ଦେଶ ବିଦେଶ

ଥରେ ପରାମର୍ଶ ଦେବା ପାଇଁ ୧୦୦ କୋଟିରୁ ଅଧିକ ଟଙ୍କା ନିଅନ୍ତି ପ୍ରଶାନ୍ତ କିଶୋର

ନୂଆଦିଲ୍ଲୀ: ଜନ ସୂରଜ ଦଳର ସଂଯୋଜକ ପ୍ରଶାନ୍ତ କିଶୋରଙ୍କୁ ଜଣେ ଭଲ ରଣନୀତିଜ୍ଞ ଭାବରେ ସମସ୍ତ ଜାଣନ୍ତି। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ଗୋଟାଏ ନିର୍ବାଚନରେ ରଣନୀତିଜ୍ଞ ଭାବରେ ପରାମର୍ଶ ଦେବା ପାଇଁ ସେ ୧୦୦ କୋଟିରୁ ଅଧିକ ଟଙ୍କା ନେଇଥାନ୍ତି।

ଅକ୍ଟୋବର ୩୧ ତାରିଖରେ ଆଗାମୀ ବିହାର ଉପ-ନିର୍ବାଚନ ପାଇଁ ପ୍ରଚାର କରୁଥିବା ବେଳେ ପ୍ରଶାନ୍ତ କିଶୋର ନିର୍ବାଚନ ରଣନୀତିଜ୍ଞ ଭାବରେ ନିଜର ପାରିଶ୍ରମିକ ପ୍ରକାଶ କରିଥିଲେ।

 

ବେଲାଗଞ୍ଜରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ମୁସଲିମ ସମ୍ପ୍ରଦାୟର ସଦସ୍ୟଙ୍କ ସମେତ ସମାବେଶକୁ ସମ୍ବୋଧିତ କରିଥିଲେ ଏବଂ ଅନେକ କିଛି କଥାକୁ ବୁଝାଇକି କହିଥିଲେ। ତାଙ୍କ କହିବା କଥା ହେଲା ତାଙ୍କ ରଣନୀତିକୁ ଆଧାର କରି ଭିନ୍ନ ଭିନ୍ନ ରାଜ୍ୟରେ ୧୦ ଜଣ ସରକାର ଚାଲୁଛନ୍ତି।

ତେବେ ସେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି କି ‘‘ଆପଣମାନେ ଭାବୁଛନ୍ତି କି ଏକ ଅଭିଯାନ ପାଇଁ ତମ୍ବୁ ଓ ଛାତ ତିଆରି କରିବାକୁ ମୋ ପାଖରେ ପର୍ଯ୍ୟାପ୍ତ ଅର୍ଥ ନାହିଁ? ଆପଣମାନେ ମୋତେ ଦୁର୍ବଳ ଭାବୁଛନ୍ତି କି? ମୋ ପରି ପାରିଶ୍ରମିକ ବିହାରରେ କାହାର ବି ନାହିଁ। ଯଦି ମୁଁ କେବଳ ଗୋଟିଏ ନିର୍ବାଚନରେ ​​କାହାକୁ ପରାମର୍ଶ ଦିଏ ସେଥିପାଇଁ ୧୦୦ କୋଟି ଟଙ୍କା କିମ୍ବା ତାହାଠାରୁ ଅଧିକ ନିଏ। ମାତ୍ର ଗୋଟାଏ ରାଜନୈତିକ ପରାମର୍ଶ ଦେଇ ମୁଁ ଆଗାମୀ ଦୁଇ ବର୍ଷ ପାଇଁ ମୋ ଅଭିଯାନକୁ ପାଣ୍ଠି ଯୋଗାଇ ପାରିବି।’’

ଉଲ୍ଲେଖଯୋଗ୍ୟ, ଜନ ସୂରଜ ଦଳ ବିହାରର ଚାରିଟି ବିଧାନସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ପ୍ରାର୍ଥୀ ଦେଇଛି। ଏହି ଚାରିଟି ଆସନ ମଧ୍ୟରେ ବେଲାଗଞ୍ଜ, ଇମାମଗଞ୍ଜ, ରାମଗଡ ଏବଂ ତାରାରି ଅନ୍ତର୍ଭୁକ୍ତ। ନଭେମ୍ବର ୧୩ ରେ ଉପ-ନିର୍ବାଚନ ତାରିଖ ଧାର୍ଯ୍ୟ ହୋଇଛି ଏବଂ ଫଳାଫଳ ୨୩ ନଭେମ୍ବରରେ ଘୋଷଣା ହେବ।

Related Articles

Leave a Reply

Your email address will not be published. Required fields are marked *

Back to top button