ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସଫା କଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ
ଉମରକୋଟ: ୭୮ତମ ସ୍ଵାଧୀନତା ଦିବସ ପାଳନ ତଥା ଆସନ୍ତାକାଲି ଠାରୁ ତ୍ରିରଙ୍ଗା ଯାତ୍ରା ଆରମ୍ଭ ହେଉଛି। ଏହାକୁ ଦୃଷ୍ଟିରେ ରଖି ସ୍ଵାଧୀନତା ସଂଗ୍ରାମରେ ଭାଗ ନେଇଥିବା ମହାପୁରୁଷ ଓ ସହରରେ ରହୁଥିବା ଅନ୍ୟ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକୁ ଉଚିତ୍ ସମ୍ମାନ ଦେବାକୁ ଆଗେଇ ଆସିଛନ୍ତି ବିଦ୍ୟାଳୟ ଓ ଗଣ ଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ।
ନିଜ ନିର୍ବାଚନ ମଣ୍ଡଳୀ ଉମରକୋଟର ପୌରାଞ୍ଚଳରେ ରହୁଥିବା ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିଗୁଡ଼ିକ ସେ ସଫା କରିଛନ୍ତି।
ଆଜି ସକାଳୁ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଓ ବିଜେପି କର୍ମୀଙ୍କ ସହ ମିଶି ଉମରକୋଟ ଡାଙ୍ଗରୀଗୁଡା ଠାରେ ଥିବା ନେତାଜୀ ସୁବାଷ ବୋଷଙ୍କ ପ୍ରତିମୂର୍ତ୍ତି ଠାରୁ ସଫା ଆରମ୍ଭ କରିଥିଲେ। ପରେ ଗୋପବନ୍ଧୁ ଓ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସହ ସହରର ରହିଥିବା ସମସ୍ତ ପ୍ରତିମୂର୍ତ୍ତିକୁ ସଫା କରିଥିଲେ। ସ୍ୱାଧୀନତା ଦିବସରେ ସମସ୍ତ ମହାପୁରୁଷଙ୍କୁ ସମ୍ମାନ ଦେବା ଉଚିତ। କୌଣସି ମହାପୁରୁଷଙ୍କୁ ଯେପରି ଅସନ୍ନମାନ ନହୁଏ ସେଥିପ୍ରତି ସମସ୍ତ ନାଗରିକ ସଚେତନ ହେବା ଆବଶ୍ୟକ ବୋଲି କହିଛନ୍ତି ମନ୍ତ୍ରୀ।