କୃଷ୍ଣସାରଙ୍କ ସୁରକ୍ଷା ମୁଖ୍ୟ ଚିନ୍ତା: ଗଞ୍ଜାମ ଜିଲ୍ଲାରେ ଅଛନ୍ତି ୭୭୪୫ କୃଷ୍ଣସାର – bajravana
[ad_1]
ବିଶ୍ବମ୍ବର ଜେନା
ଭଞ୍ଜନଗର: ସାରା ବିଶ୍ବରେ ବିରଳ ପ୍ରାଣୀ ମଧ୍ୟରେ କୃଷ୍ଣସାର ମୃଗ ହେଉଛି ଅନ୍ୟତମ। ବନ୍ୟପ୍ରାଣୀ ସୁରକ୍ଷା ଆଇନରେ କୃଷ୍ଣସାରକୁ ପ୍ରାଧ୍ୟାନ୍ୟ ଦିଆଯାଇ ପ୍ରଥମ ଶ୍ରେଣୀରେ ସ୍ଥାନିତ କରାଯାଇଛି। ଗଞ୍ଜାମ ଜିଲ୍ଲାର ଦକ୍ଷିଣ ଓ ଉତ୍ତର ଘୁମୁସର ବନଖଣ୍ଡ କୃଷ୍ଣସାରଙ୍କ ପ୍ରମୁଖ ବିଚରଣସ୍ଥଳ ଭାବେ ସମଗ୍ର ଦେଶରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ବିଶେଷକରି ଦକ୍ଷିଣ ଘୁମୁସର ବନଖଣ୍ଡରେ କୃଷ୍ଣସାରଙ୍କ ସଂଖ୍ୟା ଅଧୀନ। ୨୦୧୮ରୁ ଗତବର୍ଷ ମଧ୍ୟରେ ଏମାନଙ୍କ ସଂଖ୍ୟା ଦୁଇଗୁଣ ବଢ଼ିଥିବା ସରକାରୀ ତଥ୍ୟରୁ ସୂଚନା ହସ୍ତଗତ ହୋଇଛି। ୨୦୨୨ ମସିହା ଗଣନା ଅନୁଯାୟୀ ଗଞ୍ଜାମ ଜିଲ୍ଲାରେ ୭,୭୪୫ଟି କୃଷ୍ଣସାର ରହିଥିବା ଜଣାପଡ଼ିଛି। ସେମାନଙ୍କ ମଧ୍ୟରେ ୧୪୭୨ଟି ଅଣ୍ଡିରା, ୪୭୫୨ଟି ମାଈ ଏବଂ ୧୫୧୮ ଟି ଶାବକ କୃଷ୍ଣସାର ମୃଗ ରହିଛନ୍ତି। ଦକ୍ଷିଣ ଘୁମୁସର ବନଖଣ୍ଡରେ ସର୍ବାଧିକ ୪୬୩୬ ଟି କୃଷ୍ଣସାର ଅଛନ୍ତି। ସେହିପରି ବ୍ରହ୍ମପୁର ବନଖଣ୍ଡରେ ୨୭୫୭ ଏବଂ ଉତ୍ତର ଘୁମୁସର ବନଖଣ୍ଡରେ ୩୫୦ଟି କୃଷ୍ଣସାର ରହିଥିବା ଗଣନାରୁ ଜଣାପଡ଼ିଛି। ସେମାନଙ୍କ ସଂଖ୍ୟା ଆହୁରି ବଢ଼ିଛି। ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା, ବୁଗୁଡ଼ା ଓ ପୋଲସରା ବନାଞ୍ଚଳର ଅଧିକାଂଶ ସ୍ଥାନରେ କୃଷ୍ଣସାରଙ୍କୁ ଦେଖିବାକୁ ମିଳେ। ସେହିପରି ଉତ୍ତର ଘୁମୁସର ବନଖଣ୍ଡର କେବଳ ଜଗନ୍ନାଥପ୍ରସାଦ ବନାଞ୍ଚଳରେ ଏମାନେ ଦେଖାଯାଆନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ତେବେ କ୍ଷିପ୍ର ଗତିରେ ଦୌଡ଼ୁଥିବା ଏହି ନିରୀହ ପ୍ରାଣୀ ଅଧିକାଂଶ ସମୟରେ ରାସ୍ତା ପାର ହେବା ବେଳେ ଦୁର୍ଘଟଣାର ଶିକାର ହୋଇ ପ୍ରାଣ ହରାଉଥିବାର ନଜିର୍ ରହିଛି। ଫଳରେ ବିଭିନ୍ନ ଯୋଜନା ସତ୍ତ୍ବେ ଆଜି ବି କୃଷ୍ଣସାରର ସୁରକ୍ଷା ବଡ଼ ଚିନ୍ତାଜନକ ପ୍ରସଙ୍ଗ ପାଲଟିଛି। କିଛି ସ୍ଥାନରେ ସ୍ଥାନୀୟ ଲୋକେ ବନ ବିଭାଗର ସହାୟତାରେ ସେମାନଙ୍କ ସୁରକ୍ଷା ଦାୟିତ୍ବ ନେଇଛନ୍ତି। ତେବେ ସଡ଼କ ଦୁର୍ଘଟଣାରେ ସେମାନଙ୍କ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଥିବାରୁ ବନ ବିଭାଗ ତତ୍ପରତା ଦେଖାଇଆସୁଛି। ଖାଦ୍ୟ ପାଇଁ ଚାଷ କରାଯିବା ସହିତ ତାର ଜାଲି ବେଢ଼ାଯାଇଛି। ସେହିପରି କୁଣ୍ଡ ନିର୍ମାଣ ସହ ସେଥିରେ ପିଇବା ପାଣିର ବ୍ୟବସ୍ଥା କରାଯାଇଛି। ସ୍ବତନ୍ତ୍ର ଜଗୁଆଳି ବି ନିୟୋଜିତ ହୋଇଛନ୍ତି। ଦକ୍ଷିଣ ଘୁମୁସର ବନଖଣ୍ଡର ଆସିକା ବନାଞ୍ଚଳ ଭେଟନଇରେ ମୃଗଙ୍କ ଖାଇବା ପାଇଁ ମାଣ୍ଡିଆ ଓ ଡାଲିଜାତୀୟ ଫସଲ ଚାଷ କରାଯାଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ମୃଗମାନେ ଖାଇବା ପରେ ସେମାନଙ୍କ ଦାନ୍ତରେ କ୍ଷତକୁ ଭରଣା କରିବା, ପେଟରୋଗ ଦୂରୀକରଣ ଏବଂ ସୁସ୍ଥତା ପାଇଁ ମାଟିରେ ‘ରକ୍ ସଲ୍ଟ୍’ ମିଶ୍ରଣ କରାଯାଇ ଖାଉଥିବା ସ୍ଥାନ ନିକଟରେ ମାଟି ହାଣି ‘ସଲଟ ଲିକ୍’ ପ୍ରସ୍ତୁତ କରାଯାଉଛି। ତେବେ ବାହାର ରାଜ୍ୟର ଶିକାରୀଙ୍କ ଟାର୍ଗେଟରେ ଏମାନେ ରହୁଥିବାରୁ ଏଦିଗରେ ସରକାର ପ୍ରତିକାରମୂଳକ ପଦକ୍ଷେପ ନେବା ଆବଶ୍ୟକ ଥିବା ପରିବେଶବିତ୍ ମତବ୍ୟକ୍ତ କରିଛନ୍ତି।
[ad_2]