୨୦୫୫୮ ଡଲାର ଜବତ
ଓଡ଼ିଶା, ହାଇଦ୍ରାବାଦରେ ୫ ଜମି ଓ କୋଠା

ଏପଟେ ଏସ୍‌ସିବି ମେଡିକାଲରେ ଡାକ୍ତରାଣୀ ଥିବା ରାଜେନ୍ଦ୍ରଙ୍କ ପତ୍ନୀଙ୍କ କଟକସ୍ଥିତ ଘରୁ ମଧ୍ୟ ନଗଦ ୬ ଲକ୍ଷ ଟଙ୍କା ଓ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଡଲାର୍ ଜବତ କରାଯାଇଛି। ଏହିଭଳି ପ୍ରାୟ ୧୭ ଲକ୍ଷ ଭାରତୀୟ ଟଙ୍କା ଓ ୨୦୫୫୮ ଡଲାର (ପ୍ରାୟ ୧୭ ଲକ୍ଷ ଟଙ୍କା) ଜବତ କରାଯାଇଛି। ସେହିପରି ଓଡ଼ିଶା ଓ ହାଇଦ୍ରାବାଦରେ ୪ଟି ପ୍ଲଟ୍ ଓ ଗୋଟିଏ କୋଠା ଠାବ କରାଯାଇଛି। ଜବତ କରାଯାଇଥିବା ବ୍ୟାଙ୍କ ଆକାଉଣ୍ଟ୍‌ର ଯାଞ୍ଚ ଚାଲିଛି। ସମ୍ପୃକ୍ତ ବ୍ୟାଙ୍କକୁ ତଥ୍ୟ ମଗାଯାଇଛି। ସେହିପରି ବାଲେଶ୍ବର ସିମୁଳିଆ ଥାନା ମାର୍କୋଣାରେ ଥିବା ପୈତୃକ ଘରେ ଚଢ଼ଉ କରାଯାଇଛି। ବନ୍ଦର ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଚଢ଼ଉ ସମୟରେ ଡାକ୍ତର ରାଜେନ୍ଦ୍ରଙ୍କ ଦାୟିତ୍ବରେ ଥିବା ଷ୍ଟୋର୍‌ ରୁମରୁ ବିଦେଶୀ ମଦ, ସିଗାରେଟ୍ ଓ କିଛି ଆପତ୍ତିଜନକ ସାମଗ୍ରୀ ଜବତ କରାଯାଇଥିଲା। ଏହି ପ୍ରକୋଷ୍ଠକୁ ଜଉମୁଦ ଦିଆଯାଇ ସିଲ୍ କରି ଦିଆଯାଇଥିବା ସୂଚନା ମିଳିଛି। ଗିରଫ ପରେ ରାଜେନ୍ଦ୍ରଙ୍କୁ ରିମାଣ୍ଡରେ ନେଇ ଅଧିକ ପଚରାଉଚରା କରୁଛି ସିବିଆଇ। ଆସନ୍ତାକାଲି ତାଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ଏମିନେନ୍ସ ସିପିଂ ନାମକ କମ୍ପାନିର କର୍ମଚାରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପରେ ରିପୋର୍ଟ ପାଇଁ ଜଣପିଛା ଡାକ୍ତର ଶ୍ରୀ ପାଣିଗ୍ରାହୀ ୧୫୦୦ ଟଙ୍କା ଦାବି କରୁଥିଲେ। ଗୁରୁବାର ସିବିଆଇ ଅଧିକାରୀ ଲାଞ୍ଚ ଟଙ୍କା ସହ ଡାକ୍ତର ପାଣିଗ୍ରାହୀଙ୍କୁ ଗିରଫ କରିଥିଲେ। ଉଲ୍ଲେଖଯୋଗ୍ୟ, କୋଭିଡ୍ କଟକଣା ପରେ ପାରାଦୀପ ବନ୍ଦରକୁ ଆସୁଥିବା ଜାହାଜ କର୍ମଚାରୀଙ୍କ ସ୍ବାସ୍ଥ୍ୟ ଯାଞ୍ଚ ପାଇଁ ଏହି ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଡାକ୍ତରଙ୍କ ରିପୋର୍ଟ ଆଧାରରେ ଜାହାଜଗୁଡ଼ିକ ବନ୍ଦର ମଧ୍ୟକୁ ପ୍ରବେଶ କରିବ କି ନାହିଁ ସ୍ଥିର କରାଯାଏ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button