ଓଡିଶା

ମୟୂରଭଞ୍ଜରେ ବ୍ୟାପିଲାଣି ଯକ୍ଷ୍ମା: ୫ ବର୍ଷରେ ଚିହ୍ନଟ ହେଲେଣି ୧୮,୯୫୪ – bajravana

[ad_1]

ପ୍ରାଣ ହରାଇଲେଣି ୧ ହଜାର ୨୮୬

ବାରିପଦା: ସମସ୍ତ ପଦକ୍ଷେପ ସତ୍ତ୍ବେ ମୟୂରଭଞ୍ଜ ଜିଲ୍ଲାରେ କାୟାବିସ୍ତାର କରି ଚାଲିଛି ଯକ୍ଷ୍ମା। ସାମାଜିକ ବାସନ୍ଦ ଭୟରେ କେତେକ ରୋଗ ଲୁଚାଉଛନ୍ତି ତ ଆଉ କେତେକ ନିୟମିତ ଔଷଧ ସେବନ କରୁନଥିବାରୁ ରୋଗ ନିୟନ୍ତ୍ରଣ ହୋଇପାରୁନି। ସଚେତନତା ଅଭାବ ହିଁ ଏହାର ମୁଖ୍ୟ କାରଣ ବୋଲି କୁହାଯାଉଛି। ଅନ୍ୟପଟେ ଠିକ୍ ସମୟରେ ଔଷଧ ଉପଲବ୍ଧ ହେଉ ନଥିବାରୁ ସଂକ୍ରମିତଙ୍କର ମୃତ୍ୟୁ ଘଟୁଛି। ଜିଲ୍ଲାରେ ଗତ ୫ ବର୍ଷର ପରିସଂଖ୍ୟାନକୁ ଅନୁଧ୍ୟାନ କଲେ, ଯକ୍ଷ୍ମା ରୋଗର ଉଦ୍‌ବେଗଜନକ ଚିତ୍ର ସାମ୍ନାକୁ ଆସିଛି। ୨୦୧୯ରେ ୧ ହଜାର ୮୨୩ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧ ହଜାର ୪୨୧ ଜଣ ଔଷଧ ସେବନ କରି ଆରୋଗ୍ୟ ହୋଇଥିଲେ। ହେଲେ ପରବର୍ତ୍ତୀ ସମୟରେ ରୋଗୀ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଥିଲା। ୨୦୨୦ରେ ୨ ହଜାର ୯୨୩ ଜଣ ଚିହ୍ନଟ ହୋଇଥିବା ବେଳେ ୨ ହଜାର ୧୧ ଜଣ ସୁସ୍ଥ ହୋଇଥିଲେ। ୨୦୨୧ରେ ୨ ହଜାର ୯୮୨ ଜଣଙ୍କ ମଧ୍ୟରୁ ୨ ହଜାର ୩ ଜଣ, ୨୦୨୨ରେ ୩ ହଜାର ୧୨୧ ଜଣଙ୍କ ମଧ୍ୟରୁ ୨ ହଜାର ୧୨୨ ଜଣ ଓ ୨୦୨୩ରେ ୩ ହଜାର ୩୨୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଚିକିତ୍ସା ପରେ ୨ ହଜାର ୧୬୩ ଜଣ ସୁସ୍ଥ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥ୍ୟରୁ ଜଣାପଡ଼ିଛି। ଏବେ ମୁଖ୍ୟ ଚିକିତ୍ସାଳୟ ସହ ବିଭିନ୍ନ ଗୋଷ୍ଠୀ ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଯକ୍ଷ୍ମା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ସେମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସର୍ବାଧିକ ୫୮୬ ଜଣ ଚିକିତ୍ସିତ ହେଉଛନ୍ତି।

ମୟୂରଭଞ୍ଜ ଜିଲ୍ଲାରେ ୫ ବର୍ଷ ମଧ୍ୟରେ ୧୮ ହଜାର ୯୫୪ ଜଣ ଯକ୍ଷ୍ମୀ ରୋଗୀ ଚିହ୍ନଟ ହୋଇଥିବା ବେଳେ ସେଥିମଧ୍ୟରୁ ୧୬ ହଜାର ୪୩୨ ଜଣ ନିୟମିତ ଔଷଧ ସେବନ କରି ସମ୍ପୂର୍ଣ୍ଣ ସୁସ୍ଥ ହୋଇଛନ୍ତି। ତେବେ ବିଭିନ୍ନ କାରଣରୁ ୧ ହଜାର ୨୮୬ ଜଣ ଯକ୍ଷ୍ମା ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି। ଅନ୍ୟପକ୍ଷରେ, ଯକ୍ଷ୍ମା ରୋଗୀଙ୍କୁ ଔଷଧ ବିତରଣ ନିମନ୍ତେ ଜିଲ୍ଲାରେ ୪୨ଟି କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଆଗାମୀ ଦିନରେ ନମୁନା ପରୀକ୍ଷାକୁ ତ୍ବରାନ୍ବିତ କରିବା ନିମନ୍ତେ ପ୍ରକ୍ରିୟା ଆରମ୍ଭ କରିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ। ପ୍ରାଥମିକ ଚିକିତ୍ସା ଓ ନିୟମିତ ଔଷଧ ସେବନ ଦ୍ବାରା ଯକ୍ଷ୍ମା ରୋଗ ଆରୋଗ୍ୟ ହୋଇଥାଏ। ମାତ୍ର ଆଦିବାସୀବହୁଳ ମୟୂରଭଞ୍ଜ ଜିଲ୍ଲାରେ ସଚେତନତା ଅଭାବରୁ ଅନେକ ରୋଗୀ ଡାକ୍ତରଖାନା ଯିବା ପରିବର୍ତ୍ତେ ଚେରମୂଳି ଉପରେ ଅଧିକ ଭରସା କରୁଛନ୍ତି। ଆଉ କେତେକ ଲଜ୍ଜା କିମ୍ବା ସାମାଜିକ ବାସନ୍ଦ ଭୟରେ ରୋଗକୁ ଲୁଚାଇ ଡାକ୍ତରଖାନା ଆସୁନାହାନ୍ତି। ଅନ୍ୟପଟେ ଔଷଧ ବି ନିୟମିତ ଆସୁନଥିବାରୁ ସଂକ୍ରମିତଙ୍କ ପ୍ରାଣ ଯାଉଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button