ଦେଶ ବିଦେଶ

ହସ୍ପିଟାଲରେ ଭର୍ତ୍ତି ହେଲେ କ୍ରିକେଟର ଶୁଭମନ – bajravana

[ad_1]

ନୂଆଦିଲ୍ଲୀ, ୧୦/୧୦ : ଆଫଗାନିସ୍ତାନ ମ୍ୟାଚ୍ ପୂର୍ବରୁ ଭାରତକୁ ଝଟକା । ଭାରତର ଷ୍ଟାର ବ୍ୟାଟର ଡେଙ୍ଗୁରେ ପୀଡିତ ଥିବା ଶୁଭମନଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ପୂର୍ବରୁ ବିସିସିଆଇ ପକ୍ଷରୁ ସ୍ପଷ୍ଟ କରାଯାଇଥିଲା ଯେ, ଆଫଗାନିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଖେଳିବେ ନାହିଁ । ଏବେ ପାକିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଖେଳିବେ କି ନାହିଁ ତାହାକୁ ନେଇ ମଧ୍ୟ ସନ୍ଦେହ ରହିଛି । ଏହାପୂର୍ବରୁ ଡେଙ୍ଗୁରେ ପୀଡିତ ଥିବା କାରଣରୁ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ମଧ୍ୟ ଖେଳିବାରୁ ବଞ୍ଚିତ ହୋଇଥିଲେ ଶୁଭମନ । ଶୁଭମନଙ୍କ ପ୍ଲେଟଲେଟ କାଉଣ୍ଟ କମିଥିବା ସୂଚନା ମିଳିଛି । ବିସିସିଆଇର ମେଡିକାଲ ଟିମ୍ ଶୁଭମନଙ୍କ ସ୍ୱାସ୍ଥ୍ୟବସ୍ଥା ଉପରେ ନଜର ରଖିଛି । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବା ପରେ ଶୁଭମନଙ୍କୁ ନେଇ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଏବେର ସ୍ଥିତିକୁ ଦେଖି ପାକିସ୍ତାନ ବିପକ୍ଷ ମ୍ୟାଚରେ ଶୁଭମନ ଖେଳିବେ କି ନାହିଁ ତାହା କୁହାଯାଇପାରିବ ନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button