ଓଡିଶା
ପଳାଶୁଣି ଛକରେ ସିରିଜ୍ ଦୁର୍ଘଟଣା, ପିଟିହେଲା ବସ୍-ଟ୍ରକ- ଅଟୋ-କାର୍
ଭୁବନେଶ୍ୱର: ଭୁବନେଶ୍ୱର ପଳାଶୁଣି ଛକରେ ସିରିଜ୍ ଦୁର୍ଘଟଣା। ଆଗପଛ ହେଇ ପିଟାପିଟିହେଲେ ଏକାଧିକ ଗାଡି। ସକାଳୁ ସକାଳୁ ଏକ ଟ୍ରକ ବସକୁ ପଛରୁ ଧକ୍କା ଦେଇଥିଲା । ଫଳରେ ଆଗରେଥିବା ଅଟୋ ସହ ଧକ୍କା ହୋଇଥିଲା ବସ୍। ଅଟୋଟି ଧକ୍କା ହେବାପରେ ତା’ ଆଗରେ ଥିବା ଏକ କାରକୁ ଧକ୍କା ଦେଇଥିଲା। ଫଳରେ ଅଟୋରେ ଥିବା ୩ ଜଣ ବ୍ୟକ୍ତି ଆହତ ହୋଇଛନ୍ତି।
ଜଣେ ବୃଦ୍ଧ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଟ୍ରକକୁ ପୁଣି ପଛରୁ ଏକ ପିକଅପ ଧକ୍କା ଦେଇଛି। ଟ୍ରକର ଆଗପଟ ଭାଙ୍ଗିଯାଇଥିବା ବେଳେ ବସର ପଛପଟ ଭାଙ୍ଗିଯାଇଛି। ଅଟୋଟି ସମ୍ପୂର୍ଣ୍ଣ ଭାଙ୍ଗରୁଜି ଯାଇଥିବା ବେଳେ କାରର ସାମାନ୍ୟ କ୍ଷତି ହୋଇଛି। ଘଟଣା ସ୍ଥଳରେ ମଞ୍ଚେଶ୍ଵର ଥାନା ପହଞ୍ଚି ଗାଡିଗୁଡିକ ଜବତ କରିଛି।