୩୦ ବର୍ଷରୁ ଅଧିକ ଯଦି ଆପଣଙ୍କ ବୟସ, ତେବେ ଆପଣଙ୍କ ଭୋଜନରେ ନିଶ୍ଚିତ ରହିବା ଦରାକର ଏହି ୭ଟି ଜିନିଷ
ଶରୀରର ମେଟାବୋଲିକ ରେଟ ପ୍ରତି ୧୦ ବର୍ଷରେ କମ ହୋଇଯାଏ । ଯାହା ଦ୍ଵାରା ଆପଣଙ୍କ ଏନର୍ଜୀ ଲେବୁଲ ବି ଧୀରେ ଧୀରେ କମ ହୋଇଯାଏ । କହିବାକୁ ଗଲେ ଏମ୍ସର ଆୟୁଷ ୱିଂଗର ଡାକ୍ତର ଅଜୟ ସିଂହ ବଘେଲଙ୍କ କହିବା ଅଟେ କି ୩୦ ବର୍ଷ ପାର ହେବା ପରେ ମେଟାବୋଲିକ ରେଟ ଓ ଇମ୍ୟୁନିଟୀ (ରୋଗ ପ୍ରତିରୋଧକ ଶକ୍ତି) ଦୁଇଟି ହିଁ କମ ହୋଇଯାଏ । ଏହା ଛଡା ଚେହେରାର ଗ୍ଲୋ ବି କମ ହେବାକୁ ଲାଗିଥାଏ ଓ ଚୁଟି ଝଡିବାକୁ ଲାଗେ ।
ଏମିତିରେ ଯଦି ଆପଣ ୩୦ ବର୍ଷରୁ ଉର୍ଦ୍ଧ ହୋଇ ଯାଇଛନ୍ତି ତେବେ ଆପଣ ନିଜ ଡାଏଟରେ ଏହି ସମସ୍ତ ଜିନିଷକୁ ସାମିଲ କରନ୍ତୁ । ଡାକ୍ତର ଅଜୟ ସିଂହ ବଘେଲ କୁହନ୍ତି କି ୩୦ ବର୍ଷ ପରେ ଏକ୍ସରସାଇଜ ଛଡା ନ୍ୟୁଟ୍ରୀଶିୟସ ଖାଦ୍ୟ ବି ସେବନ କରିବା ବହୁତ ଜରୁରୀ ଅଟେ । ଯାହା ଦ୍ଵାରା ଶରୀରକୁ ଆଇରନ, କ୍ୟାଲସିୟମ ଓ ପୋଟାସିୟମ ଭଳି ନ୍ୟୁଟ୍ରିଏଂଟ୍ସ ମିଳି ପାରିବ । ଡାକ୍ତର ଅଜୟ ସିଂହ ବଘେଲଙ୍କ ଅନୁସାରେ ଏହି ୭ଟି ଖାଦ୍ୟ ପଦାର୍ଥ ଆପଣଙ୍କ ପାଇଁ ବହୁତ ଜରୁରୀ ହୋଇଥାଏ ।
୧ – ପାଳଙ୍ଗ ଶାଗ
ଏଥିରେ ଆୟରନ ଥାଏ, ଯାହା ଦ୍ଵାରା ହିମୋଗ୍ଲୋବିନ ଲେବୁଲ ବାଲାନ୍ସ ରହିଥାଏ ଓ ରକ୍ତ ହୀନତା ବି ହୋଇ ନ ଥାଏ ।
୨ – ହୋଲଗ୍ରେନ୍ସ
ଏହା ଦ୍ଵାରା ବ୍ଲଡ ସୁଗାରର ଲେବୁଲ କଣ୍ଟ୍ରୋଲରେ ରହିଥାଏ । ଯାହା ଦ୍ଵାରା ଡାଇବେଟିସ ଓ ବ୍ଲଡ ପ୍ରେସର ଭଳି ରୋଗର ସମ୍ଭାବନା କମ ହୋଇଥାଏ ।
୩ – କ୍ଷୀର
ଏଥିରେ କ୍ୟାଲସିୟମ ଓ ପ୍ରୋଟିନ ଥାଏ, ଯାହା ହାଡକୁ ମଝବୁତ କରିଥାଏ ।
୪ – ଟମାଟର
ଏଥିରେ ଫାଇବର ଓ ଫ୍ଲେବୋ ନୋଏଡ୍ସ ଥାଏ, ଯାହା ଓଜନକୁ କମ କରିବାରେ ଓ ଗଣ୍ଠି ବ୍ୟଥାରୁ ବି ମୁକ୍ତି ଦେବାରେ ସାହାର୍ଯ୍ୟ କରିଥାଏ ।
୫ – ଓଟ୍ସ
ଏଥିରେ ବୀଟା ଗ୍ଲୁକେଂସ ଫାଇବର ଥାଏ ଯାହା ଶରୀରରେ ଖରାପ କୋଲେସ୍ଟ୍ରୋଲକୁ ରୋକିଥାଏ ଓ ଆପଣଙ୍କୁ ହୃଦୟ ଜନିତ ରୋଗରୁ ବି ବଞ୍ଚାଇ ଥାଏ ।
୬ – ଦହି
ଏଥିରେ ଡାଇଜେଶନ ଭଲ ରହିଥାଏ । ଯାହା ଦ୍ଵାରା ଶରୀର ହାଈଡ୍ରେଟ ରହିଥାଏ । ସ୍କିନ ବି ଭଲ ରହିଥାଏ ଓ ଚୁଟି ଜଲ୍ଦି ଧଳା ହୁଏ ନାହିଁ ।
୭ – ବାଦାମ
ଏଥିରେ ରାଇବୋଫ୍ଲେବିନ ଥାଏ, ଯାହା ବ୍ରେନକୁ ସୁସ୍ଥ ରଖିଥାଏ । ଭୁଲିବା ରୋଗରୁ ବି ବଞ୍ଚାଇ ଥାଏ । ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ। ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।