ଦେଶ ବିଦେଶ

କରୋନାଠୁ ନିପାହ ମୃତ୍ୟୁଦର ଅଧିକ – bajravana

[ad_1]

ନୂଆଦିଲ୍ଲୀ: ଦେଶରେ ନିପାହ ଭାଇରସ ମାମଲା ସାମ୍ନାକୁ ଆସିବା ପରେ ସରକାର ସତର୍କ ହୋଇଯାଇଛନ୍ତି । ଆଇସିଏମଆର ମହାନିର୍ଦ୍ଦେଶକ ଡା. ରାଜୀବ ବହଲ କହିଛନ୍ତି ଯେ, ନିପାହକୁ ରୋକିବା ପାଇଁ ପ୍ରୟାସ ଜାରି ରହିଛି । ସମସ୍ତ ସଂକ୍ରମିତ ବ୍ୟକ୍ତି ପ୍ରଥମ ସଂକ୍ରମିତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ନିପାହରେ ସଂକ୍ରମିତ ଲୋକଙ୍କ ମୃତ୍ୟୁଦର ଖୁବ୍ ଅଧିକ । ଏହା ୪୦ରୁ ୭୦ ବର୍ଷ ମଧ୍ୟରେ ହୋଇଥିବାବେଳେ କୋଭିଡ ମୃତ୍ୟୁଦର ୨ରୁ ୩ ପ୍ରତିଶତ । କେରଳରେ କୋଝିକୋଡ଼ ଜିଲ୍ଲାରେ ନିପାହ ଭାଇରସ ଦ୍ୱାରା ସଂକ୍ରମଣର ଆଉ ଏକ ମାମଲା ସାମ୍ନାକୁ ଆସିଛି ।

ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ବୀନା ଜର୍ଜଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ, ଜଣେ ୩୯ ବର୍ଷୀୟ ବ୍ୟକ୍ତିର ନମୁନାରେ ନିପାହ ଭାଇରସ ସଂକ୍ରମଣ ପୁଷ୍ଟି ହୋଇଛି । ସେ ଏକ ସ୍ଥାନୀୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ସମ୍ପୃକ୍ତ ଆକ୍ରାନ୍ତ ଜଣକ ଜଣେ ସଂକ୍ରମିତଙ୍କ ସମ୍ପର୍କରେ ଆସିଥିଲେ ଯାହାଙ୍କ ମୃତ୍ୟୁ ଅଗଷ୍ଟ ୩୦ରେ ଘଟିଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button