ଆଜି ସ୍ୱର୍ଣ୍ଣ ପାଇଁ ଲଢିବେ ନୀରଜ ଚୋପ୍ରା, ବ୍ରୋଞ୍ଜ ପାଇଁ ଖେଳିବ ହକି ଟିମ୍
ପ୍ୟାରିସ ଅଲିମ୍ପିକ୍ସରେ ୧୨ ଦିନର ଇଭେଣ୍ଟ ଶେଷ ହୋଇଥିଲେ ମଧ୍ୟ ଏଯାଏ ଭାରତକୁ ଗୋଟିଏ ବି ସ୍ୱର୍ଣ୍ଣ କି ରୌପ୍ୟ ମିଳିପାରି ନାହିଁ। ପଦକ ଦାବିଦାର ଥିବା କୁସ୍ତି ଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ ହେବା ପରେ ସମଗ୍ର ଦେଶରେ ଏକ ପ୍ରକାର ଦୁଃଖପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଛି।
ଏହାରି ମଧ୍ୟରେ ଆଜି ତ୍ରୟୋଦଶ ଇଭେଣ୍ଟର ଜାଭଲିନ ଥ୍ରୋ ଫାଇନଲ ମ୍ୟାଚ୍ ରହିଛି।
ଭାରତ ପକ୍ଷରୁ ନୀରଜ ଚୋପ୍ରା ଖେଳୁ ଥିବାରୁ ସେ ସ୍ୱର୍ଣ୍ଣ ବିଜୟୀ ହେବା ନେଇ ସମସ୍ତେ ଆଶାବାଦୀ ଅଛନ୍ତି। ସେହିପରି ଆଜି ମଧ୍ୟ ପୁରୁଷ ହକି ଟିମ୍ ବ୍ରୋଞ୍ଜ ପାଇଁ ମୁକାବିଲା କରିବ।
ଆଜି ସ୍ପେନ୍ ବିପକ୍ଷରେ ମୈଦାନକୁ ଓହ୍ଲାଇବ ହକି ଟିମ୍। ସନ୍ଧ୍ୟା ୫ଟା ୩୦ରେ ହକି ମ୍ୟାଚ୍ ଥିବାବେଳେ ରାତି ୧୧ଟା ୫୫ରେ ଜାଭଲିନ ଥ୍ରୋ ପ୍ରତିଯୋଗିତା ରହିଛି। ତେବେ ଏହି ଦୁଇ ଇଭେଣ୍ଟରେ ପଦକ ମିଳିବା ନେଇ ଆଶା କରାଯାଉଛି। ବର୍ତ୍ତମାନ ସୁଦ୍ଧା ଭାରତର ପଦକ ସଂଖ୍ୟା 3ରେ ରହିଛି। ସମସ୍ତ ପଦକ ଶୁଟିଂରୁ ହିଁ ଆସିଛି।
ସେପଟେ ଆଜି ମଧ୍ୟ ଗଲ୍ଫ(ମହିଳା) ଏବଂ ଦୌଡକୁଦ ଓ କୁସ୍ତି(ପୁରୁଷ ଓ ମହିଳା) ଇଭେଣ୍ଟ ରହିଛି।