ସାମ୍ନାକୁ ଆସିଲା ଓଲା ବାଇକ ଫଟୋ, ଅଗଷ୍ଟ ୧୫ରେ ହେବ ବଜାର ପ୍ରବେଶ
ନୂଆଦିଲ୍ଲୀ : ଓଲାର ପ୍ରଥମ ଇଲେକ୍ଟ୍ରିକ୍ ମୋଟରସାଇକେଲ ପାଇଁ ଗ୍ରାହକଙ୍କ ପ୍ରତୀକ୍ଷା ୧୫ ଅଗଷ୍ଟରେ ସମାପ୍ତ ହେବାକୁ ଯାଉଛି । କମ୍ପାନୀ ଏହାର ବଜାର ପ୍ରବେଶକୁ ଅତି ଦମଦାର କରିବାକୁ ଯୋଜନା କରୁଛି । କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଭାବିଶ ଅଗ୍ରଓ୍ବାଲ ଏହାର ବ୍ୟାଟେରୀ ଓ ରାଇଡିଂକୁ ନେଇ ସମ୍ୟକ୍ ସୂଚନା ଦେଇଥିଲେ ।
ପରେ ସେ ଏହାର ଫ୍ରଣ୍ଟ୍ ହେଡଲାଇଟକୁ ନେଇ ଭିଡିଓ ଜାରି କରିଛନ୍ତି । ଏବେ ଭାବିଶ ଏହାର ନୂଆ ଫଟୋ ନିଜ ଏକ୍ସ ଆକାଉଣ୍ଟରେ ସେୟାର କରିଛନ୍ତି। ଏହି ଫଟୋରେ ସେ ମୋଟରସାଇକେଲ ଉପରେ ବସିଥିବା ନଜର ଆସୁଛନ୍ତି । ବାଇକକୁ ପିକ୍ସେଲାଇଟ୍ କରିଦିଆଯାଇଛି, ଯାହା ଫଳରେ ଏହାର ଡିଜାଇନ୍ ଲିକ୍ ହେବନି ।
ବାଇକର ସାମ୍ନାରେ ପିକ୍ସେଲ ଲାଗିଛି ତେବେ ଏଲଇଡି ଇଣ୍ଡିକେଟର ଓ ଟ୍ୟାଙ୍କ ଏକ୍ସଟେନ୍ସନ ନଜର ଆସୁଛି । ହ୍ୟାଣ୍ଡେଲ ବାରରେ ଏକ ଲିଭର ନଜର ଆସୁଛି ଯେଉଁଥିରୁ ଅନୁମାନ କରାଯାଉଛି କି ଏଥିରେ ଗିୟର ଥାଇପାରେ । ତେବେ ଏପର୍ଯ୍ୟନ୍ତ ଇଲେକ୍ଟ୍ରିକ୍ ମୋଟରସାଇକେଲ ସମ୍ପର୍କରେ କୌଣସି ସୂଚନା ସାମ୍ନାକୁ ଆସିନି କିନ୍ତୁ ଅନୁମାନ କରାଯାଉଛି କି ଏହା ପ୍ରିମିୟମ୍ ବାଇକ ହେବ । କମ୍ପାନୀ ସମ୍ପୂର୍ଣ୍ଣ ରୂପେ ଏକ ଲୋଡେଡ୍ ମଡେଲ ଲଞ୍ଚ୍ କରିପାରେ । ଆଗାମୀ ଦିନରେ କମ୍ପାନୀ କମ୍ ଦାମରେ ପ୍ରଡକ୍ଟ ମଧ୍ୟ ଆଣିପାରେ ।