ବାରମ୍ବାର ହାଇ ଆସିବା ହୋଇଥାଏ ଏହିସବୁ ରୋଗ ଲକ୍ଷଣ! କରନ୍ତୁ ନାହିଁ ଅଣଦେଖା ନଚେତ…
ଅନେକ ଥର ଅନେକ ସମୟରେ ଆପଣ ହାଇ ମାରିଥାନ୍ତି। ହାଇ ହେଉଛି ଏକ ପ୍ରାକୃତିକ ପ୍ରତିକ୍ରିୟା ଯେଉଁଥିରେ ଆମେ ପାଟି ଖୋଲି ନିଶ୍ୱାସ ନେଇଥାଉ। ସାଧାରଣତଃ ଥକ୍କା ଲାଗିଲେ କିମ୍ବା ନିଦ ଆସିଲେ ଆମକୁ ହାଇ ଆସିଥାଏ। କିନ୍ତୁ ଯଦି ଆପଣଙ୍କୁ ବାରମ୍ବାର ହାଇ ଆସୁଥାଏ, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ, ଏହା ମଧ୍ୟ କିଛି ଗୁରୁତର ରୋଗର ସଙ୍କେତ ହୋଇପାରେ।
ହାଇ କାହିଁକି ଆସେ :
ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଅତ୍ୟଧିକ ହାଇ ଆସିବାର ପ୍ରକୃତ କାରଣ ଜଣା ନାହିଁ। ତଥାପି, କିଛି କାରଣ ଅଛି ଯାହା ଏହାକୁ ବଢାଇପାରେ। ଆସନ୍ତୁ ସେସବୁ ଜାଣିବା।
କ୍ଳାନ୍ତ କିମ୍ବା ଥକାପଣ ହେତୁ ହାଇ ଆସେ।
ଅନିଦ୍ରା, ଚାପ କିମ୍ବା ନିଦର ଅଭାବ ହେଲେ ହାଇ ଆସେ।
ନିଦ୍ରା ବ୍ୟାଘାତ, ଯେପରିକି ସ୍ଲିପ୍ ଆପ୍ନିଆ କିମ୍ବା ନାର୍କୋଲେପ୍ସୀ
ଅବଦାଦ କିମ୍ବା ଚିନ୍ତା ପାଇଁ ଔଷଧର ପାର୍ଶ୍ୱ ପ୍ରତିକ୍ରିୟା ହେତୁ ଏହିପରି ସମସ୍ୟା ମଧ୍ୟ ହୋଇପାରେ।
ଆପଣ ସ୍ଲିପ୍ ଆପ୍ନିଆ ରୋଗରେ ପିଡୀତ କି?
ଅତ୍ୟଧିକ ହାଇ ମଧ୍ୟ ଏକ ନିଦ୍ରା ବ୍ୟାଧିର ଲକ୍ଷଣ ହୋଇଥାଏ, ଯେପରି ଅବଷ୍ଟ୍ରକ୍ଟିଭ୍ ସ୍ଲିପ୍ ଆପ୍ନିଆ। ଏହି ସମସ୍ୟାରେ, ଅତ୍ୟଧିକ ନିଦ ଆସେ ଏବଂ ରାତିରେ ଶୋଇବା ବେଳେ ଅନେକ ସମସ୍ୟାର ସାମ୍ନା କରିବାକୁ ପଡେ, ଯେଉଁ କାରଣରୁ ଶୋଇବା ଠିକ୍ ହୋଇ ନଥାଏ ଏବଂ ପରଦିନ ଜଣେ ଅତ୍ୟଧିକ କ୍ଲାନ୍ତ ଅନୁଭବ କରେ।
ଏହା ବ୍ୟତୀତ, କେତେକ କ୍ଷେତ୍ରରେ ମେଟାବୋଲିଜିମ୍ ସମ୍ବନ୍ଧୀୟ ରୋଗ ହେତୁ ଅତ୍ୟଧିକ ହାଇ ମଧ୍ୟ ଆସିପାରେ। ରକ୍ତରେ ଗ୍ଲୁକୋଜର ମାତ୍ରା କମିବା କାରଣରୁ ହାଇ ଆସେ।
ନାର୍କୋଲେପ୍ସୀ ମଧ୍ୟ ଏକ ନିଦ ସମ୍ବନ୍ଧୀୟ ସମସ୍ୟା। ଏଥିରେ ଜଣେ ବ୍ୟକ୍ତି ଯେକୌଣସି ସମୟରେ ଏବଂ ଯେକୌଣସି ସ୍ଥାନରେ ହଠାତ୍ ଶୋଇପଡେ। ଏହି ରୋଗରେ ରୋଗୀ ଦିନସାରା ଅନେକ ଥର ନିଦ୍ରା ଅନୁଭବ କରେ, ଯେଉଁଥିପାଇଁ ସେ ଅତ୍ୟଧିକ ହାଇ ମାରେ।
ଇନ୍ସୋମନିଆ ସମସ୍ୟା କାରଣରୁ ସଠିକ୍ ନିଦ ହୁଏ ନାହିଁ। ଥରେ ଉଠିବା ପରେ, ପୁଣି ଶୋଇବା ବହୁତ କଷ୍ଟକର ହୋଇଯାଏ। ଫଳରେ ହାଇ ଆସିଥାଏ।