ଅଭିନୟରେ ନିର୍ଦ୍ଦେଶକଙ୍କୁ କନ୍ଦାଇଥିଲେ ନିତାଂଶୀ, ଗୋଟିଏ ଟେକ୍ରେ ପୂରା କରିଥିଲେ ସିନ୍
ମୁମ୍ବାଇ ୨୬/୦୭: ଫିଲ୍ମ ‘ଲାପତା ଲେଡିଜ୍’ରେ ଫୁଲ କୁମାରୀ ଭୂମିକାରେ ନଜର ଆସିଥିଲେ ନିତାଂଶୀ ଗୋଏଲ । ଏକ ସାକ୍ଷାତକାରରେ ଫିଲ୍ମକୁ ନେଇ ସେ ନିଜର ଅନୁଭବ ଶେୟାର କରିଛନ୍ତି । ବମ୍ବେ ଟାଇମ୍ସ ସହ ସାକ୍ଷାତକାରରେ ନିତାଂଶୀ କହିଛନ୍ତି, ଫିଲ୍ମ ସେଟ୍ରେ ଯେତେବେଳେ ମୋ ମା’ ପହଞ୍ଚିଲେ ମା’ ଓ ନିର୍ଦ୍ଦେଶିକା କିରଣ ରାଓଙ୍କ ସାମ୍ନାରେ ଆମିର ଖାନ୍ ମୋତେ ଖୁବ୍ ପ୍ରଶଂସା କଲେ ।
ସେ ମୋତେ ହୀରା ବୋଲି କହିଲେ । ସେତିକି ନୁହେଁ, ଦିନେ ମୁଁ ସୁପରଷ୍ଟାର୍ ହେବି ବୋଲି ସେ କହିଲେ । ସୁଟିଂ ସେଟ୍ରେ କିରଣ ସର୍ବଦା ମୋ ସହିତ ଢାଲ ଭଳି ରହିଥିଲେ । ସେଟ୍ର ମାହେଲ ଖୁବ୍ ଭଲ ଥିବାରୁ ଯୁବ କଳାକାରମାନେ ଭଲ ପ୍ରଦର୍ଶନ କରିପାରିଲେ ।’
ନିତାଂଶୀ ଆହୁରି କହିଛନ୍ତି, ଫିଲ୍ମରେ ତାଙ୍କର ଏକ ସିନ୍ ଥିଲା, ଯାହାକୁ ସେ ଗୋଟିଏ ଟେକ୍ରେ ପୂରା କରିଦେଲେ । ଏହା ଦେଖି କିରଣ ଖୁସିରେ କାନ୍ଦି ପକାଇଲେ ଏବଂ ତାଳି ମାରିଲେ । ପୂରା ଫିଲ୍ମ ଟିମ୍ ବି ତାଳି ମାରିଲା । ଏହା ନିତାଂଶୀଙ୍କ ପାଇଁ ସବୁଠୁ ସ୍ମରଣୀୟ ମୁହୂର୍ତ୍ତ ଥିଲା । ଗତ ମାର୍ଚ୍ଚ ୧ ତାରିଖରେ ମୁକ୍ତିପ୍ରାପ୍ତ ‘ଲାପତା ଲେଡିଜ୍’ରେ ନିତାଂଶୀଙ୍କ ସହିତ ପ୍ରତିଭା ରାଣ୍ଟା ଓ ସ୍ପର୍ଶ ଶ୍ରୀବାସ୍ତବ ମୁଖ୍ୟ ଭୂମିକାରେ ନଜର ଆସିଥିଲେ । ରବି କିଶନ ଓ ଛାୟା କଦମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲେ । ଆମିର ଖାନ୍ଙ୍କ ପ୍ରଯୋଜନାରେ ନିର୍ମିତ ଏହି ଫିଲ୍ମ ମାତ୍ର ୫ କୋଟି ବଜେଟ୍ରେ ପ୍ରସ୍ତୁତ ହୋଇଥିଲା । ବିଶ୍ୱସ୍ତରରେ ୨୭ କୋଟି ବ୍ୟବସାୟ କରିଥିଲା ।