ଓଡିଶା

ସୋନନଦୀରେ ଆସିଲା ବନ୍ୟାପାଣି, ଉପକୂଳ ଅଞ୍ଚଳବାସୀ ପ୍ରଭାବିତ

ନୀଳଗିରି,୨୬/୧୦: ବାଲେଶ୍ଵର ଜିଲ୍ଲା ନୀଳଗିରି ଅଞ୍ଚଳରେ ସୋନନଦୀରେ ଆସିଲା ବନ୍ୟା ପାଣି । ବାତ୍ୟା ‘ଦାନା’ ପ୍ରଭାବରେ ଶୁକ୍ରବାର ଦିନ ସାରା ବର୍ଷା ଲାଗିରହିଥିଲା । ଫଳରେ ମୟୂରଭଞ୍ଜ ଜିଲ୍ଲା କାଳଡ୍ୟାମରେ ପାଣି ଛଡାଯାଇଥିଲା । ଡ୍ୟାମ୍ରେ ପାଣି ଛାଡିବା ପରେ ଏଭଳି ବନ୍ୟା ପରିସ୍ଥିତି ଆସିଥିବା ଜଣାପଡିଛି ।

ବନ୍ୟପାଣି ଆସିବା ପରେ ନଈକୂଳିଆ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ବେଗୁନିଆ ଅଞ୍ଚଳରେ ନଦୀରୁ ଗାଁକୁ ବନ୍ୟା ପାଣି ପ୍ରବେଶ କରିଥିବା ଜଣାପଡ଼ିଛି । ବନ୍ୟା ପାଣି ଆସିବା ନେଇ ସୋନନଦୀ ଉପକୂଳ ଅଞ୍ଚଳ ବାଡ଼ିଆ, ଜୁଣକୋଇଲି, ଖସାପଡିଆ, ମଛୁଆ, ସିଙ୍ଗିରୀ, ବେଗୁନିଆ, ତୁଟାପଡା ଗାଁ ପ୍ରଭାବିତ ହେବ ବୋଲି ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button