ଅପରାଧ

ପୁଣି ସମ୍ବଲପୁରରୁ ଜବତ ହେଲା ବ୍ରାଉନ୍ ସୁଗାର – bajravana

[ad_1]

ସମ୍ବଲପୁର: ସମ୍ବଲପୁର ସହରରୁ ପୁଣିଥରେ ବ୍ରାଉନ୍‌ସୁଗାର ଜବତ ହୋଇଛି। ଏଥର ମଧ୍ୟ ଧନୁପାଲି ଥାନା ସୁନାପାଲି ଅଞ୍ଚଳରୁ ବ୍ରାଉନ୍‌ସୁଗାର ଜବତ ହୋଇଛି। ଗତବର୍ଷ ଏକାଧିକ ଥର ସୁନାପାଲି ଅଞ୍ଚଳରୁ ଅବକାରୀ ବିଭାଗ ଧଳାଜହର ଜବତ କରିଥିଲା। ଗତ ଅକ୍ଟୋବର ମାସରେ ଶେଷ ଥର ଧଳାଜହର ସୁନାପାଲି ଅଞ୍ଚଳରୁ ମିଳିଥିଲା। କିଛି ଦିନ ପରେ ପୁଣିଥରେ ସୁନାପାଲି ଅଞ୍ଚଳରେ ଧଳାଜହର କାରବାର ଆରମ୍ଭ ହୋଇଯାଇଛି। ଜିଲ୍ଲା ଅବକାରୀ ବିଭାଗର ମୋବାଇଲ୍‌ ସ୍କ୍ବାଡ୍‌ ସୁନାପାଲି ଅଞ୍ଚଳରେ ଚଢ଼ଉ କରି ଧଳାଜହର କାରବାର କରୁଥିବା ୨ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଲେ ସୁନାପାଲିର କରଣ ଓରାମ୍‌ ଓ ଅଜିତ ଲାକ୍ରା। ଉଭୟଙ୍କୁ ବୁଧବାର ଅବକାରୀ ବିଭାଗ କୋର୍ଟଚାଲାଣ କରିଛି। ଉଭୟଙ୍କ ପାଖରୁ ୬୦ ଗ୍ରାମ ଧଳାଜହର ଅବକାରୀ ବିଭାଗ ଜବତ କରିଛି। ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କା ହେବ ବୋଲି ଅବକାରୀ ବିଭାଗ ପକ୍ଷରୁ କହାଯାଇଛି।
ଅକ୍ଟୋବର୍‌ ୧୦ ତାରିଖରେ ଅବକାରୀ ବିଭାଗ ସେହି ଅଞ୍ଚଳରେ ଚଢ଼ଉ କରି ଜଣେ ମହିଳାଙ୍କୁ ଗିରଫ କରିବା ସହ ୧୫ ଗ୍ରାମ ଧଳାଜହର ଜବତ କରିଥିଲା। ସେପ୍ଟେମ୍ବର ମାସରେ ଅବକାରୀ ଗୁଇନ୍ଦା ବିଭାଗ ସୁନାପାଲି ଅଞ୍ଚଳରେ ଚଢ଼ଉ କରି ୧୭ ଗ୍ରାମ ବ୍ରାଉନ୍‌ସୁଗାର ଓ ୨୬ ଷ୍ଟ୍ରିପ୍‌ ନାଇଟ୍ରୋଜେପାମ୍‌ ବଟିକା ସହ ଜଣକୁ ଗିରଫ କରିଥିଲା।
ଧନୁପାଲି ଥାନା ଅଧୀନ ସୁନାପାଲି ଅଞ୍ଚଳରୁ ଜୁନ୍‌ ମାସରୁ ଧଳା ଜହର ଜବତ ହେଉଛି ଓ ଅଭିଯୁକ୍ତ ଗିରଫ ମଧ୍ୟ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ସୁନାପାଲି ଅଞ୍ଚଳର ୭ ଜଣ ଧଳାଜହର କାରବାର କରୁଥିବା ଅଭିଯୋଗରେ ଜିଲ୍ଲା ଅବକାରୀ ବିଭାଗ ଓ ଅବକାରୀ ଗୁଇନ୍ଦା ବିଭାଗ ଦ୍ବାରା ଧରାପଡ଼ିଛନ୍ତି। କିନ୍ତୁ ତାପରେ ମଧ୍ୟ ଧଳାଜହର କାରବାର ଥମିବାର ନାଁ ନେଉ ନାହିଁ। କିଛି ଦିନ ବ୍ୟବଧାନରେ ଏବେ ପୁଣିଥରେ କାରବାର ବେଧଡ଼କ ଚାଲିଛି।
ସୁନାପାଲି ଅଞ୍ଚଳରୁ ଗତବର୍ଷ ଜୁନ ମାସରୁ ଅବକାରୀ ବିଭାଗ ବ୍ରାଉନ୍‌ ସୁଗାର ଜବତ କରି ଚାଲିଛି। ଜୁନ୍‌, ଜୁଲାଇ ଓ ଅଗଷ୍ଟରେ ଗୋଟିଏ ଥର ଲଖାଏଁ ବ୍ରାଉନ୍‌ସୁଗାର ଅବକାରୀ ବିଭାଗ ଜବତ କରିଥିବା ବେଳେ ସେପ୍ଟେମ୍ବର ମାସରେ ୩ ଥର ଏବଂ ଅକ୍ଟୋବର ମାସରେ ଗୋଟିଏ ଥର ଧଳାଜହର ଜବତ କରିଥିଲା। ସହର ସାରା ଧଳାଜହର ବେପାରୀ ବେଧଡ଼କ ନିଶା କାରବାର ଚଳାଇଥିବା ବେଳେ ଏବେ ପୁଣିଥରେ ସେହି ସୁନାପାଲିରୁ ଧଳାଜହର ଜବତ ହୋଇଛି। ସୁନାପାଲି ଧଳାଜହରର ହବ୍‌ ହୋଇସାରିଥିବା ବେଳେ ଜଣେ ଗିରଫ ହେଲେ ଆଉ ଜଣେ ଏହି ବେପାରର ମଙ୍ଗ ଧରୁଛନ୍ତି। ନିଶା ବେପାରୀଙ୍କ ବିରୋଧରେ ପୁଲିସ କଡ଼ା ଆଭିମୁଖ୍ୟ ପୋଷଣ କରୁଥିବା ବେଳେ, ଧଳଜହର ବେପାରୀଙ୍କୁ କେବେ ସାବାଡ଼ କରୁଛି ତାହା ଦେଖିବାକୁ ବାକି ରହିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button