ଓଡିଶା

ବିଜେଡିରେ ମିଶିଲେ ଭଦ୍ରକ ପୌରପାଳିକା ଅଧ୍ୟକ୍ଷା – bajravana

[ad_1]

ଭୁବନେଶ୍ବର: ଭଦ୍ରକ ପୌରପାଳିକାର ପୌରାଧ୍ୟକ୍ଷା ଗୁଲମକ୍କି ହବିବଙ୍କ ସମେତ ଶତାଧିକ କର୍ମୀ ଆଜି ବିଜେଡିରେ ଆନୁଷ୍ଠାନିକ ଭାବେ ଯୋଗଦେଇଛନ୍ତି। ଆଜି ଶଙ୍ଖ ଭବନ ଠାରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ତଥା ଭଦ୍ରକ ଜିଲ୍ଲା ପର୍ଯ୍ୟବେକ୍ଷକ ସଞ୍ଜୟ କୁମାର ଦାସବର୍ମା, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ, ସସ୍ମିତ ପାତ୍ର, ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଦ୍ରକ ବିଧାୟକ ସଞ୍ଜୀବ ମଲ୍ଲିକ ପ୍ରମୁଖ ତାଙ୍କୁ ଉପଢୌକନ ଦେଇ ଦଳକୁ ସ୍ବାଗତ କରିଛନ୍ତି। ୨୦୨୨ ପୌର ନିର୍ବାଚନରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚିତ ହୋଇଥିବା ଗୁଲମକ୍କି ବିଜେଡିରେ ମିଶିବା ଦ୍ବାରା ଭଦ୍ରକରେ ଦଳର ସଂଗଠନ ମଜବୁତ୍ ହୋଇଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ଏହି ମିଶ୍ରଣ ପର୍ବରେ କାଉନସିଲର ରେଶ୍‌ମା ପରବିନ୍, ପୂର୍ବତନ କାଉନସିଲର ଶେଖ୍ ଜାହିଦ ହବିବ୍, ଆୟୁବ ଖାନ, ଶେଖ୍ ଉସମାନଉଲ୍‌ ହକ୍, ଶେଖ୍‌ ଖାଲିକ୍, ନସରୁଦ୍ଦିନ ଖାନ, ଗୌରାଙ୍ଗ ବେହେରା, ମିର୍‌ ଅର୍ଶଦ କାଦ୍ରି, ଶେଖ ନସିରୁଦ୍ଦିନ, ଶେଖ୍‌ ଅନିଶଉଦ୍ଦିନ, ଶେଖ୍‌ ନୁର୍ ଏ ମୋଜସନ, ଶେଖ୍ ଗୋଲାମ ଗୋସ୍‌, ‌େଶଖର ଖାନ, ଶେଖ୍‌ ସିରାଜଉଦ୍ଦିନ, ସରିଫ ଖାନ୍, ମିର୍ଜା ସାହିଦ ବେଗ୍, ଶେଖ୍ କମଲଉଦ୍ଦିନ, ଶେଖ୍ ଅବଦୁଲ୍ଲ ସାହିଦ୍, ଶେଖ୍ ଅବଦୁଲ ରଜାକ, ଶେଖ୍‌ ଇକ୍ରାମ, ଶେଖ୍‌ ସହବାଜ କାଦ୍ରି ଓ ଶେଖ୍‌ ଅମିରୁପ୍ ପ୍ରମୁଖ ବିଜେଡିରେ ମିଶିଛନ୍ତି। ଆଜିର ମିଶ୍ରଣ ପର୍ବରେ ଭଦ୍ରକ ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଉପସ୍ଥିତ ଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button