ରାଜନୀତି

ସେମିକଣ୍ଡକ୍ଟର ଏକଜିକ୍ୟୁଟିଭଙ୍କ ରାଉଣ୍ଡ ଟେବୁଲରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ସକାଳେ ୭, ଲୋକ କଲ୍ୟାଣ ମାର୍ଗସ୍ଥିତ ତାଙ୍କ ବାସଭବନରେ ସେମିକଣ୍ଡକ୍ଟର ଏକଜିକ୍ୟୁଟିଭଙ୍କ ରାଉଣ୍ଡଟେବୁଲରେ ଅଧ୍ୟକ୍ଷତା କରିଥିଲେ ।

ଏହି ବୈଠକରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମାନଙ୍କର ଚିନ୍ତାଧାରା କେବଳ ସେମାନଙ୍କ ବ୍ୟବସାୟ ନୁହେଁ ବରଂ ଭାରତର ଭବିଷ୍ୟତକୁ ମଧ୍ୟ ଆକାର ଦେବ। ଆଗାମୀ ସମୟ ଟେକ୍ନୋଲୋଜି ଦ୍ୱାରା ପରିଚାଳିତ ହେବ ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମିକଣ୍ଡକ୍ଟର ହେଉଛି ଡିଜିଟାଲ ଯୁଗର ଆଧାର ଏବଂ ସେହି ଦିନ ଦୂର ନୁହେଁ ଯେତେବେଳେ ସେମିକଣ୍ଡକ୍ଟର ଶିଳ୍ପ ଆମର ମୌଳିକ ଆବଶ୍ୟକତା ପାଇଁ ମଧ୍ୟ ଭିତ୍ତିଭୂମି ହେବ ।

ଗଣତନ୍ତ୍ର ଏବଂ ବୈଷୟିକ ଜ୍ଞାନକୌଶଳ ମିଳିତ ଭାବେ ମାନବ ଜାତିର କଲ୍ୟାଣକୁ ସୁନିଶ୍ଚିତ କରିପାରିବ ଏବଂ ସେମିକଣ୍ଡକ୍ଟର କ୍ଷେତ୍ରରେ ନିଜର ବିଶ୍ୱସ୍ତରୀୟ ଦାୟିତ୍ୱକୁ ସ୍ୱୀକାର କରି ଭାରତ ଏହି ପଥରେ ଆଗକୁ ବଢୁଛି ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ ।

ସାମାଜିକ, ଡିଜିଟାଲ ଏବଂ ଭୌତିକ ଭିତ୍ତିଭୂମିର ବିକାଶ, ଅନ୍ତର୍ଭୁକ୍ତ ବିକାଶକୁ ପ୍ରୋତ୍ସାହନ ଦେବା, ଅନୁପାଳନ ବୋଝ ହ୍ରାସ କରିବା ଏବଂ ଉତ୍ପାଦନ ଏବଂ ଉଦ୍ଭାବନ କ୍ଷେତ୍ରରେ ପୁଞ୍ଜିନିବେଶ ଆକୃଷ୍ଟ କରିବା ଭଳି ବିକାଶର ସ୍ତମ୍ଭ ବିଷୟରେ ପ୍ରଧାନମନ୍ତ୍ରୀ ଆଲୋଚନା କରିଥିଲେ । ବିବିଧ ସେମିକଣ୍ଡକ୍ଟର ଯୋଗାଣ ଶୃଙ୍ଖଳାରେ ଭାରତ ଏକ ବିଶ୍ୱସ୍ତ ଅଂଶୀଦାର ହେବାର ସାମର୍ଥ୍ୟ ରଖିଛି ବୋଲି ସେ ଗୁରୁତ୍ୱାରୋପ କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button