ଶ୍ରୀଲଙ୍କା-ଭାରତ ଟି-ଟ୍ୱେଣ୍ଟି ସିରିଜ: ଆହତ କାରଣରୁ ତୁଷାରା ବାଦ
ଭାରତ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପୂର୍ବରୁ ଶ୍ରୀଲଙ୍କାର ଦ୍ୱିତୀୟ ପେସ୍ ବୋଲର ଭାବେ ନୂଆନ ତୁଷାରା ଆହତ ହୋଇ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ ଦିଲ୍ସାନ ମଦୁଶଙ୍କାଙ୍କୁ ସାମିଲ କରାଯାଇଛି । ଗତ ଗୁରୁବାର ଅଭିଜ୍ଞ ପେସ୍ ବୋଲର ଦୁଷ୍ମନ୍ତ ଚାମିରା ବାଦ ପଡ଼ିଥିଲେ ଏବଂ ତାଙ୍କ ସ୍ଥାନରେ ଆସିଥା ଫର୍ଣ୍ଣାଣ୍ଡୋଙ୍କୁ ସୁଯୋଗ ମିଳିଥିଲା ।
ଶ୍ରୀଲଙ୍କା ଦଳର ଟିମ୍ ମ୍ୟାନେଜର ମହିନ୍ଦା ହାଲନଗୋଡା କହିଛନ୍ତି, ଗତ ବୁଧବାର ଫିଲ୍ଡିଂ ଅଭ୍ୟାସ କରିବା ସମୟରେ ତୁଷାରାଙ୍କ ବାମ ହାତ ଆଙ୍ଗୁଳିରେ ଆଘାତ ଲାଗିଥିଲା ଏବଂ ହାଡ଼ ଭାଙ୍ଗି ଯାଇଥିଲା । ଫଳରେ ସେ ଟି-ଟ୍ୱେଣ୍ଟି ସିରିଜରୁ ବାଦ୍ ପଡ଼ିଛନ୍ତି ।’ ଗତ ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ତୁଷାରା ୩ଟି ମ୍ୟାଚ୍ ଖେଳି ୮ଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ବାଂଲାଦେଶ ବିପକ୍ଷ ଏକ ଟି-ଟ୍ୱେଣ୍ଟିରେ ହ୍ୟାଟ୍ରିକ୍ ୱିକେଟ୍ ନେଇଥିଲେ । ଏହି ମ୍ୟାଚ୍ରେ ସେ ୨୦ରନ୍ ନେଇ ୫ଟି ୱିକେଟ୍ ହାତେଇଥିଲେ । ଆସନ୍ତା ରବିବାର ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି-ଟ୍ୱେଣ୍ଟି ଖେଳାଯିବ । ଏହାପରେ ୨୮ ଓ ୩୦ ତାରିଖରେ ଶେଷ ୨ଟି ଟି-ଟ୍ୱେଣ୍ଟି ରହିଛି ।