ଦେଶ ବିଦେଶ

ଉପରେ ଭାରତୀୟ ସମ୍ବିଧାନ, ଭିତରେ ଖାଲି କାଗଜ’; ରାହୁଲ ଗାନ୍ଧିଙ୍କ ରେଡ୍ ନୋଟ୍ ବୁକ୍‌କୁ ନେଇ ବର୍ଷିଲା ବିଜେପି

ନୂଆଦିଲ୍ଲୀ: ନଭେମ୍ବର ୨୦ରେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ । ପ୍ରମୁଖ ରାଜନୈତିକ ଦଳ ମଧ୍ୟରେ ପ୍ରଚାର ଜୋରଦାର ଚାଲିଛି । ଡୋର ଟୁ ଡୋର ବୁଲି କ୍ୟାମ୍ପେନ କରୁଛନ୍ତି ନେତା । ଏଥର ଇଣ୍ଡିଆ ଏବଂ ଏନଡିଏ ମେଣ୍ଟ ମଧ୍ୟରେ ଟକ୍କର ହେବ । ମାତ୍ର ଭୋଟ୍ ପୂର୍ବରୁ ହେଭିଓ୍ବେଟଙ୍କ ରାଲିରେ ବାକ୍ ଯୁଦ୍ଧ ଦେଖିବାକୁ ମିଳିଛି । ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ନାଗପୁର ରାଲିରେ ସମ୍ବିଧାନ ବହି ବାଣ୍ଟିବାକୁ ନେଇ ବର୍ଷିଛି ଭାରତୀୟ ଜନତା ପାର୍ଟି ।

ବିଜେପି ନେତା ସଙ୍ଗୀନ ଅଭିଯୋଗ ଆଣିଛନ୍ତି, ରାହୁଲ ଗାନ୍ଧି ଯେଉଁ ରେଡ୍ ବୁକ୍ ବାଣ୍ଟୁଛନ୍ତି ସେଥିରେ ଉପରେ ଭାରତୀୟ ସମ୍ବିଧାନ ଲେଖା ହୋଇଥିବା ବେଳେ ଭିତରେ ପୃଷ୍ଠା ଗୁଡ଼ିକ ଖାଲି ରହିଛି । ବିଶ୍ବ ସର୍ବବୃହତ ଲେଖା ସମ୍ବିଧାନକୁ କଂଗ୍ରେସ ପାର୍ଟି ନୋଟ୍ ବୁକ୍ ଭଳି ବ୍ୟବହାର କରୁଛି ବୋଲି ବିଜେପି ନେତା କହିଛନ୍ତି ।

ସୂଚନା ଅନୁଯାୟୀ, ବୁଧବାର କଂଗ୍ରେସ ନଗାପୁରର ସୁରେଶ ଭଟ୍ଟ ସଭାଗୃହରେ ସମ୍ବିଧାନ ସମ୍ମିଳନୀ ଆୟୋଜନା କରିଥିଲା । ଯେଉଁଥିରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି ମଧ୍ୟ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମ ମଧ୍ୟରେ ରାହୁଲ ଗାନ୍ଧି ସେଠାରେ ଉପସ୍ଥିତ ଥିବା ସମସ୍ତଙ୍କୁ ସମ୍ବିଧାନର ଲାଲ୍ ରଙ୍ଗର ବହି ବାଣ୍ଟିଥିଲେ । ନୋଟ୍ ପ୍ୟାଡ୍ ଭଳି ଦେଖାଯାଉଥିବା ଏହି ବହିର ସମ୍ନା ପାର୍ଶ୍ବରେ ‘Constitution of India’ ଲେଖା ହୋଇଛି । ମାତ୍ର ବହି ଭିତରେ ପ୍ରଥମ ପୃଷ୍ଠାରେ ପ୍ରିୟମ୍ବଲ୍ ଲେଖା ହୋଇଥିବା ବେଳେ ବାକି ପୃଷ୍ଠାଗୁଡ଼ିକ ଖାଲି ରହିଥିବା ବିଜେପି ନେତା ଅଭିଯୋଗ କରିଛନ୍ତି । ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଏହି ଘଟଣାରୁ ନେଇ ବିଜେପି କଂଗ୍ରେସକୁ ଘେରିଛି । ବିରୋଧୀ ଦଳ ନେତାଙ୍କୁ ଆକ୍ଷେପ କରିବା ସହିତ ଏହାର ଭିଡିଓ ମଧ୍ୟ ଭାଇରାଲ୍ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button