ଓଡିଶା

୩୨୦୦ଲିଟର ମଦ ଜବତ : ଜଣେ ଗିରଫ – bajravana

[ad_1]

ଭୁବନେଶ୍ୱର, ୧୮/୫ : ଚୋରା ଦେଶୀମଦ ପ୍ରସ୍ତୁତି ଓ ଚାଲାଣ ଉପରେ ଆଠଗଡ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢାଉ ଜାରି ରହିଛି। ଏହି କ୍ରମରେ ଜେନାପଦା ଗ୍ରାମ୍ୟ ରାସ୍ତାରେ ଆସୁଥିବା ଏକ ମହେନ୍ଦ୍ର ପିକ୍‌‌ଅପ୍‌‌ ଭ୍ୟାନକୁ ଅବକାରୀ ସ୍କାର୍ଡ ଅଟକାଇ ଯାଞ୍ଚ କରିବା ସମୟରେ ସେଥିôରୁ ୨୮୦୦ଲିଟର ମଦ ଥିବା ଦେଖି ଜବତ କରିଥିଲେ । ଗାଡିରେ ଥିବା ବଡମ୍ବା ବେଲିଆପାଳର ମନୋଜ ସାହୁକୁ ଗିରଫ କରାଯାଇଥିବାବେଳ ପଙ୍କଜ ସାହୁ ନାମକ ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯିବାରୁ ତାକୁ ଗିରଫ କରାଯାଇପାରିନାହିଁ। ସେହିପରି ପୁରୁଣା କଟକ ସମ୍ବଲପୁର ରାସ୍ତାର କଲରାଗଡ ଛକଠାରେ ଏକ ଆକ୍ଟିଭା ବାଇକକୁ ଅଟକାଇବା ବେଳେ ବାଇକ ଆରୋହୀ ଚମ୍ପଟ ମାରିଥିଲା। ଉକ୍ତଗାଡିରୁ ୫୦ଲିଟର ଦେଶୀମଦ ଜବତ କରାଯାଇଥିଲା । ଅନ୍ୟଏକ ଘଟଣାରେ ଭିରୁଡା ନିକଟ ପାଇକ ସାହି ପାଖରେ ଏକ କଳା ପଲସର ଗାଡିରୁ ୩୫୦ଲିଟର ଦେଶୀମଦ ଜବତ କରାଯାଇଥିବାବେଳେ ବାଇକ ଆରୋହୀ ଦୌଡି ଫେରାର ହୋଇଯାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button