ଓଡିଶା

ଶିଳ୍ପାଙ୍କ ଫଟୋ ଭାଇରାଲ ପ୍ରସଙ୍ଗ: ସେବାୟତଙ୍କୁ କାରଣ ଦର୍ଶାଅ ନୋଟିସ୍

ଭୁବନେଶ୍ବର: ଲିଙ୍ଗରାଜ ମନ୍ଦିର ପରିସର ଭିତରେ ଶିଳ୍ପାଙ୍କ ଫଟୋ ଓ ଭିଡିଓ ଭାଇରାଲ ପ୍ରସଙ୍ଗରେ ସେବାୟତଙ୍କୁ ଗଲା ନୋଟିସ୍ । ଶିଳ୍ପାଙ୍କ ସହ ଫଟୋରେ ନଜର ଆସିଥିବା ମନ୍ଦିର ସୁପରଭାଇଜର ରାଜକିଶୋର ମହାପାତ୍ରଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି ହୋଇଛି । ନୋଟିସ୍ ଜାରି ହୋଇଥିବା ନେଇ ସୂଚନା ଦେଇଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ନୋଟିସରେ ସୁପରଭାଇଜରଙ୍କୁ ୭ ଦିନ ଭିତରେ ଉତ୍ତର ଦେବା ପାଇଁ କୁହାଯାଇଛି । ମନ୍ଦିର ଭିତରେ ମୋବାଇଲ ଓ ଫଟୋ ଉଠାଇବା ସଂପୂର୍ଣ୍ଣ ବାରଣ କରାଯାଇଥିଲେ ସୁଦ୍ଧା କେଉଁ ପରିସ୍ଥିତିରେ ଏବଂ କିଭଳି ନିୟମ ବିରୁଦ୍ଧରେ ଯାଇ ରାଜକିଶୋର ଅଭିନେତ୍ରୀ ଶିଳ୍ପାଙ୍କ ସହ ଭିତରେ ଫଟୋ ଉଠାଇଲେ ତାହା ସ୍ପଷ୍ଟ କରନ୍ତୁ । ଏଥିସହିତ ବାରମ୍ବାର ଏଭଳି ବେପୁରୁଆ ଘଟଣା ସାମ୍ନାକୁ ଆସୁଥିବା ବେଳେ ଏହାର ତଦନ୍ତ ହେବ । ଆଗକୁ ଯେଭଳି ଏହାର ପୁନରାବୃତ୍ତି ନହୁଏ ସେଥିପାଇଁ ନିୟମ ଆହୁରି କଡା କଡି କରାଯିବ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ।

ତେବେ ବଲିଉଡ୍ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଲିଙ୍ଗରାଜ ମନ୍ଦିରକୁ ଦର୍ଶନ ପାଇଁ ଆସିଥିବା ବେଳେ ତାଙ୍କର କିଛି ଫଟୋ ଓ ଭିଡିଓ ଭାଇରାଲ ହୋଇଥିଲା । ଯାହାକି ମନ୍ଦିର ପରିସର ଭିତରେ ଉଠିଛି । ଏଥିରେ ଜଣେ ସେବାୟତ ଥିବା ମଧ୍ୟ ନଜର ଆସିଛନ୍ତି । ଯାହାକୁ ନେଇ ଏବେ ଉତ୍ତେଜନା ସୃଷ୍ଟି ହୋଇଛି । ମନ୍ଦିର ଭିତରକୁ କିପରି କ୍ୟାମେରା କିମ୍ବା ଫୋନ୍ ଗଲା ତାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button