ଦେଶ ବିଦେଶ

ପ୍ରଥମ ଥର ସେକ୍ସ କରିବା ପରେ ମହିଳାଙ୍କ ଶରୀରରେ ଆସିଥାଏ ଏହି ୫ଟି ବଡ଼ ପରିବର୍ତ୍ତନ

ଶାରୀରିକ ସମ୍ପର୍କ ଅଥବା ଯୌନ ସମ୍ପର୍କ ରଖିବା ମଣିଷ ପାଇଁ ଏକ ସ୍ୱତନ୍ତ୍ର ମୁହୂର୍ତ୍ତ ହୋଇଥାଏ । ପ୍ରଥମ ଥର ପାଇଁ ସେକ୍ସ କରୁଥିଲେ ମଣିଷ ଶରୀରରେ କିଛି ପରିବର୍ତ୍ତନ ଆସିଥାଏ । ଖାସ୍ କରି ମହିଳା ମାନଙ୍କ ଠାରେ ଏହା ଅଧିକ ଦେଖିବାକୁ ମିଳିଥାଏ । ଏପରି ପରିସ୍ଥିତିରେ ସେମାନଙ୍କ ଠାରେ ଉଭୟେ ମାନସିକ ଏବଂ ଶାରୀରିକ ପରିବର୍ତ୍ତନ ଦେଖିବାକୁ ମିଳିଥାଏ ।

ପ୍ରଥମ ଥର ସେକ୍ସ କରିବା ବେଳେ ମହିଳାମାନଙ୍କର ଯୌନାଙ୍ଗର ଇଲାସ୍ଟିସିଟିରେ ଯଥେଷ୍ଟ ଫରକ ପଡିଥାଏ । ସେମାନଙ୍କ ଯୌନାଙ୍ଗ ଷ୍ଟ୍ରେଚେବଲ୍ ହୋଇଥିଲେ ହେଁ ପ୍ରଥମ ସେକ୍ସ ପରେ ହିଁ ସେମାନେ ଏହାର ଅନୁଭବ କରିପାରନ୍ତି । ପ୍ରଥମ ଥର ପାଇଁ ସେକ୍ସ କରିବା ମହିଳାମାନଙ୍କର ସ୍ତନର ଆକାରରେ ମଧ୍ୟ ଫରକ୍ ଆଣି ଦେଇଥାଏ । କାମଉତ୍ତେଜନା ହେତୁ ସେମାନଙ୍କ ସ୍ତନରେ ରକ୍ତ ସଞ୍ଚାଳନ ବଢ଼ିବା ସହିତ ଏହା ଆକାରରେ ବଡ଼ ହେବାକୁ ଲାଗିଥାଏ । ଏହାର ପ୍ରଭାବ କିଛି ସମୟ ପାଇଁ ନିପଲ୍ସ ଉପରେ ମଧ୍ୟ ପଡିଥାଏ ।

ପ୍ରଥମ ଥର ପାଇଁ ସେକ୍ସ କରିବା ସମୟରେ ମହିଳାମାନଙ୍କ ଶରୀରରେ ଏଣ୍ଡୋରଫିନ୍, ଡୋପାମାଇନ୍, ଅକ୍ସିଟୋସିନ୍ ଭଳି ହରମୋନର ସ୍ତର ମଧ୍ୟ ବଢିବାକୁ ଲାଗିଥାଏ । ଏହି ହରମୋନ୍ ହିଁ ସେମାନଙ୍କୁ ଖୁସି ଏବଂ ଶାନ୍ତି ପ୍ରଦାନ କରିଥାଏ । ପ୍ରଥମ ସେକ୍ସ ସମୟରେ ରକ୍ତ ସଞ୍ଚାଳନ ଅଧିକ ହେତୁ ମହିଳାଙ୍କ ଯୌନାଙ୍ଗରେ ଥିବା କ୍ଲିଟୋରିୟସ୍ ଫୁଲିବାକୁ ଲାଗିଥାଏ । ଏହା ବ୍ୟତୀତ ଗର୍ଭାଶୟରେ ସଂକୋଚନ ଆରମ୍ଭ ହେବାକୁ ଲାଗିଥାଏ ।

ସେକ୍ସ କରିବା ପରେ ଶରୀରରେ ରକ୍ତ ପ୍ରବାହ ବୃଦ୍ଧି, ଅମ୍ଳଜାନ ବୃଦ୍ଧି ଏବଂ ଭଲ ହରମୋନ୍ ଉତ୍ପାଦନ ଆରମ୍ଭ ହୋଇ ଯାଇଥାଏ । ଫଳରେ ସେମାନଙ୍କର ତ୍ୱଚା ମଧ୍ୟ ଚମକିବାକୁ ଲାଗିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button